ରତ୍ନଭଣ୍ଡାର ଖୋଲିବା ପରେ ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୪ା୭(ଅନିଲ ଦାସ)-ଦୀର୍ଘ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ରବିବାର ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ, ସନାତନ ସଂସ୍କୃତି ଓ ହିନ୍ଦୁ ଆସ୍ଥାର ସବୁଠାରୁ ବଡ଼ ପ୍ରତୀକ । ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲି ମୁଖ୍ୟମନ୍ତ୍ରୀଙ୍କ ନବନିର୍ବାଚିତ ସରକାର ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା […] The post ରତ୍ନଭଣ୍ଡାର ଖୋଲିବା ପରେ ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ appeared first on Dharitri Odia News.

ରତ୍ନଭଣ୍ଡାର ଖୋଲିବା ପରେ ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୪ା୭(ଅନିଲ ଦାସ)-ଦୀର୍ଘ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ରବିବାର ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ, ସନାତନ ସଂସ୍କୃତି ଓ ହିନ୍ଦୁ ଆସ୍ଥାର ସବୁଠାରୁ ବଡ଼ ପ୍ରତୀକ । ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲି ମୁଖ୍ୟମନ୍ତ୍ରୀଙ୍କ ନବନିର୍ବାଚିତ ସରକାର ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ କରିଛନ୍ତି ।
ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସୁରକ୍ଷା ଏବଂ ରତ୍ନଭଣ୍ଡାରରେ ରଖାଯାଇଥିବା ଅଳଙ୍କାରର ଠିକ୍‌ ସୂଚନା ପାଇବା ଅନେକ ଦଶନ୍ଧି ଧରି ଜନସାଧାରଣଙ୍କ ଦାବି ରହିଥିଲା। ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କ ଅସ୍ମିତା ଓ ହିନ୍ଦୁ ଆସ୍ଥାକୁ ସମ୍ମାନ ଦେଇ ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ ପାରଦର୍ଶିତାର ସହ ଖୋଲିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିର ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

The post ରତ୍ନଭଣ୍ଡାର ଖୋଲିବା ପରେ ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ appeared first on Dharitri Odia News.