ବୁଲା ଷଣ୍ଢ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ଶୌଚ ହେବାକୁ ଯାଇଥିବାବେଳେ ପଡ଼ିଥିଲେ ହାବୁଡ଼ରେ
କୁଚିଣ୍ଡା: ବୁଲା ଷଣ୍ଢ ଆକ୍ରମଣରେ ଜଣଙ୍କର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି କୁଲୁଣ୍ଡା ଗାଁରେ। ସୂଚନା ଅନୁଯାୟୀ, ଗାଁର ରାଇସିଂ ନାଏକ ସକାଳେ ଶୌଚ ହେବାକୁ ଯାଉଥିବାବେଳେ ଗାଁ ମୁଣ୍ଡରେ ଏକ ବୁଲା ଷଣ୍ଢ ହାବୁଡ଼ରେ ପଡ଼ିଯାଇଥିଲେ। ସେ କିଛି ବୁଝିବା ଆକଗରୁ ହିଁ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲା ଷଣ୍ଢଟି।ତେବେ ଜୀବନ ବିକଳରେ ସେ ଏଣେତେଣ ଧାଇଁଥିଲେ ବି ଷଣ୍ଢଟି ତାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା। ଶେଷରେ ଘଟଣା ସ୍ଥଳରେ ହିଁ ତାଙ୍କର ରାଇସିଂଙ୍କ ମୃତ୍ୟୁ ହୋଇଯାଇଥିଲା । ଗୌଡ଼ପାଲି ଫାଣ୍ଡି ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି।
କୁଚିଣ୍ଡା: ବୁଲା ଷଣ୍ଢ ଆକ୍ରମଣରେ ଜଣଙ୍କର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି କୁଲୁଣ୍ଡା ଗାଁରେ। ସୂଚନା ଅନୁଯାୟୀ, ଗାଁର ରାଇସିଂ ନାଏକ ସକାଳେ ଶୌଚ ହେବାକୁ ଯାଉଥିବାବେଳେ ଗାଁ ମୁଣ୍ଡରେ ଏକ ବୁଲା ଷଣ୍ଢ ହାବୁଡ଼ରେ ପଡ଼ିଯାଇଥିଲେ। ସେ କିଛି ବୁଝିବା ଆକଗରୁ ହିଁ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲା ଷଣ୍ଢଟି।
ତେବେ ଜୀବନ ବିକଳରେ ସେ ଏଣେତେଣ ଧାଇଁଥିଲେ ବି ଷଣ୍ଢଟି ତାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା। ଶେଷରେ ଘଟଣା ସ୍ଥଳରେ ହିଁ ତାଙ୍କର ରାଇସିଂଙ୍କ ମୃତ୍ୟୁ ହୋଇଯାଇଥିଲା । ଗୌଡ଼ପାଲି ଫାଣ୍ଡି ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି।