ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ

ପୁରୀ,୧୮।୧୦: ବୃନ୍ଦାବତୀ ନିବାସ ଆଗରେ ଜଣେ ହବିଷ୍ୟାଳୀ ଅଚେତ୍‌ ହୋଇ ପଡିଛନ୍ତି। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ହବିଷ୍ୟାଳୀ ଜଣଙ୍କ ଯାଜପୁର ଜିଲା ବରୀ ଅଞ୍ଚଳ ବୋଲି ସୂଚନା ମିଳିଛି। ପଞ୍ଜୀକରଣ ହୋଇପାରି ନ ଥିବାରୁ କାଲିଠୁ ବାହାରେ ବସିଥିଲେ ହବିଷ୍ୟାଳି। ଆଜିଠୁ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ। ହେଲେ ଏହା ପୂର୍ବରୁ ହବିଷ୍ୟାଳୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରହଣି ବ୍ୟବସ୍ଥା ଦାବିରେ ସେମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। କାର୍ତ୍ତିକ ମାସରେ ହବିଷ୍ୟାଳୀମାନଙ୍କ […] The post ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ appeared first on Dharitri Odia News.

ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ

ପୁରୀ,୧୮।୧୦: ବୃନ୍ଦାବତୀ ନିବାସ ଆଗରେ ଜଣେ ହବିଷ୍ୟାଳୀ ଅଚେତ୍‌ ହୋଇ ପଡିଛନ୍ତି। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ହବିଷ୍ୟାଳୀ ଜଣଙ୍କ ଯାଜପୁର ଜିଲା ବରୀ ଅଞ୍ଚଳ ବୋଲି ସୂଚନା ମିଳିଛି। ପଞ୍ଜୀକରଣ ହୋଇପାରି ନ ଥିବାରୁ କାଲିଠୁ ବାହାରେ ବସିଥିଲେ ହବିଷ୍ୟାଳି।

ଆଜିଠୁ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ। ହେଲେ ଏହା ପୂର୍ବରୁ ହବିଷ୍ୟାଳୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରହଣି ବ୍ୟବସ୍ଥା ଦାବିରେ ସେମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି।

କାର୍ତ୍ତିକ ମାସରେ ହବିଷ୍ୟାଳୀମାନଙ୍କ ରହଣି ସମେତ ସମସ୍ତ ପ୍ରକାର ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଘୋଷଣା ହୋଇଥିଲା। ଏଥିନିମନ୍ତେ ନିଜ ନାମ ଅନଲାଇନ୍‌ରେ ପଞ୍ଜୀକରଣ କରିବାକୁ ଗତ ୬ ତାରିଖରେ ଘୋଷଣା କରାଯାଇଥିଲା। ଏହି ପ୍ରକ୍ରିୟା ୫ ଦିନ ପର୍ଯ୍ୟନ୍ତ ଅର୍ଥାତ୍‌ ଗତ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା।

ମାତ୍ର କେବଳ ଗୋଟିଏ ଦିନ ପରେ ଅର୍ଥାତ ୭ ତାରିଖରେ ପୋର୍ଟାଲକୁ ବନ୍ଦ କରି ଦିଆଗଲା। ଫଳରେ ବହୁ ହବିଷ୍ୟାଳୀ ପଞ୍ଜିକରଣ କରିପାରି ନଥିଲେ। ଯାହାକୁ ନେଇ ପୁରୀ ପହଞ୍ଚିବା ମାତ୍ରେ ଆନ୍ଦୋଳନ କରିଥିଲେ। ଖବର ପାଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲାପାଳ ପହଞ୍ଚି ଆନ୍ଦୋଳନରତ ହବିଷ୍ୟାଳୀଙ୍କୁ ବୁଝାସୁଝା କରିଥିଲେ। ହେଲେ ଏହା ପରେ ବି ହବିଷ୍ୟାଳୀ ଆନ୍ଦୋଳନ ବନ୍ଦ କରି ନଥିଲେ।

The post ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ appeared first on Dharitri Odia News.