ବୁର୍ଲାରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର:ଆଜି ବୁର୍ଲା ଠାରେ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ କ୍ୟାବିନେଟ ମନ୍ତ୍ରୀ ମାନ୍ୟବର ସୁରେଶ ପୂଜାରୀ ମହୋଦୟଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା I ବୁର୍ଲା ପି ସି ବ୍ରିଜରୁ ମାନ୍ୟବର ମନ୍ତ୍ରୀଙ୍କୁ ୧୫0 ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଏକ ମୋଟର ସାଇକେଲ ପଟୁଆରରେ ତ୍ରିରଙ୍ଗା ପତାକା ଲଗାଇ ସଭା ସ୍ଥଳକୁ ପାଛୋଟି ଆଣିଥିଲେ I ପଟୁଆର ରାସ୍ତାରେ ବିଭିନ୍ନ ଛକ ମାନଙ୍କରେ ଥିବା ମହାପୁରୁଷ ନେତାଜୀ ଓ ଦିନଦୟାଲ ମାର୍କେଟ କଂପ୍ଲେକ୍ସରେ ଥିବା ଦିନଦୟାଲଙ୍କ, ଆମ୍ୱେଦକର […] The post ବୁର୍ଲାରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା appeared first on Odisha.News.

ବୁର୍ଲାରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର:ଆଜି ବୁର୍ଲା ଠାରେ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ କ୍ୟାବିନେଟ ମନ୍ତ୍ରୀ ମାନ୍ୟବର ସୁରେଶ ପୂଜାରୀ ମହୋଦୟଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା I ବୁର୍ଲା ପି ସି ବ୍ରିଜରୁ ମାନ୍ୟବର ମନ୍ତ୍ରୀଙ୍କୁ ୧୫0 ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଏକ ମୋଟର ସାଇକେଲ ପଟୁଆରରେ ତ୍ରିରଙ୍ଗା ପତାକା ଲଗାଇ ସଭା ସ୍ଥଳକୁ ପାଛୋଟି ଆଣିଥିଲେ I ପଟୁଆର ରାସ୍ତାରେ ବିଭିନ୍ନ ଛକ ମାନଙ୍କରେ ଥିବା ମହାପୁରୁଷ ନେତାଜୀ ଓ ଦିନଦୟାଲ ମାର୍କେଟ କଂପ୍ଲେକ୍ସରେ ଥିବା ଦିନଦୟାଲଙ୍କ, ଆମ୍ୱେଦକର ଙ୍କ ଓ ସ୍ୱାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ I ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀଙ୍କ ସହିତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ,ସଭା ପରିଚାଳକ ତରଣୀସେନ ଚାନ୍ଦ, ବୁର୍ଲା ମଣ୍ଡଳ ବିଜେପି ସଭାପତି ଜୟନ୍ତ ଦାସ, କାର୍ଯ୍ୟକର୍ତ୍ତା ଚଣ୍ଡୀ ପ୍ରକାଶ ଦାସ ଓ ନମ୍ରସକାନ୍ତ ପଟ୍ଟନାୟକ ପ୍ରଭୁତି ମଂଚାସୀନ ଥିଲେ Iଏହି କାର୍ଯ୍ୟକ୍ରମରେ ଗୁରୁଦ୍ୱାର କମିଟି ବୁର୍ଲା, ବୁର୍ଲା ବ୍ରାହ୍ମଣ ସମାଜ, ଖଣ୍ଡାୟତ ସମାଜ, ଘାଷି ସମାଜ, ବୁର୍ଲା କ୍ଷତିଗ୍ରସ୍ତ ଦୋକାନୀ ସଙ୍ଘ, ବ୍ୟବସାୟିକ ସଙ୍ଘ, ରେଡ଼ିଓଲୋଜି ଫୋଟୋଗ୍ରାଫର ଆସୋସିଏସନ, ଭୀମସାର ରିଟାୟାର୍ଡ଼ କର୍ମଚାରୀ ସଙ୍ଘ, ବୁର୍ଲାର ବିଭିନ୍ନ ଏସ ଏସ ଜି ଗ୍ରୁପ, ସଂଖ୍ୟା ଲଘୁ ଆସୋସିଏସନ,ସରକାରୀ ଉଚ୍ଚ ବିଦ୍ୟାଳୟ ଅlଲୁମିନ ଆସୋସିଏସନ, ପଶ୍ଚିମାଞ୍ଚଳ ଅମଲା ସଙ୍ଘ,ସରକାରୀ ବାଳିକା ବିଦ୍ୟାଳୟ, ପ୍ରଭୁତି ଅନୁଷ୍ଠାନ ମାନେ ସ୍ୱାଗତ ଜଣାଇଥିଲେ I ବୁର୍ଲାର ସ୍ଥାୟୀ ପଟ୍ଟା ଓ କ୍ଷତିଗ୍ରସ୍ଥ ଦୋକାନୀ ମାନଙ୍କୁ ଯଥା ଶୀଘ୍ର ଥଇଥାନ ପାଇଁ ଜନସାଧାରଣଙ୍କ ତରଫରୁ ଦାବି କରାଯାଇଥିଲା ଏବଂ ଏହାକୁ ଯଥାଶୀଘ୍ର ବିଚାର କରାଯିବ ବୋଲି ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଏହି ସଭାକାର୍ଯ୍ୟକୁ ସୁବ୍ରତ ପଟ୍ଟନାୟକ, ହରିଶଙ୍କର ପଣ୍ଡା, ସୁନୀଲ ମିଶ୍ର, ରଜନୀ ନାଗ, ଜୟନ୍ତ ସାହୁ,ଶ୍ୟାମ ଗୌଡ଼, ଶୁଭକାନ୍ତ ପଣ୍ଡା,ବୁଲୁ ଆପଟ ଓ ଗୋପୀନାଥ ସେନାପତି, ପରିଚାଳନା କରିଥିବା ବେଳେ ଚଣ୍ଡୀ ପ୍ରକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ I

The post ବୁର୍ଲାରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା appeared first on Odisha.News.