ଜାଣନ୍ତୁ ଆଜି ରାଶି ଅନୁସାରେ ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ, ଆଜିର ରାଶିଫଳ

ମେଷ : ଆଜି ଦିନଟି ଆପଣଙ୍କ ପାଇଁ ବେଶ ଖୁସିରେ କଟିବ । ଆଲୋଚନା ପରିପ୍ରେକ୍ଷୀରେ ମନକଥା ଖୋଲି କହିବାକୁ ବାଧ୍ୟ ହେବେ । ପ୍ରଶାସନିକ କ୍ଷେତ୍ରରେ ଦୃଢ଼ ନିଷ୍ପତ୍ତି ନେବାକୁ ପଡ଼ିବ । ବନ୍ଧୁଙ୍କ ସହାନୁଭୂତି ପରିସ୍ଥିତିକୁ ଲାଘବ କରିବାରେ ସହାୟକ ହେବ । ବୃଷ : ଅଭାବ ଅସୁବିଧା ନ ଥିଲେ ମଧ୍ୟ ଅଯଥା ସମସ୍ୟାର ହୋଇପାରେ । ଭାବପ୍ରବଣତା ବୃଦ୍ଧି ପାଇବାରୁ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ । ହାତକୁ […] The post ଜାଣନ୍ତୁ ଆଜି ରାଶି ଅନୁସାରେ ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ, ଆଜିର ରାଶିଫଳ appeared first on KNews Odisha.

ଜାଣନ୍ତୁ ଆଜି ରାଶି ଅନୁସାରେ ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ, ଆଜିର ରାଶିଫଳ
horoscope

ମେଷ : ଆଜି ଦିନଟି ଆପଣଙ୍କ ପାଇଁ ବେଶ ଖୁସିରେ କଟିବ । ଆଲୋଚନା ପରିପ୍ରେକ୍ଷୀରେ ମନକଥା ଖୋଲି କହିବାକୁ ବାଧ୍ୟ ହେବେ । ପ୍ରଶାସନିକ କ୍ଷେତ୍ରରେ ଦୃଢ଼ ନିଷ୍ପତ୍ତି ନେବାକୁ ପଡ଼ିବ । ବନ୍ଧୁଙ୍କ ସହାନୁଭୂତି ପରିସ୍ଥିତିକୁ ଲାଘବ କରିବାରେ ସହାୟକ ହେବ ।

ବୃଷ : ଅଭାବ ଅସୁବିଧା ନ ଥିଲେ ମଧ୍ୟ ଅଯଥା ସମସ୍ୟାର ହୋଇପାରେ । ଭାବପ୍ରବଣତା ବୃଦ୍ଧି ପାଇବାରୁ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ । ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବାର ଆଶା କରାଯାଇପାରେ । ସାମାଜିକ ସ୍ତରରେ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ ।

ମିଥୁନ : ଆଜି ମାନସିକ ସ୍ଥିତି ଠିକ୍‌ ରହି ନ ପାରେ । ଆର୍ଥିକ ସମସ୍ୟା ସୁଧୁରିଯିବ ଓ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ସଭାସମିତି, ରାଜନୀତି, ସଂଗଠନ ତଥା ସାଂସ୍କୃତିକ କ୍ଷେତ୍ରରୁ ପ୍ରଶଂସା ମିଳିବ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ।

କର୍କଟ : କୌଣସି ବିବାଦୀୟ ସ୍ଥିତି ସକାଶେ ଅର୍ଥବ୍ୟୟ କରିବାକୁ ହେବ । କର୍ମକ୍ଷେତ୍ରରେ ଲାଗିରହିଥିବା ସମସ୍ୟାଜନିତ ଟେନସନ୍‌ ଦୂର ହେବ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବାରୁ ମନସ୍ତାପ କରିବେ । କଳା, ସାହିତ୍ୟ, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ ।

