ବେଆଇନ ବନ୍ଧୁକ ଧରିବା ପଡିଲା ମହଙ୍ଗା : ଧରିଲା ରାଉରକେଲା ପୋଲିସ , ୨ଯୁବକ ଅଟକ
କନକବ୍ୟୁରୋ : ବେଆଇନ ବନ୍ଧୁକ ଧରି ବୁଲୁଥିବା ବେଳେ ମାଡ଼ିବସିଲା ପୋଲିସ। ରାଉରକେଲା ସେକ୍ଟର ୩ ଥାନା ଅଂଚଳରେ ବେଆଇନ ଭାବେ ବନ୍ଧୁକ ଧରି ବୁଲୁଥିବା ବେଳେ ୨ ଜଣ ଯୁବକଙ୍କୁ ପୋଲିସ କାବୁ କରିଥିଲା। ସେକ୍ଟର ୪ ହନୁମାନ ମନ୍ଦିର ନିକଟରେ ଏକ କାରରୁ ୨ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଅଫୁଟା ଗୁଳି, ୩ଟି ମୋବାଇଲ ଓ ବ୍ୟବହୃତ କାର ଜବତ ହୋଇଛି। ବେଆଇନ୍ ବନ୍ଧୁକ ଧରି ବୁଲିବା ଘଟଣାରେ ଗିରଫ ହୋଇଛନ୍ତି ୨ ଯୁବକ ବିକି ଚୌଧୁରୀ ଓ ସୁମିତ ରଞ୍ଜନ ରାଉତ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ଅଧିକ ତଦନ୍ତ କରୁଛି ।

କନକବ୍ୟୁରୋ : ବେଆଇନ ବନ୍ଧୁକ ଧରି ବୁଲୁଥିବା ବେଳେ ମାଡ଼ିବସିଲା ପୋଲିସ। ରାଉରକେଲା ସେକ୍ଟର ୩ ଥାନା ଅଂଚଳରେ ବେଆଇନ ଭାବେ ବନ୍ଧୁକ ଧରି ବୁଲୁଥିବା ବେଳେ ୨ ଜଣ ଯୁବକଙ୍କୁ ପୋଲିସ କାବୁ କରିଥିଲା। ସେକ୍ଟର ୪ ହନୁମାନ ମନ୍ଦିର ନିକଟରେ ଏକ କାରରୁ ୨ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିଲା ।
ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଅଫୁଟା ଗୁଳି, ୩ଟି ମୋବାଇଲ ଓ ବ୍ୟବହୃତ କାର ଜବତ ହୋଇଛି। ବେଆଇନ୍ ବନ୍ଧୁକ ଧରି ବୁଲିବା ଘଟଣାରେ ଗିରଫ ହୋଇଛନ୍ତି ୨ ଯୁବକ ବିକି ଚୌଧୁରୀ ଓ ସୁମିତ ରଞ୍ଜନ ରାଉତ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ଅଧିକ ତଦନ୍ତ କରୁଛି ।