ବେଆଇନ ନିର୍ମିତ ଘରକୁ ପ୍ରଶାସନର ଉଚ୍ଛେଦ, ହାଇକୋର୍ଟରେ ଆବେଦନ କରିଥିଲେ ମହିଳା
ଚଣ୍ଡିଖୋଲ: ଯାଜପୁର ବଡ଼ଚଣା ଥାନା ଅନ୍ତର୍ଗତ କଢ଼େଇ ଗ୍ରାମ ପୋଖରୀ ହୁଡ଼ାରେ ନିର୍ମିତ ଏକ ବେଆଇନ ଘରକୁ ଉଚ୍ଛେଦ କରିଛି ପ୍ରଶାସନ । ଏହି ଘରକୁ ସ୍ଥାନୀୟ ଗୋପାଳ ନାୟକ ଜଣେ ବ୍ୟକ୍ତି ବେଆଇନ ଭାବେ ନିର୍ମାଣ କରିଥିଲେ। ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣଙ୍କ ବିରୋଧରେ ଜଣେ ମହିଳା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମହିଳା ଅଭିଯୋଗ ଆଣିଥିଲେ ଯେ, ତାଙ୍କୁ ନିଜ ଜମିକୁ ଯିବା ବାଟରେ ହିଁ ଗୋପାଳ ନାୟକ ଘର ନିର୍ମାଣ କରିଥିଲେ। ଫଳରେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଆଉ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍ଥାନୀୟ ପୋଲିସ ପ୍ରଶାସନ ଓ ତହସିଲଦାରଙ୍କ ଉପସ୍ଥିତରେ ବେଆଇନ ଘରକୁ ଭଙ୍ଗାଯାଇଛି।
ଚଣ୍ଡିଖୋଲ: ଯାଜପୁର ବଡ଼ଚଣା ଥାନା ଅନ୍ତର୍ଗତ କଢ଼େଇ ଗ୍ରାମ ପୋଖରୀ ହୁଡ଼ାରେ ନିର୍ମିତ ଏକ ବେଆଇନ ଘରକୁ ଉଚ୍ଛେଦ କରିଛି ପ୍ରଶାସନ । ଏହି ଘରକୁ ସ୍ଥାନୀୟ ଗୋପାଳ ନାୟକ ଜଣେ ବ୍ୟକ୍ତି ବେଆଇନ ଭାବେ ନିର୍ମାଣ କରିଥିଲେ।
ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣଙ୍କ ବିରୋଧରେ ଜଣେ ମହିଳା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମହିଳା ଅଭିଯୋଗ ଆଣିଥିଲେ ଯେ, ତାଙ୍କୁ ନିଜ ଜମିକୁ ଯିବା ବାଟରେ ହିଁ ଗୋପାଳ ନାୟକ ଘର ନିର୍ମାଣ କରିଥିଲେ। ଫଳରେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା।
ଆଉ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍ଥାନୀୟ ପୋଲିସ ପ୍ରଶାସନ ଓ ତହସିଲଦାରଙ୍କ ଉପସ୍ଥିତରେ ବେଆଇନ ଘରକୁ ଭଙ୍ଗାଯାଇଛି।