ସିଂହ : କର୍ମକ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ କାମ ହାସଲ କରିବେ । ବ୍ୟବସାୟ, ପରିବହନ ଓ ସାମ୍ବାଦିକତାରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

କନ୍ୟା : କର୍ମକ୍ଷେତ୍ରରେ ନିଜସ୍ୱ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ । ଆତ୍ମୀୟ ସ୍ୱଜନଙ୍କ ସହାୟତାରେ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି । କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କମ୍‌ ଆଶା ରହିଛି । ଦୂରସ୍ଥାନକୁ ଯାଇଥିବା ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ ।

ତୁଳା : କୌଣସି ବିସ୍ମୟକର ଖବର ସକାଳୁ ସକାଳୁ ମନକୁ ଖୁସି କରିଦେବ । ତଥାପି ଆତ୍ମୀୟମାନଙ୍କ ଶତ୍ରୁତା ହେତୁ ବିଚଳିତବୋଧ କରିପାରନ୍ତି । ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାର ସମ୍ମୁଖୀନ ହେବେ ।

ବିଛା : ଆଜି ଆପଣ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାମ ହାସଲ କରିପାରନ୍ତି । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଅର୍ଥସଂକଟ ଲାଗିରହିିବା ହେତୁ କାମଗୁଡ଼ିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବ ।

ଧନୁ : ସ୍ଥଗିତ କାମ ହାସଲ ସକାଶେ ଟିକେ ନରମି କଥାବାର୍ତ୍ତା କରିବା ଭଲ ହେବ । ରାଜନୀତି କିମ୍ବା ସାଙ୍ଗଠନିକ କ୍ଷେତ୍ରରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି । ଅସୁବିଧା ସମ୍ପର୍କରେ ଉପରିସ୍ଥ ଅଫିସରଙ୍କ ମୁହଁ ସାମ୍ନାରେ ପ୍ରକାଶ କରିବାକୁ ପଛେଇଯିବେ । ଆଲୋଚନା ସମୟରେ ନିକଟ ସମ୍ପର୍କୀୟମାନଙ୍କ କଥାକୁ ନାପସନ୍ଦ କରିବେ ।

ମକର : କର୍ମକ୍ଷେତ୍ରର ବହୁବିଧ ସମସ୍ୟା ଲାଗିରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ । ଶୁଣାକଥାକୁ ବିଶ୍ୱାସ କରି କୌଣସି କାମରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବିବାଦୀୟ ପରିସ୍ଥିତିରେ ଗୁରୁଜନଙ୍କ କଥା ମନରେ ଆଶ୍ୱସ୍ତି ଭରିପାରେ । ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିବ ।

କୁମ୍ଭ : ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ିବେ କିନ୍ତୁ ସମୟାନ୍ତରରେ ସମାଧାନ ହୋଇପାରିବ । ବନ୍ଧୁଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି । ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ । ସମ୍ପର୍କୀୟଙ୍କ ସହ ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ କିନ୍ତୁ ପ୍ରତ୍ୟାବର୍ତ୍ତନ ଦୁଃଖର କାରଣ ହୋଇପାରେ ।

ମୀନ : ଭୁଲ୍‌ ବୁଝାମଣା କାରଣରୁ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ହେତୁ ବିଚଳିତ ହେବେ । ଆଶାନୁଯାୟୀ ଅର୍ଥ ସାହାଯ୍ୟ ଆଶାରେ ବିନୟପୂର୍ଣ୍ଣ କଥା କହିବାକୁ ପଡ଼ିପାରେ । ଜଣେ ବନ୍ଧୁଙ୍କଠାରୁ କୌଣସି ଖବର ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ଶେଷ ସମୟରେ ବିଚାର ବଦଳି ଯାଇପାରେ ।

The post ଜାଣନ୍ତୁ ଆଜି ରାଶି ଅନୁସାରେ ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ, ଆଜିର ରାଶିଫଳ appeared first on KNews Odisha.