ବୃଦ୍ଧି ପାଇବ ରାତିର ତାପମାତ୍ରା

ଭୁବନେଶ୍ୱର : କାଳବୈଶାଖୀ ବର୍ଷା ପରେ ଦିନରେ ଟାଣ ହେଉଛି ଖରାର ପ୍ରକୋପ I ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହା ଫଳରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି । ତେବେ ପଶ୍ଚିମା ଝଡ଼ ପ୍ରଭାବରେ ୩୧ ତାରିଖ ବେଳକୁ ମୟୂରଭଞ୍ଜ, ସୁନ୍ଦରଗଡ, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ […]

ବୃଦ୍ଧି ପାଇବ ରାତିର ତାପମାତ୍ରା
ବୃଦ୍ଧି ପାଇବ ରାତିର ତାପମାତ୍ରା

ଭୁବନେଶ୍ୱର : କାଳବୈଶାଖୀ ବର୍ଷା ପରେ ଦିନରେ ଟାଣ ହେଉଛି ଖରାର ପ୍ରକୋପ I ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହା ଫଳରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି । ତେବେ ପଶ୍ଚିମା ଝଡ଼ ପ୍ରଭାବରେ ୩୧ ତାରିଖ ବେଳକୁ ମୟୂରଭଞ୍ଜ, ସୁନ୍ଦରଗଡ, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି I ସେହିପରି ଏପ୍ରିଲ ଆରମ୍ଭରୁ ଖରା ଟାଣ ହେବା ସାଙ୍ଗକୁ ଅସହ୍ୟ ହେବ ଗୁଳୁଗୁଳି I

ଅନ୍ୟପଟେ ଗତ ୨ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଥିଲା କାଳବୈଶାଖୀ । ବିଶେଷକରି ମୟୁରଭଞ୍ଜ,ବାଲେଶ୍ୱର,କେନ୍ଦୁଝର,ଯାଜପୁର ଏବଂ ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଓ ବଜ୍ରପାତ ହୋଇଥିଲା I ସେହିପରି ଗତକାଲି ରାତିରେ ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ବିନିକା ବ୍ଲକର ଏକାଧିକ ଅଞ୍ଚଳରେ ଘଡଘଡି ସହ ତୁହାକୁ ତୁହା ବର୍ଷା ହୋଇଛି ।

ତା’ସହ ପ୍ରବଳ କୁଆ ପଥର ମାଡ଼ ଯୋଗୁ ଏସବୁ ଅଞ୍ଚଳରେ ବ୍ୟାପକ ନଷ୍ଟ ହୋଇଛି ଧାନ ଫସଲ ଓ ପରିବା ଚାଷ । ସେପଟେ ଗଞ୍ଜାମ ବଡ଼ଗଡ଼ ଥାନା ନୂଆଗାଁରେ ବଜ୍ରାଘାତରେ ୩୨ଟି ଛେଳିର ଜୀବନ ଯାଇଛି । ଗତକାଲି ବର୍ଷା ପାଇଁ ଛେଳି ଗୁଡିକ ଗଛ ମୂଳେ ଥିବାବେଳେ ହଠାତ ବଜ୍ରାଘାତ ହୋଇଥିଲା । ସେହିପରି ରାଉରକେଲା ସହରରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।