ସରୁନି ରାସ୍ତା କାମ, ହନ୍ତସନ୍ତ ହେଉଛନ୍ତି ଲୋକେ
ନନ୍ଦିଘୋଷ ବ୍ୟୁରୋ: କାଦୁଅ ପଚପଚ ରାସ୍ତାରେ ହେଉଛି ଅସୁରକ୍ଷିତ ଯାତାୟାତ। ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକ। କଳାହାଣ୍ଡି କୋକସରା ବ୍ଲକ... The post ସରୁନି ରାସ୍ତା କାମ, ହନ୍ତସନ୍ତ ହେଉଛନ୍ତି ଲୋକେ appeared first on .
ନନ୍ଦିଘୋଷ ବ୍ୟୁରୋ: କାଦୁଅ ପଚପଚ ରାସ୍ତାରେ ହେଉଛି ଅସୁରକ୍ଷିତ ଯାତାୟାତ। ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକ। କଳାହାଣ୍ଡି କୋକସରା ବ୍ଲକ ଡ଼ାଲଗୁମା ବାଙ୍କୀମୁଣ୍ଡା ରାସ୍ତାର ଶୋଚନୀୟ ଅବସ୍ଥା। ଡ଼ାଳଗୁମା, ବାଙ୍କୀ ମୁଣ୍ଡା, ବେହେରା, ମାଝୀ ଗୁଡା ସମେତ ୮ରୁ ଉର୍ଦ୍ଧ୍ବ ଗାଁର ଲୋକେ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ରାସ୍ତା ନିର୍ମାଣରେ ଠିକା ସଂସ୍ଥାକୁ ନିୟୋଜିତ କରାଯାଇଥିଲେ ମଧ୍ଯ ସଧୁରୁନି ସ୍ଥିତି।
ସରୁନି ରାସ୍ତା କାମ। ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକ। କାଦୁଅ ପଚପଚ ରାସ୍ତାରେ ଯିଏ ଗଲା ସେ ଭୟ କଲା। କଳାହାଣ୍ଡି କୋକସରା ବ୍ଲକ ଡ଼ାଲଗୁମା ବାଙ୍କୀମୁଣ୍ଡା ରାସ୍ତାର ଶୋଚନୀୟ ଅବସ୍ଥା। ଡ଼ାଳଗୁମା, ବାଙ୍କୀ ମୁଣ୍ଡା, ବେହେରା, ମାଝୀ ଗୁଡା ସମେତ ୮ରୁ ଉର୍ଦ୍ଧ୍ବ ଗାଁର ଲୋକେ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ଦୀର୍ଘ ଦିନ ହେବ ରାସ୍ତାର ଏଭଳି କଦର୍ଯ୍ୟ ଅବସ୍ଥା। ପୂର୍ବରୁ ଯିବା ଆସିବାରେ ଲୋକଙ୍କର ସମସ୍ୟାକୁ ଦେଖି ସରକାର ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଘୋଷଣା କରିବା ସହିତ ତୁରନ୍ତ ନିର୍ମାଣ ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ବ ଦେଇଥିଲେ ।
କୋକସରା ବ୍ଲକ ମାଝୀ ଗୁଡାରୁ ଡ଼ାଲଗୁମା ଦେଇ ଆସିଥିବା ଏହି ରାସ୍ତା ୬ କିଲୋମିଟର। ବେହେରା ପିଡବଲୁଡିରେ ମିଶିଛି ଏହି ରାସ୍ତା l ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଚାଲିଥିଲା ରାସ୍ତା କାମ। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରାସ୍ତା ନିର୍ମାଣ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କାମ ମନ୍ଥର ଗତିରେ ଚାଲିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେପଟେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l
The post ସରୁନି ରାସ୍ତା କାମ, ହନ୍ତସନ୍ତ ହେଉଛନ୍ତି ଲୋକେ appeared first on .