ବୃଦ୍ଧଙ୍କୁ ଭୁଆଁ ବୁଲାଇ ନେଇଗଲେ ATM କାର୍ଡ, ଚଳୁ କରିଦେଲେ ଟଙ୍କା, ଲୁଟେରାଙ୍କୁ ଖୋଜୁଛି ପୋଲିସ

 ଆନନ୍ଦପୁର ୧୨/୭: ATM କାର୍ଡ ବଦଳାଇ ବୃଦ୍ଧଙ୍କ ଆକାଉଣ୍ଟରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା । ସୁନା କିଣିବା ସମୟରେ ସିସିଟିଭିରେ ଲୁଟେରାଙ୍କ ଭିଜୁଆଲ କଏଦ । ଏତଲା ପରେ ଲୁଟେରାଙ୍କୁ ଖୋଜୁଛି ପୋଲିସ । ଠକାମିର ଶିକାର ହୋଇଛନ୍ତି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଓସ୍ତପୁର ଗାଁର ବୃଦ୍ଧ ଘନଶ୍ୟାମ ମାଝୀ । ୩ ଦିନ ତଳେ ଘନଶ୍ୟାମ ଲକ୍ଷ୍ମୀବଜାରରେ ଥିବା ଷ୍ଟେଟବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ । ତେବେ କୌଣସି କାରଣ ପାଇଁ ଟଙ୍କା ଉଠାଇ ପାରିନଥିଲେ । ଏହି ସମୟରେ ଜଣେ ଯୁବକ ସାହାଯ୍ୟ କରିବାର ଆଳ ଦେଖାଇ ଘନଶ୍ୟାମଙ୍କ ଠାରୁ ଏଟିଏମ କାର୍ଡ ଓ ପିନ୍‌ ନମ୍ବର ନେଇଥିଲା ଆଉ କହିଲା ମୁଁ ଟଙ୍କା ଉଠାଇ ଦେବି । କିଛି ସମୟ ପରେ ଟଙ୍କା ବାହାରୁନି କହି ଘନଶ୍ୟାମଙ୍କୁ ଏଟିଏମ୍‌ ଫେରାଇ ଦେଇଥିଲା । ତେବେ ଚତୁର ଲୁଟେରା ଘନଶ୍ୟାମଙ୍କୁ ଏକ ଅଲଗା ଏଟିଏମ୍‌ ଦେଇ ସେଠାରୁ ଚମ୍ପଟ ମାରିଥିଲା । ପରେ ଘନଶ୍ୟାମଙ୍କ ଏଟିଏମ୍‌ରୁ ୩ ଜଣ ଲୁଟେରା ଘଷିପୁରା ସ୍ଥିତ ସୁନା ଦୋକାନରୁ ୭୫ ହଜାର ଟଙ୍କାର ସୁନା କିଣିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହା ପରେ ୪ ଥର ସେ କାର୍ଡକୁ ବ୍ୟବହାର କରି ୪୦ ହଜାର ଟଙ୍କା ଓ ବାଲେଶ୍ବର ଚନ୍ଦନେଶ୍ବରରେ ଥିବା ICICI ବ୍ୟାଙ୍କ ଏଟିଏମ୍‌ରୁ ବାକି ଟଙ୍କା ଉଠାଯାଇଛି । ଯାହା ଘନଶ୍ୟାମଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜଣାପଡିଛି । ଘନଶ୍ୟାମଙ୍କ ଏତଲା ଆଧାରରେ ପୋଲିସ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କର

ବୃଦ୍ଧଙ୍କୁ ଭୁଆଁ ବୁଲାଇ ନେଇଗଲେ ATM କାର୍ଡ, ଚଳୁ କରିଦେଲେ ଟଙ୍କା, ଲୁଟେରାଙ୍କୁ ଖୋଜୁଛି ପୋଲିସ

 ଆନନ୍ଦପୁର ୧୨/୭: ATM କାର୍ଡ ବଦଳାଇ ବୃଦ୍ଧଙ୍କ ଆକାଉଣ୍ଟରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା । ସୁନା କିଣିବା ସମୟରେ ସିସିଟିଭିରେ ଲୁଟେରାଙ୍କ ଭିଜୁଆଲ କଏଦ । ଏତଲା ପରେ ଲୁଟେରାଙ୍କୁ ଖୋଜୁଛି ପୋଲିସ । ଠକାମିର ଶିକାର ହୋଇଛନ୍ତି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଓସ୍ତପୁର ଗାଁର ବୃଦ୍ଧ ଘନଶ୍ୟାମ ମାଝୀ । ୩ ଦିନ ତଳେ ଘନଶ୍ୟାମ ଲକ୍ଷ୍ମୀବଜାରରେ ଥିବା ଷ୍ଟେଟବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ । ତେବେ କୌଣସି କାରଣ ପାଇଁ ଟଙ୍କା ଉଠାଇ ପାରିନଥିଲେ । ଏହି ସମୟରେ ଜଣେ ଯୁବକ ସାହାଯ୍ୟ କରିବାର ଆଳ ଦେଖାଇ ଘନଶ୍ୟାମଙ୍କ ଠାରୁ ଏଟିଏମ କାର୍ଡ ଓ ପିନ୍‌ ନମ୍ବର ନେଇଥିଲା ଆଉ କହିଲା ମୁଁ ଟଙ୍କା ଉଠାଇ ଦେବି । କିଛି ସମୟ ପରେ ଟଙ୍କା ବାହାରୁନି କହି ଘନଶ୍ୟାମଙ୍କୁ ଏଟିଏମ୍‌ ଫେରାଇ ଦେଇଥିଲା । ତେବେ ଚତୁର ଲୁଟେରା ଘନଶ୍ୟାମଙ୍କୁ ଏକ ଅଲଗା ଏଟିଏମ୍‌ ଦେଇ ସେଠାରୁ ଚମ୍ପଟ ମାରିଥିଲା । ପରେ ଘନଶ୍ୟାମଙ୍କ ଏଟିଏମ୍‌ରୁ ୩ ଜଣ ଲୁଟେରା ଘଷିପୁରା ସ୍ଥିତ ସୁନା ଦୋକାନରୁ ୭୫ ହଜାର ଟଙ୍କାର ସୁନା କିଣିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହା ପରେ ୪ ଥର ସେ କାର୍ଡକୁ ବ୍ୟବହାର କରି ୪୦ ହଜାର ଟଙ୍କା ଓ ବାଲେଶ୍ବର ଚନ୍ଦନେଶ୍ବରରେ ଥିବା ICICI ବ୍ୟାଙ୍କ ଏଟିଏମ୍‌ରୁ ବାକି ଟଙ୍କା ଉଠାଯାଇଛି । ଯାହା ଘନଶ୍ୟାମଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜଣାପଡିଛି । ଘନଶ୍ୟାମଙ୍କ ଏତଲା ଆଧାରରେ ପୋଲିସ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଛି ।