ବେଆଇନ ଭାବେ ଚାଲିଛି ମୋରମ୍ ଚାଲାଣ
ଜେନାପୁର,୩୦ା୧(ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଜେନାପୁର ଥାନା ବରଡା ମୌଜାର ନିମିଟି ପାହାଡ଼ ପାଦଦେଶରେ ଥିବା ନୂଆ ବରଡ଼ା ପାଖ ପଡ଼ିଆରୁ ବେଆଇନ ଭାବେ ମୋରମ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ପ୍ରତି ରାତିରେ ଚାଲାଣକାରୀ ମେଶିନ ସାହାଯ୍ୟରେ ମୋରମ ଖୋଳି ହାଇଓ୍ବା ଯୋଗେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି ା ପ୍ରତିଦିନ ଏଠାରେ ପ୍ରାକୃତିକ ସମ୍ପଦ ଲୁଟ ହେଉଥିବା ବେଳେ ଜଙ୍ଗଲ ଓ ରାଜସ୍ବ ବିଭାଗ ବିପୁଳ ଟଙ୍କା ହରାଉଛନ୍ତି। କିନ୍ତୁ […] The post ବେଆଇନ ଭାବେ ଚାଲିଛି ମୋରମ୍ ଚାଲାଣ appeared first on Dharitri Odia News.
ଜେନାପୁର,୩୦ା୧(ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଜେନାପୁର ଥାନା ବରଡା ମୌଜାର ନିମିଟି ପାହାଡ଼ ପାଦଦେଶରେ ଥିବା ନୂଆ ବରଡ଼ା ପାଖ ପଡ଼ିଆରୁ ବେଆଇନ ଭାବେ ମୋରମ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ପ୍ରତି ରାତିରେ ଚାଲାଣକାରୀ ମେଶିନ ସାହାଯ୍ୟରେ ମୋରମ ଖୋଳି ହାଇଓ୍ବା ଯୋଗେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି ା ପ୍ରତିଦିନ ଏଠାରେ ପ୍ରାକୃତିକ ସମ୍ପଦ ଲୁଟ ହେଉଥିବା ବେଳେ ଜଙ୍ଗଲ ଓ ରାଜସ୍ବ ବିଭାଗ ବିପୁଳ ଟଙ୍କା ହରାଉଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଉକ୍ତ ଅଞ୍ଚଳରୁ ମୋହରମ ଚାଲାଣ କରି ବ୍ୟବସାୟମାନେ ମାଲାମାଲ ହେଉଛନ୍ତି। ମୋରମ ଖୋଲାଯାଇ ଥିବା ସ୍ଥାନଟି ଗୋଟିଏ ପୋଖରୀ ହୋଇଥିବାରୁ ଅଧିକାଂଶ ସମୟରେ ସେଠାରେ ପଡି ଗୃହପାଳିତ ପ୍ରାଣୀଙ୍କ ଜୀବନ ଯାଉଥିବା ନଜିର ରହିଛି। ଏହି ମୋରମ ଚାଲାଣ ସଲାସୁତାରରେ ଚାଲିଥିବା ଚର୍ଚ୍ଚା ହେଉଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଗଡ଼ମଧୁପୁର ଫରେଷ୍ଟର ସେକ ମହମ୍ମଦ ସାକିର ହୁସେନଙ୍କୁ ପଚାରିବାରୁ ତୁରନ୍ତ ତଦନ୍ତ କରାଯାଇ ମୋରମ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ା
The post ବେଆଇନ ଭାବେ ଚାଲିଛି ମୋରମ୍ ଚାଲାଣ appeared first on Dharitri Odia News.