ବେଆଇନ ଗଛ କାଟୁଥିଲେ, ଧରିଲା ବନବିଭାଗ: ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଲାଞ୍ଜିଗଡ଼,୨୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଢେପଗୁଡା ସଂରକ୍ଷିତ ଜଙ୍ଗଲ ଠାରେ ବେଆଇନ ଭାବେ ଗଛ କାଟୁଥିବା ବେଳେ ବନବିଭାଗ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି I ବନ ବିଭାଗ ପକ୍ଷରୁ ଜନ ସାଧାରଣଙ୍କୁ ଜଙ୍ଗଲର ସୁରକ୍ଷା ଓ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ଅନେକ ଜନ ସଚେତନତା କାର୍ଯ୍ୟକ୍ରମ କରି ସଚେତନତା କରୁଛି। କିନ୍ତୁ ଲୋକଙ୍କ ସଚେତନତାର ଅଭାବ ଯୋଗୁ ବନ୍ୟ ପ୍ରାଣୀ ଶିକାର ଓ ଜଙ୍ଗଲ ଧ୍ବଂସ […] The post ବେଆଇନ ଗଛ କାଟୁଥିଲେ, ଧରିଲା ବନବିଭାଗ: ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.
ଲାଞ୍ଜିଗଡ଼,୨୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଢେପଗୁଡା ସଂରକ୍ଷିତ ଜଙ୍ଗଲ ଠାରେ ବେଆଇନ ଭାବେ ଗଛ କାଟୁଥିବା ବେଳେ ବନବିଭାଗ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି I ବନ ବିଭାଗ ପକ୍ଷରୁ ଜନ ସାଧାରଣଙ୍କୁ ଜଙ୍ଗଲର ସୁରକ୍ଷା ଓ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ଅନେକ ଜନ ସଚେତନତା କାର୍ଯ୍ୟକ୍ରମ କରି ସଚେତନତା କରୁଛି। କିନ୍ତୁ ଲୋକଙ୍କ ସଚେତନତାର ଅଭାବ ଯୋଗୁ ବନ୍ୟ ପ୍ରାଣୀ ଶିକାର ଓ ଜଙ୍ଗଲ ଧ୍ବଂସ କରୁଥିବା ଦେଖିବାକୁ ମିଳିଛି। ବେଆଇନ ଭାବେ ଗଛକାଟିବା ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ବୁଧବାର ସନ୍ଧ୍ୟାବେଳେ କୋର୍ଟ ଚାଲାଣ କରିଛି ବନ ବିଭାଗ।
ସୁଚନା ଅନୁଯାୟୀ, ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ଢେପଗୁଡା ସଂରକ୍ଷିତ ଜଙ୍ଗଲ ଠାରେ ବେଆଇନ ଭାବେ ଗଛ କାଟୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବିଶନାଥପୁର ଭାରପ୍ରାପ୍ତ ରେଞ୍ଜର ତଥା ଏସିଏଫ ନରୋତ୍ତମ ମାଝୀଙ୍କ ନେତୃତ୍ୱରେ ବିଶନାଥପୁର ଫରେଷ୍ଟର ସୁରେଶ ଚନ୍ଦ୍ର ରାଉତ, ମୂଷାନାଲ ଫରେଷ୍ଟର ଚିନ୍ତାମଣି ମାଝୀ ସମେତ ବନବିଭାଗ କର୍ମଚାରୀମାନେ ଗଛ କାଟୁଥିବା ସମୟରେ ଚଢ଼ାଉ କରି ସୋମବାର ଅପରାହ୍ନ ୪ଟା ସମୟରେ ପିଲିକା ମାଝୀ,ଦୁଖା ମାଝୀ,ବକଲେ ମାଝୀ, ବଳଦେବ ମାଝୀ ଓ ଲମ୍ବୁ ମାଝୀ ୫ ଜଣଙ୍କୁ ଗିରଫ କରି ଥିଲା ବନବିଭାଗ। ଏନେଇ ଅନେକ ପଚରାଉଚରା ପରେ ବୁଧବାର ସନ୍ଧ୍ୟା ସମୟରେ ଉକ୍ତ ୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବନ ବିଭାଗ ପକ୍ଷରୁ ଜଣାପଡିଛି।
ଏନେଇ ବିଶ୍ୱନାଥପୁର ଭାରପ୍ରାପ୍ତ ରେଞ୍ଜର ତଥା ଏସିଏଫ ନରୋତ୍ତମ ମାଝୀଙ୍କୁ ପଚାରିବାରୁ ବେଆଇନ ଭାବେ ଗଛ କାଟିବା ସମୟରେ ଆମେ ଚଡାଉ କରି ୫ ଜଣଙ୍କୁ ଗିରଫ କରି ତଦନ୍ତ କରୁଥିବା ବେଳେ ଏନେଇ ଓଡିଶା ବନ୍ୟ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ କେଶ ନଂ ୭୯/ ୨୪-୨୫ ରେ ଏକ ମାମଲା ରୁଜୁକରି ସେହି ୫ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି I ଗତ ଅକଟୋବର ମାସ ମଧ୍ୟ ବିଦ୍ୟୁତ ତାର ଲଗାଇ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି ବିଶ୍ୱନାଥପୁର ରେଞ୍ଜ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିଲା।
The post ବେଆଇନ ଗଛ କାଟୁଥିଲେ, ଧରିଲା ବନବିଭାଗ: ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.