ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ : ବାସଭବନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ ୩୧।୦୩: ଭାରତୀୟ ଜନତା ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ରବିବାର ଦିନ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରେ ଆଡଭାନୀ ଏହି ସମ୍ମାନ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକୃଷ୍ଣ ଆଡଭାନୀଙ୍କ ପାଖରେ ବସିଥିବାର ନଜର ଆସିଛନ୍ତି। ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଲାଲକୃଷ୍ଣ ଆଡଭାନୀଙ୍କ ଘରେ ପହଞ୍ଚିଥିଲେ। ଅମିତ ଶାହାଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଜେପି ନଡ୍ଡା ମଧ୍ୟ ସେଠାରେ ପହଞ୍ଚିଥିଲେ। ୩ ଫେବୃଆରୀରେ ତାଙ୍କୁ ଭାରତରତ୍ନ ଦେବା ଲାଗି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଏବଂ ବିଜେପି ସଂସ୍ଥାପକ ସଦସ୍ୟ ନାନାଜୀ ଦେଶମୁଖଙ୍କ ପରେ ଏଭଳି ସମ୍ମାନ ପାଇବାରେ ବିଜେପି-RSS ସହ ସଂପୃକ୍ତ ତୃତୀୟ ନେତା ହେଉଛନ୍ତି ଆଡଭାନୀ ।#WATCH | President Droupadi Murmu confers Bharat Ratna upon veteran BJP leader LK Advani at the latter's residence in Delhi.Prime Minister Narendra Modi, Vice President Jagdeep Dhankhar, former Vice President M. Venkaiah Naidu are also present on this occasion. pic.twitter.com/eYSPoTNSPL— ANI (@ANI) March 31, 2024ଶନିବାର ଦିନ ରାଷ୍ଟ୍ର
ନୂଆଦିଲ୍ଲୀ ୩୧।୦୩: ଭାରତୀୟ ଜନତା ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ରବିବାର ଦିନ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରେ ଆଡଭାନୀ ଏହି ସମ୍ମାନ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକୃଷ୍ଣ ଆଡଭାନୀଙ୍କ ପାଖରେ ବସିଥିବାର ନଜର ଆସିଛନ୍ତି। ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଲାଲକୃଷ୍ଣ ଆଡଭାନୀଙ୍କ ଘରେ ପହଞ୍ଚିଥିଲେ। ଅମିତ ଶାହାଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଜେପି ନଡ୍ଡା ମଧ୍ୟ ସେଠାରେ ପହଞ୍ଚିଥିଲେ।
୩ ଫେବୃଆରୀରେ ତାଙ୍କୁ ଭାରତରତ୍ନ ଦେବା ଲାଗି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଏବଂ ବିଜେପି ସଂସ୍ଥାପକ ସଦସ୍ୟ ନାନାଜୀ ଦେଶମୁଖଙ୍କ ପରେ ଏଭଳି ସମ୍ମାନ ପାଇବାରେ ବିଜେପି-RSS ସହ ସଂପୃକ୍ତ ତୃତୀୟ ନେତା ହେଉଛନ୍ତି ଆଡଭାନୀ ।
#WATCH | President Droupadi Murmu confers Bharat Ratna upon veteran BJP leader LK Advani at the latter's residence in Delhi.
Prime Minister Narendra Modi, Vice President Jagdeep Dhankhar, former Vice President M. Venkaiah Naidu are also present on this occasion. pic.twitter.com/eYSPoTNSPL— ANI (@ANI) March 31, 2024
ଶନିବାର ଦିନ ରାଷ୍ଟ୍ରୀୟ ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଏବଂ ଚୌଧରୀ ଚରଣ ସିଂ, କୃଷି ମନ୍ତ୍ରୀ ଏମଏସ ସ୍ଵାମୀନାଥନ ଏବଂ କର୍ପୁରୀ ଠାକୁରଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିଛନ୍ତି। ଏଠାରେ ଚାରି ଜଣ ବ୍ୟକ୍ତିତ୍ଵଙ୍କୁ ଦିଆଯାଇଥିବା ପୁରସ୍କାର ସେମାନଙ୍କ ପରିବାର ସଦସ୍ୟ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।