ବୃଦ୍ଧି ହେବ ଆବାସ ଯୋଜନା ରାଶି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ବଢିବ ଆବାସ ରାଶି । ପିଏମ୍ ଆବାସ୍ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ । ଆବାସ ଯୋଜନା ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ । ଖୁବଶୀଘ୍ର ଆସିବ […]

ବୃଦ୍ଧି ହେବ ଆବାସ ଯୋଜନା ରାଶି
ବୃଦ୍ଧି ହେବ ଆବାସ ଯୋଜନା ରାଶି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ବଢିବ ଆବାସ ରାଶି । ପିଏମ୍ ଆବାସ୍ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ । ଆବାସ ଯୋଜନା ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ । ଖୁବଶୀଘ୍ର ଆସିବ ସମ୍ପୂର୍ଣ୍ଣ ଗାଇଡ଼ ଲାଇନ୍ । ନରେଗାକୁ ମିଶାଇଲେ ୨ ଲକ୍ଷ ଟଙ୍କା ମିଳିବ । ସେହିପରି ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା । ବର୍ତ୍ତମାନ ଶୌଚାଳୟ ପାଇଁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତି ଆବାସ ଘରକୁ ମଡେଲ୍ ଗୃହ ଭାବେ ନିର୍ମାଣ କରାଇବେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି ପଂଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ ।