ରାୟପୁରରେ ଚାଞ୍ଚଲ୍ୟ: ଜାଲ୍ ଏସ୍ବିଆଇ ଶାଖା ଖୋଲି ଠକିନେଲେ…
ରାୟପୁର,୩ା୧୦: ବ୍ୟାଙ୍କ କାରବାରରେ ଜାଲିଆତି, ଜାଲ୍ କାଗଜପତ୍ର ଦେଇ ଠକେଇ ଏବଂ ଅନ୍ୟାନ୍ୟ ଆର୍ଥତ୍କ ଦୁର୍ନୀତି ଖବର ଅନେକ ସମୟରେ ପ୍ରକାଶ ପାଇଥାଏ। ତେବେ ଛତିଶଗଡ଼ରେ ନିକଟରେ ହୋଇଥିବା ଏକ ଠକେଇ ସମ୍ପୂର୍ଣ୍ଣ ନିଆରା। ଅପରାଧୀମାନେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ)ର ଏକ ଜାଲ୍ ଶାଖା ଖୋଲି ୧୦ ଦିନ ମଧ୍ୟରେ ଅନେକ ଲୋକଙ୍କଠାରୁ ବହୁ ଲକ୍ଷ ଟଙ୍କା ଠକିନେଇଛନ୍ତି। ବେରୋଜଗାରୀଙ୍କୁ ଉକ୍ତ ଶାଖାରେ ଚାକିରି ଦେଇ ସେମାନଙ୍କଠାରୁ ଟଙ୍କା ଠକିନେଇଥିବା ବେଳେ ସ୍ଥାନୀୟ ଲୋକେ […] The post ରାୟପୁରରେ ଚାଞ୍ଚଲ୍ୟ: ଜାଲ୍ ଏସ୍ବିଆଇ ଶାଖା ଖୋଲି ଠକିନେଲେ… appeared first on Dharitri Odia News.
ରାୟପୁର,୩ା୧୦: ବ୍ୟାଙ୍କ କାରବାରରେ ଜାଲିଆତି, ଜାଲ୍ କାଗଜପତ୍ର ଦେଇ ଠକେଇ ଏବଂ ଅନ୍ୟାନ୍ୟ ଆର୍ଥତ୍କ ଦୁର୍ନୀତି ଖବର ଅନେକ ସମୟରେ ପ୍ରକାଶ ପାଇଥାଏ। ତେବେ ଛତିଶଗଡ଼ରେ ନିକଟରେ ହୋଇଥିବା ଏକ ଠକେଇ ସମ୍ପୂର୍ଣ୍ଣ ନିଆରା। ଅପରାଧୀମାନେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ)ର ଏକ ଜାଲ୍ ଶାଖା ଖୋଲି ୧୦ ଦିନ ମଧ୍ୟରେ ଅନେକ ଲୋକଙ୍କଠାରୁ ବହୁ ଲକ୍ଷ ଟଙ୍କା ଠକିନେଇଛନ୍ତି। ବେରୋଜଗାରୀଙ୍କୁ ଉକ୍ତ ଶାଖାରେ ଚାକିରି ଦେଇ ସେମାନଙ୍କଠାରୁ ଟଙ୍କା ଠକିନେଇଥିବା ବେଳେ ସ୍ଥାନୀୟ ଲୋକେ ଲୋଭନୀୟ ସ୍କିମ୍ ଦ୍ୱାରା ପ୍ରଭାବିତ ହୋଇ ଟଙ୍କା ଜମା ରଖି ଠକାମିର ଶିକାର ହୋଇଛନ୍ତି।
ଛତିଶଗଡ଼ ରାଜଧାନୀ ରାୟପୁରଠାରୁ ୨୫୦ କି.ମି. ଦୂର ଶକ୍ତି ଜିଲାର ଛାପୋରା ଗ୍ରାମରେ ଏଭଳି ଠକେଇ ହୋଇଛି। ସେଠାରେ ୧୦ ଦିନ ପୂର୍ବରୁ ଦେଶର ସର୍ବବୃହତ୍ ବ୍ୟାଙ୍କ ଏସ୍ବିଆଇର ଏକ ନୂଆ ଶାଖା ଖୋଲାଯାଇ ୬ ଜଣ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା। ପ୍ରକୃତ ବ୍ୟାଙ୍କ ଶାଖା ଭଳି ସେଠାରେ ନୂଆ ଆସବାବପତ୍ର, ପେସାଦାରି କାଗଜପତ୍ର ସହ ବ୍ୟାଙ୍କ କାଉଣ୍ଟର ଚାଲୁଥିଲା। ଗ୍ରାମବାସୀ ଏହି ଦୁର୍ନୀତି ସମ୍ପର୍କରେ ଜାଣି ନ ପାରି ନୂଆ ଶାଖାକୁ ଯାଇ ଆକାଉଣ୍ଟ ଖୋଲି କାରବାର ଆରମ୍ଭ କରିଦେଇଥିଲେ। ସବୁକିଛି ସ୍ବାଭାବିକ ଚାଲିଥିଲା। ତେବେ ସେପ୍ଟେମ୍ବର ୨୭ରେ ସେଠାରେ ପୋଲିସ ଅଧିକାରୀ ଏବଂ ଏସ୍ବିଆଇ ଅଫିସରମାନେ ପହଞ୍ଚି ଜେରା କରିବା ପରେ ଦୁର୍ନୀତି ପଦାକୁ ଆସିଥିଲା। ନିକଟବର୍ତ୍ତୀ ଡାବ୍ରା ଶାଖାର ମ୍ୟାନେଜର ଉକ୍ତ ଶାଖା ଉପରେ ସନ୍ଦେହ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ତଦନ୍ତରୁ ଛପୋରା ଶାଖା ଜାଲ୍ ବୋଲି ଜଣାପଡ଼ିଥିଲା।
ସେହିପରି ସେଠାରେ ଯେଉଁମାନେ ନିଯୁକ୍ତି ପାଇଥିଲେ, ତାହା ମଧ୍ୟ ଜାଲ୍ ଥିଲା। ଏହି ଦୁର୍ନୀତିରେ ୪ ଜଣ ସମ୍ପୃକ୍ତ। ସେମାନେ ସେଠାରେ ନିଯୁକ୍ତ କର୍ମଚାରୀମାନଙ୍କୁ ମ୍ୟାନେଜର, ମାର୍କେଟିଂ ଅଫିସର, କ୍ୟାଶିୟର ଏବଂ କମ୍ପ୍ୟୁଟର ଅପରେଟର ନାମରେ ଜାଲ୍ ନିଯୁକ୍ତିପତ୍ର ଦେଇଥିଲେ, ଯାହା ବାସ୍ତବ ଆପଏଣ୍ଟମେଣ୍ଟ ଲେଟର ଭଳି ଲାଗୁଥିଲା। ସେମାନଙ୍କଠାରୁ ପଦବୀ ଅନୁଯାୟୀ ୨ରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍କୋଚ ନିଆଯାଇଥିଲା। ନବନିଯୁକ୍ତ କର୍ମଚାରୀମାନଙ୍କୁ ଠକମାନେ ତାଲିମ ଦେଇଥିଲେ।
ସୂଚନା ଯୋଗ୍ୟ, ଅଜୟ କୁମାର ଅଗ୍ରଓ୍ବାଲ ନାମକ ସ୍ଥାନୀୟ ବ୍ୟକ୍ତି ଏସ୍ବିଆଇ କିଓସ୍କ ଖୋଲିବା ପାଇଁ ଆବେଦନ କରିଥିଲେ। ତେବେ ଛାପୋରାରେ ରାତାରାତି ବ୍ୟାଙ୍କ ଶାଖା ଖୋଲିବାକୁ ନେଇ ତାଙ୍କ ସନ୍ଦେହ ବଢ଼ିଥିଲା। ବ୍ୟାଙ୍କ ଶାଖାର କୋଡ୍ ମଧ୍ୟ ଏହାର ସାଇନ୍ ବୋର୍ଡରେ ନ ଥିଲା। ଏନେଇ ଅଜୟ ଡାବ୍ରା ବ୍ରାଞ୍ଚ ମ୍ୟାନେଜରଙ୍କୁ ଜଣାଇବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ତନ୍ତତ ପରେ ଏହା ଜାଲ୍ ଏସ୍ବିଆଇ ଶାଖା ବୋଲି ଜଣାପଡ଼ିଥିଲା।
The post ରାୟପୁରରେ ଚାଞ୍ଚଲ୍ୟ: ଜାଲ୍ ଏସ୍ବିଆଇ ଶାଖା ଖୋଲି ଠକିନେଲେ… appeared first on Dharitri Odia News.