ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ ପିସ୍ତୁଲ, ଏକ କଟରା ,କାତି, ୧ ଲକ୍ଷ ଟଙ୍କା,୫ ମୋବାଇଲ ସହିତ ଏକ XUV-୫୦୦ ଗାଡ଼ି ଜବତ ହୋଇଛି। ଏ ନେଇ ରବିବାର ସାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବାଲିଗୁ ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲାର ଲାଠିକଟା ଥାନାର ଠିକାଦାର ବିଜୟ […] The post ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ appeared first on Dharitri Odia News.

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ ପିସ୍ତୁଲ, ଏକ କଟରା ,କାତି, ୧ ଲକ୍ଷ ଟଙ୍କା,୫ ମୋବାଇଲ ସହିତ ଏକ XUV-୫୦୦ ଗାଡ଼ି ଜବତ ହୋଇଛି। ଏ ନେଇ ରବିବାର ସାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବାଲିଗୁ ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲାର ଲାଠିକଟା ଥାନାର ଠିକାଦାର ବିଜୟ କୁମାର ମିଶ୍ର ଓ ତାଙ୍କ ଡ୍ରାଇଭର ନିଜର କାରରେ ଗତ ଶନିବାର ବିଳମ୍ବିତ ରାତ୍ରିରେ ବାଲିଗୁଡ଼ା ରୁ ଭବାନୀ ପାଟଣାକୁ ଯାଉଥିବା ବେଳେ ତାଙ୍କୁ ବାଲିଗୁଡାରୁ (OD ୦୨-L .୯୦୮୦ XUV ୫୦୦) ଗାଡ଼ିରେ ଉକ୍ତ ୫ ଡକାୟତ ପିଛା କରିଥିଲେ । ଜଲେଶପଟ୍ଟା ରାଉଳ ନଦୀ ପୋଲ ଉପରେ ସେମାନେ ଠିକାଦାରଙ୍କ ଗାଡିକୁ ଅଟକାଇ ମୁଣ୍ଡରେ ବନ୍ଧୁକ ରଖି ଗାଡ଼ି, ଆଇଫୋନ ଏବଂ ୧ ଲକ୍ଷ ଟଙ୍କା ଲୁଟିନେଇଥିଲେ। ଏପରିକି ସେମାନେ ଉଭୟ ଠିକାଦାର ଓ ଡ୍ରାଇଭରଙ୍କୁ ନିର୍ଧୂମ ମାଡ଼ ମାରି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ରାତ୍ରିକାଳୀନ ପାଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ସଶସ୍ତ୍ର ଡକାୟତ ଦଳକୁ କାବୁ କରିଥିଲା। ଗିରଫ ଡକାୟତମାନେ ହେଲେ ସାରଙ୍ଗଗଡ ଥାନା ଗାନ୍ଦ୍ରି ଗାଁ ଗ୍ରାମର ରଞ୍ଜନ ପ୍ରଧାନ(୨୫),ବାଲିଗୁଡ଼ା ଥାନା ନୂଆ ସାହି ଗ୍ରାମର ସୁଧାଂଶୁ ବାଗ(୨୩), ପ୍ରତୀକ ହଂସ(୨୨), ସଂଗ୍ରାମ ପାତ୍ର(୨୧) ଓ ବାଲିଗୁଡ଼ା ଥାନା ତଗା କିଆ(ବାରଖମା)ଗୌର ଗଉଡ଼(୨୦)। ଏହି ୫ ଜଣିଆ ସଶସ୍ତ୍ର ଡକାୟତଙ୍କ ନାମରେ ୪୯/୨୦୨୫ରେ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ବାଲିଗୁଡ଼ା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ କହିଛନ୍ତି।

The post ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ appeared first on Dharitri Odia News.