ବୁଲିଲା ବୁଲ୍ଡୋଜର, ପୁରୀ ବେଳାଭୂମିରେ ବେଆଇନ ପ୍ଲଟିଂ ଓ ନିର୍ମାଣ ସ୍ଥଳୀ ଭାଙ୍ଗିଛି ପ୍ରଶାସନ
ପୁରୀ ୩୧/୭: ପୁରୀ ବେଳାଭୂମିରେ ବେଆଇନ ପ୍ଲଟିଂ ଓ ନିର୍ମାଣ ସ୍ଥଳୀ ଭାଙ୍ଗିଛି ପ୍ରଶାସନ । ଜିଲ୍ଲା ପ୍ରଶାସନ,ବ୍ରହ୍ମଗିରି ତହସିଲଦାର ଓ ବଳିଆ ପଣ୍ଡା ଥାନା ଉପସ୍ଥିତିରେ ବେଆଇନ ପ୍ଲଟିଂ ଓ ନିର୍ମାଣ ଉପରେ ବୁଲିଛି ବୁଲ୍ଡୋଜର । ଗତ କିଛି ଦିନ ଧରି ଷ୍ଟଲିନ ଛକ ନିକଟରେ ଥିବା ବେଳାଭୂମିରେ ଜମି ମାଫିଆମାନେ ବେଆଇନ ପ୍ଲଟିଂ କରି ବିକ୍ରି ପାଇଁ ମସୁଧା ଚଳାଇଥିଲେ । ଏଥି ସହ ଜଣେ ବ୍ୟକ୍ତି ମଧ୍ୟ ନିର୍ମାଣ କାମ ଚଳାଇଥିଲେ । ଏନେଇ ବାରମ୍ବାର ନ୍ୟୁଜ7ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଥିଲା ପ୍ରଶାସନ । ବେଳାଭୂମିରେ ବେଆଇନ ନିର୍ମାଣ କାମକୁ ତୁରନ୍ତ ବନ୍ଦ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ପିକେଡିଏ ପକ୍ଷରୁ ନୋଟିସ୍ ଜାରି ହୋଇଥିଲା । ଆଜି ବ୍ରହ୍ମଗିରି ତହସିଲଦାର ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ଉପସ୍ଥିତିରେ ବୁଲ୍ଡୋଜର ଲଗାଇ ବେଆଇନ ନିର୍ମାଣକୁ ଭାଙ୍ଗିଛି ପ୍ରଶାସନ । ତେବେ ପୋଲିସ ବେଆଇନ ଭାବରେ ନିର୍ମାଣ ଚଳାଇଥିବା ଜମି ମାଫିଆଙ୍କୁ କେବେ ବାନ୍ଧିବ ତାକୁ ଅପେକ୍ଷା ।
ପୁରୀ ୩୧/୭: ପୁରୀ ବେଳାଭୂମିରେ ବେଆଇନ ପ୍ଲଟିଂ ଓ ନିର୍ମାଣ ସ୍ଥଳୀ ଭାଙ୍ଗିଛି ପ୍ରଶାସନ । ଜିଲ୍ଲା ପ୍ରଶାସନ,ବ୍ରହ୍ମଗିରି ତହସିଲଦାର ଓ ବଳିଆ ପଣ୍ଡା ଥାନା ଉପସ୍ଥିତିରେ ବେଆଇନ ପ୍ଲଟିଂ ଓ ନିର୍ମାଣ ଉପରେ ବୁଲିଛି ବୁଲ୍ଡୋଜର । ଗତ କିଛି ଦିନ ଧରି ଷ୍ଟଲିନ ଛକ ନିକଟରେ ଥିବା ବେଳାଭୂମିରେ ଜମି ମାଫିଆମାନେ ବେଆଇନ ପ୍ଲଟିଂ କରି ବିକ୍ରି ପାଇଁ ମସୁଧା ଚଳାଇଥିଲେ । ଏଥି ସହ ଜଣେ ବ୍ୟକ୍ତି ମଧ୍ୟ ନିର୍ମାଣ କାମ ଚଳାଇଥିଲେ ।
ଏନେଇ ବାରମ୍ବାର ନ୍ୟୁଜ7ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଥିଲା ପ୍ରଶାସନ । ବେଳାଭୂମିରେ ବେଆଇନ ନିର୍ମାଣ କାମକୁ ତୁରନ୍ତ ବନ୍ଦ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ପିକେଡିଏ ପକ୍ଷରୁ ନୋଟିସ୍ ଜାରି ହୋଇଥିଲା । ଆଜି ବ୍ରହ୍ମଗିରି ତହସିଲଦାର ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ଉପସ୍ଥିତିରେ ବୁଲ୍ଡୋଜର ଲଗାଇ ବେଆଇନ ନିର୍ମାଣକୁ ଭାଙ୍ଗିଛି ପ୍ରଶାସନ । ତେବେ ପୋଲିସ ବେଆଇନ ଭାବରେ ନିର୍ମାଣ ଚଳାଇଥିବା ଜମି ମାଫିଆଙ୍କୁ କେବେ ବାନ୍ଧିବ ତାକୁ ଅପେକ୍ଷା ।