କୋହଲିଙ୍କଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ: ପଣ୍ଟିଂ
ଦୁବାଇ,୨୬ା୨: ମୁଁ ବିରାଟ କୋହଲିଙ୍କଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ କହିଛନ୍ତି। ଏଥିସହିତ କୋହଲି ୫୦ ଓଭର ଫର୍ମାଟରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ସର୍ବାଧିକ ରନ କରିବାର ରେକର୍ଡକୁ ପଛରେ ପକାଇପାରନ୍ତି ବୋଲି ସେ ଆଶା ବ୍ୟକ୍ତି କରିଛନ୍ତି। ଗତ ରବିବାର ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ କୋହଲି ଅପରାଜିତ ୧୦୦ ରନ କରିଥିଲେ, ଯାହାକି ତାଙ୍କ କ୍ୟାରିୟରର ୫୧ତମ ଦିନିକିଆ […] The post କୋହଲିଙ୍କଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ: ପଣ୍ଟିଂ appeared first on Dharitri Odia News.
ଦୁବାଇ,୨୬ା୨: ମୁଁ ବିରାଟ କୋହଲିଙ୍କଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ କହିଛନ୍ତି। ଏଥିସହିତ କୋହଲି ୫୦ ଓଭର ଫର୍ମାଟରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ସର୍ବାଧିକ ରନ କରିବାର ରେକର୍ଡକୁ ପଛରେ ପକାଇପାରନ୍ତି ବୋଲି ସେ ଆଶା ବ୍ୟକ୍ତି କରିଛନ୍ତି। ଗତ ରବିବାର ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ କୋହଲି ଅପରାଜିତ ୧୦୦ ରନ କରିଥିଲେ, ଯାହାକି ତାଙ୍କ କ୍ୟାରିୟରର ୫୧ତମ ଦିନିକିଆ ଶତକ ଥିଲା। ମୋ ମତରେ ମୁଁ କୋହଲିଙ୍କଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ। ଦିନିକିଆରେ ସର୍ବାଧିକ ରନ କରିଥିବା ବ୍ୟାଟରଙ୍କ ତାଲିକାରେ କୋହଲି ମୋତେ ଅତିକ୍ରମ କରିଛନ୍ତି। ଏହି ତାଲିକାରେ ବର୍ତ୍ତମାନ ଦୁଇ ଜଣ ତାଙ୍କଠାରୁ ଆଗରେ ଅଛନ୍ତି। ମୁଁ ନିଶ୍ଚିତ ଯେ, ଦିନିକିଆରେ ସର୍ବାଧିକ ରନ ସ୍କୋରର ହେବା ପାଇଁ ସେ ନିଜକୁ ଶ୍ରେଷ୍ଠ ସୁଯୋଗ ଦେବେ। ସେ ଶାରୀରିକ ଭାବେ ପୂର୍ବ ଭଳି ପୂରା ଫିଟ ଅଛନ୍ତି ଏବଂ ସେ ଖୁବ୍ ଅଭ୍ୟାସ ମଧ୍ୟ କରୁଛନ୍ତି। ସେ ଏବେ ବି ସଚିନଙ୍କଠାରୁ ୪ ହଜାର ରନ ପଛରେ ଅଛନ୍ତି। କିନ୍ତୁ କୋହଲିଙ୍କୁ କଦାପି ଅଣଦେଖା କରାଯାଇ ପାରିବ ନାହିଁ ବୋଲି ପଣ୍ଟିଂ ଆଇସିସି ରିଭ୍ୟୁରେ କହିଛନ୍ତି। କୋହଲି ଏବେ ଦିନିକିଆରେ ୧୪,୦୮୫ ରନ୍ କରିଥିବା ବେଳେ ସେ ଏବେ ସଚିନ (୧୮,୪୨୬ ରନ୍)ଙ୍କଠାରୁ ୪,୩୪୧ ରନ ପଛରେ ରହିଛନ୍ତି।
The post କୋହଲିଙ୍କଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ: ପଣ୍ଟିଂ appeared first on Dharitri Odia News.