ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା ଓ ଟାସ୍କ ଫୋର୍ସ ବୈଠକ
ସମ୍ବଲପୁର:ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା ଏବଂ ଟାସ୍କ ଫୋର୍ସ ବୈଠକ ଆଜି ଅପରାହ୍ନ ରେ ଜିଲ୍ଲାପାଳ, ସମ୍ବଲପୁର ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ), ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାରେ ୨ଟି ବେସରକାରୀ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ର ପଞ୍ଜୀକରଣ କରିବା ପାଇଁ ଆଲୋଚନା କରାଯାଇ ଅନୁମୋଦନ କରାଗଲା । ଜିଲ୍ଲାରେ ରାଜସ୍ୱ […] The post ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା ଓ ଟାସ୍କ ଫୋର୍ସ ବୈଠକ appeared first on Odisha.News.

ସମ୍ବଲପୁର:ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା ଏବଂ ଟାସ୍କ ଫୋର୍ସ ବୈଠକ ଆଜି ଅପରାହ୍ନ ରେ ଜିଲ୍ଲାପାଳ, ସମ୍ବଲପୁର ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ), ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାରେ ୨ଟି ବେସରକାରୀ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ର ପଞ୍ଜୀକରଣ କରିବା ପାଇଁ ଆଲୋଚନା କରାଯାଇ ଅନୁମୋଦନ କରାଗଲା । ଜିଲ୍ଲାରେ ରାଜସ୍ୱ ପାଣ୍ଠି ରୁ ୨୪ ଟି ପ୍ରଶାସନିକ, ଡାକ୍ତରଖାନା ଏବଂ ବିଭିନ୍ନ ଅଞ୍ଚଳ ରେ ହୋର୍ଡିଂ ଲଗାଇ ଜନ ସଚେତନ କରାଯାଇଅଛି। ଏହା ବ୍ଯତୀତ ଜିଲ୍ଲାର ୱେବସାଇଟ ରେ ସମସ୍ତ ପଞ୍ଜୀକୃତ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକର ତଥ୍ୟ ଉପଲବ୍ଧ କରାଯାଇଅଛି।ଜିଲ୍ଲା ରେ ନଭେମ୍ବର ୨୫ ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ମହିଳା ଓ ଘରୋଇ ହିଂସା ନିରାକରଣ ପକ୍ଷ ପାଳନ କରାଯାଇଅଛି। ଉକ୍ତ ସଭା ରେ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ସୁଜାତାରାଣୀ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୁକ୍ତା କୁଲୁ, ସଖୀ ଏନଜିଓ, ଚାଇଲ୍ଡ ଲାଇନ ପ୍ରତିନିଧି, ସରକାରୀ ଓକିଲ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ତଥ୍ୟ କୁ ଶ୍ରୀ ବୁଧ ରଞ୍ଜନ ଭୋଇ, ସହକାରୀ ପରିଚାଳକ(ଆଇନ ବ୍ୟାପାର) ଉପସ୍ଥାପନ କରିଥିଲେ।
The post ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା ଓ ଟାସ୍କ ଫୋର୍ସ ବୈଠକ appeared first on Odisha.News.