ବେଆଇନ ଚାଲାଣ ବେଳେ ବିପୁଳ ପରିମାଣର ବାଣ ଜବତ, ୨ଗିରଫ
ଜଟଣୀ : ବ୍ୟବସାୟୀକ ସହର ଜଟଣୀ ବର୍ତ୍ତମାନ ବେଆଇନ ବାଣ ବ୍ୟବସାୟର ହବ ପାଲଟିଗଲାଣି। ବିଗତ ଦିନରେ ଜଟଣୀ ଥାନା ଅନ୍ତର୍ଗତ ତିରିମଲ ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତ କରୁଥିବା ବେଳେ ଘରେ ବିସ୍ଫୋରଣ ହୋଇ ଘରର ଛାତ ଉଡିଯାଇଥିବା ବେଳେ ମୃତାହତ ମଧ୍ୟ ହୋଇଥିବା ନଜିର ରହିଛି। ତେବେ ଏହାପରେ ପୁଲିସ ପ୍ରଶାସନ ଓ ସ୍ପେଶାଲ ସ୍କ୍ବାଡ୍ ଟିମ କଡା ନଜର ମଧ୍ୟରେ ବ୍ୟବସାୟ ହେଉଥିବା ଜଟଣୀ ସହର ଓ ଏହାର ଆଖପାଖ ଅଂଚଳରେ ବାଣ […]

ଜଟଣୀ : ବ୍ୟବସାୟୀକ ସହର ଜଟଣୀ ବର୍ତ୍ତମାନ ବେଆଇନ ବାଣ ବ୍ୟବସାୟର ହବ ପାଲଟିଗଲାଣି। ବିଗତ ଦିନରେ ଜଟଣୀ ଥାନା ଅନ୍ତର୍ଗତ ତିରିମଲ ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତ କରୁଥିବା ବେଳେ ଘରେ ବିସ୍ଫୋରଣ ହୋଇ ଘରର ଛାତ ଉଡିଯାଇଥିବା ବେଳେ ମୃତାହତ ମଧ୍ୟ ହୋଇଥିବା ନଜିର ରହିଛି। ତେବେ ଏହାପରେ ପୁଲିସ ପ୍ରଶାସନ ଓ ସ୍ପେଶାଲ ସ୍କ୍ବାଡ୍ ଟିମ କଡା ନଜର ମଧ୍ୟରେ ବ୍ୟବସାୟ ହେଉଥିବା ଜଟଣୀ ସହର ଓ ଏହାର ଆଖପାଖ ଅଂଚଳରେ ବାଣ ପ୍ରସ୍ତୁତ ଅଂଚଳକୁ ରେଡଜୋନ ତାଲିକାଭୁକ୍ତ କରି ଦୃଷ୍ଟିରେ ରଖିଛି । ମାତ୍ର ଏହାକୁ ଭୃକ୍ଷେପ ନକରି କେତେକ ଅସାଧୁ ବାଣ ବ୍ୟବସାୟୀ ବେଆଇନଭାବେ ବ୍ୟବସାୟ ଆରମ୍ଭ କରିବା ଯୋଜନା କରି ସ୍ପେଶାଲ ସ୍କ୍ୱାର୍ଡ ହାବୁଡରେ ପଡିଛନ୍ତି ।
ସୂଚନାନୁସାରେ, ଜଟଣୀଥାନା ପୁଲିସର ଏକ ଟିମ ରାତ୍ରୀକାଳିନ ପେଟ୍ରୋଲିଂ କରୁଥିଲେ । ବିଳମ୍ବିତ ରାତି ସମୟରେ ଏହିଥାନା ଅନ୍ତର୍ଗତ ସୀତାରାମଛକ ଚର୍ଚ୍ଚପଡିଆଠାରେ ଏକ ଟାଟାଏସି ମାଧ୍ୟମରେ ବେଆଇନଭାବେ ବିପୁଳ ପରିମାଣର ବାଣ ଚାଲାଣ କରିବାକୁ ଗାଡିରେ ଲୋଡ କରାଯାଉଥିଲା । ତେବେ ପୁଲିସ ଘଟଣାସ୍ଥଳରେ ପହଁଚି ଚାଲାଣ ହେଉଥିବା ବାଣଗୁଡିକର ନଥିପତ୍ର ମାଗିଥିଲା । ମାତ୍ର ଚାଲାଣ ହେଉଥିବା ବାଣ ଗୁଡିକର କୈାଣସି ଦସ୍ତାବିଜ ନଥିବାରୁ ପୁଲିସ ବାଣ ଗୁଡିକୁ ଜବତ କରିବା ସହିତ ଚାଲାଣ କରୁଥିବା ବ୍ୟବସାୟୀ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା । ଉକ୍ତ ବାଣ ଗୁଡିକୁ ଜନବସତି ଅଂଚଳରେ ଥିବା ମାର୍କେଟ ଗୃହରେ ରଖି ସେଠାରୁ ଇନଫୋଭ୍ୟାଲି ଅଂଚଳକୁ ନେଇ ବ୍ୟବସାୟ କରିବା ଉଦ୍ୟେଶ୍ୟରେ ନେଉଥିବା ଅଭିଯୁକ୍ତମାନେ କହିଥିଲେ ।
ଏଥି ସହିତ ଦିର୍ଘଦିନରୁ ବାଣଗୁଡିକୁ ରଖିବା ଏବଂ ବ୍ୟବସାୟ କରିବାଲାଗି ସେମାନଙ୍କ ନିକଟରେ କୈାଣସି ସ୍ୱିକୃତିପତ୍ର ନଥିବା ପୁଲିସ ଜାଣିବାକୁ ପାଇଥିଲା । ଅନ୍ୟପଟେ ଆଗକୁ ଦିପାବଳୀ ରହିଥିବାରୁ ବାଣ ବ୍ୟବସାୟଲାଗି ଶରତ ପାଇକରାୟ ଷ୍ଟାଡିୟମରେ ବ୍ୟବସାୟୀମାନେ ବ୍ୟବସାୟ ସ୍ୱିକୃତିପତ୍ର ପାଇବାଲାଗି ଆବେଦନ ଆରମ୍ଭ କରିଥିଲା ବେଳେ ଆଜି ପର୍ଯ୍ୟନ୍ତ କାହାରିଙ୍କୁ ଅନୁମତିପତ୍ର ପ୍ରଦାନ କରାଯାଇନଥିବା ପୁଲିସ ସୁତ୍ରରୁ ଜଣାପଡିଛି । ତେବେ ଏନେଇ ଏହି ବେଆଇନ ବାଣଗୁଡିକୁ ଚାଲାଣ କରୁଥିବା ଅଭିଯୋଗରେ ପୁଲିସ ଜଟଣୀଥାନା ଅନ୍ତର୍ଗତ ବାଲିଛକ ସାହୀର ଦୁର୍ଯ୍ୟୋଧନ ସାହୁ ଓ ନିରଜଂନପୁର ଭୋଇ ସାହିର ସନ୍ତୋଷ ଗୁରୁଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଜବତ ବାଣଗୁଡିକ ଲକ୍ଷାଧୀକ ଟଙ୍କାର ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରିଛି ।