ବୁର୍ଲାରେ ବିଧାୟକଙ୍କ ଦ୍ୱାରା ନୂତନ ରାସ୍ତା ଓ ପାର୍କ ଶୁଭାରମ୍ଭ

ଚିପିଲିମା,ବୁର୍ଲା ଶକ୍ତିନଗର ୬ ନମ୍ବର ୱାର୍ଡସ୍ଥିତ  ଫେବର ବ୍ଲକ ଦ୍ୱାରା ନବ ନିର୍ମିତ ରାସ୍ତା ଶୁଭାରମ୍ଭ ଓ ନବନିର୍ମିତ ପାର୍କର ଉଦଘାଟନ ସ୍ଥାନୀୟ ମାନ୍ୟବର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି I ସମ୍ବଲପୁର ମହାନଗର ଦ୍ୱାରା ଏହି ରାସ୍ତାର ନିର୍ମାଣ ପାଇଁ ପ୍ରାୟ ୩୯, ୩୬,୦୦୦ ଟଙ୍କାର ବ୍ୟୟ ଅଟକଳ ରଖାଯାଇଅଛି I  ଏହା ସହିତ ଏକ ପାର୍କର ଉଦଘାଟନ ମଧ୍ୟ ହୋଇଯାଇଛି I ଲୋକମାନଙ୍କ ଲାଗି ଜନଶୁଣାଣି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ରମାକାନ୍ତ […] The post ବୁର୍ଲାରେ ବିଧାୟକଙ୍କ ଦ୍ୱାରା ନୂତନ ରାସ୍ତା ଓ ପାର୍କ ଶୁଭାରମ୍ଭ appeared first on Odisha.News.

ବୁର୍ଲାରେ ବିଧାୟକଙ୍କ ଦ୍ୱାରା ନୂତନ ରାସ୍ତା ଓ ପାର୍କ ଶୁଭାରମ୍ଭ

ଚିପିଲିମା,ବୁର୍ଲା ଶକ୍ତିନଗର ୬ ନମ୍ବର ୱାର୍ଡସ୍ଥିତ  ଫେବର ବ୍ଲକ ଦ୍ୱାରା ନବ ନିର୍ମିତ ରାସ୍ତା ଶୁଭାରମ୍ଭ ଓ ନବନିର୍ମିତ ପାର୍କର ଉଦଘାଟନ ସ୍ଥାନୀୟ ମାନ୍ୟବର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି I ସମ୍ବଲପୁର ମହାନଗର ଦ୍ୱାରା ଏହି ରାସ୍ତାର ନିର୍ମାଣ ପାଇଁ ପ୍ରାୟ ୩୯, ୩୬,୦୦୦ ଟଙ୍କାର ବ୍ୟୟ ଅଟକଳ ରଖାଯାଇଅଛି I  ଏହା ସହିତ ଏକ ପାର୍କର ଉଦଘାଟନ ମଧ୍ୟ ହୋଇଯାଇଛି I ଲୋକମାନଙ୍କ ଲାଗି ଜନଶୁଣାଣି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ରମାକାନ୍ତ ସାହୁ ସଭାପତିତ୍ୱ କରିଥିବା ବେଳେ ସୁଶ୍ରୀ ଶୁଭଶ୍ରୀ ମିଶ୍ର, ଅନିଲ ବେହେରା, ସୁଶାନ୍ତ ପୁରୋହିତ, ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶିବରାମ ସାହୁ,ତରଣୀସେନ ଚାନ୍ଦ ଓ ଉମେଶ ଚନ୍ଦ୍ର ବଳ ମଂଚାସୀନ ଥିଲେ I ଦେବାଶିଷ ନନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ସହଯୋଗ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜଗଜିତ ସିଂ, ତ୍ରିଲୋଚନ ସିଂ,ହରି ପଣ୍ଡା, ଭୀମ ପଟ୍ଟନାୟକ, ସଂଜୀବ ବର୍ମା, ଦିନେଶ ଷଡ଼ଙ୍ଗୀ, ଅଶୋକ ସାହୁ, ସୁଶାନ୍ତ ତାଣ୍ଡି, ଜୟନ୍ତ କୁମାର ସାହୁ ଏବଂ ମହିଳା ମାନଙ୍କ ମଧ୍ୟ୍ୟରେ ବେଲି ଭୁଏ,ଶାନ୍ତି ମହାନ୍ତି, ଦୁର୍ଗେଶିନୀ ମହାନ୍ତି, ରାଜକୁମାରୀ ନିଆଲ, ଶାନ୍ତି ଲାମା,ସୀତା ପ୍ରଧାନ,ମଞ୍ଜୁ ସୁନା, ମଞ୍ଜୁଳା ମେହେର ସକ୍ରିୟ ଅଂଶ ଗ୍ରହଣ କରିଥିଲେ I

The post ବୁର୍ଲାରେ ବିଧାୟକଙ୍କ ଦ୍ୱାରା ନୂତନ ରାସ୍ତା ଓ ପାର୍କ ଶୁଭାରମ୍ଭ appeared first on Odisha.News.