ଏପ୍ରିଲ ୩୦ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କଟକ : ଏପ୍ରିଲ ୩୦ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆଜିଠାରୁ ରାଜ୍ୟର ୫୫ ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇଛି । ଆସନ୍ତା ୨୮ ତାରିଖ ସୁଦ୍ଧା ଖାତା ଦେଖା ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ମଧ୍ୟମା ଓ ଓପନ ସ୍କୁଲ ଖାତା ମୂଲ୍ୟାୟନ ୫୫ ଟି ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି। ଏଥିପାଇଁ ମୋଟ ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀ […] The post ଏପ୍ରିଲ ୩୦ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ appeared first on KNews Odisha.

ଏପ୍ରିଲ ୩୦ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
BSE

କଟକ : ଏପ୍ରିଲ ୩୦ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆଜିଠାରୁ ରାଜ୍ୟର ୫୫ ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇଛି । ଆସନ୍ତା ୨୮ ତାରିଖ ସୁଦ୍ଧା ଖାତା ଦେଖା ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ମଧ୍ୟମା ଓ ଓପନ ସ୍କୁଲ ଖାତା ମୂଲ୍ୟାୟନ ୫୫ ଟି ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି।

ଏଥିପାଇଁ ମୋଟ ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ ସହାୟକଙ୍କୁ ନିଯୁକ୍ତି କରିଛି ବୋର୍ଡ। ବୋର୍ଡ ପକ୍ଷରୁ ମୂଲ୍ୟାୟନକୁ ତ୍ରୁଟିଶୂନ୍ୟ କରିବା ପାଇଁ ଚେକର ମେକର ନିୟୋଜିତ କରାଯାଇଛି। ପରୀକ୍ଷାର୍ଥୀ ପାଇଥିବା ମାର୍କ ଚେକର କମ୍ପୁଟରରେ ଏଣ୍ଟ୍ରି କରିବାର ନିର୍ଦ୍ଦେଶ ଥିବା ବେଳେ ମେକର ଅନ୍ୟ ଏକ କଂପ୍ୟୁଟରରେ ସେହି ମାର୍କକୁ ଭେରିଫାଏ କରିବ। ଏହାପରେ ମାର୍କ ରାଜ୍ୟ ବାହାରର କଂପ୍ୟୁଟର ଫାର୍ମକୁ ପଠାଯିବ।

ଖାତା ଦେଖା ସରିବା ପରେ ଫାର୍ମରେ ରେଜଲ୍ଟ ପ୍ରୋସେସିଂ ପାଇଁ ଏକ ମାସର ସମୟ ଆବଶ୍ୟକତା ଥାଏ। ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ପିଇବା ପାଣି, ଫ୍ୟାନ ବ୍ୟବସ୍ଥା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୂଲ୍ୟାୟନରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ନିର୍ବାଚନ ଡ୍ୟୁଟି ପଡୁଥିବାବେଳେ ସେମାନଙ୍କର ନିର୍ବାଚନ ଟ୍ରେନିଂ ମଧ୍ୟ ଆରମ୍ଭ ହୋଇଛି।

ତେଣୁ କେତେକ ସ୍ଥାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖା କାମରେ ନିୟୋଜିତ ହୋଇ ପାରି ନାହାନ୍ତି। ୨୮ ତାରିଖ ଭିତରେ ଖାତା ଦେଖା ନ ସରିଲେ ହୁଏତ ଫଳ ପ୍ରକାଶନରେ ବିଳମ୍ବ ହୋଇପାରେ। କିନ୍ତୁ ଏପ୍ରିଲ ୩୦ ରେ ରେଜଲ୍ଟ ବାହାର କରିବା ଲକ୍ଷ୍ୟରେ ସମସ୍ତ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଏଥର ରାଜ୍ୟର ୫ ଲକ୍ଷ ୬୨ ହଜାର ୪୭୯ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।

The post ଏପ୍ରିଲ ୩୦ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ appeared first on KNews Odisha.