ବେଆଇନ ଭାବେ ଧରୁଥିଲେ ମାଛ, ଦୁଇ ଟ୍ରଲର ଜବତ ସହ ୨୦ ଜଣ ଅଟକ
କୋଣାର୍କ ୨୭।୦୩ : ନିଷିଦ୍ଧାଞ୍ଚଳରେ ଦୁଇ ଟ୍ରଲର ଜବତ । ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରେ ବେଆଇନ୍ ଭାବେ ମାଛ ମାରୁଥିବା ବେଳେ ଧରିଛି ବନବିଭାଗ । ଏହାସହ ୨୦ ଜଣଙ୍କୁ ଅଟକ ବି ରଖିଛି ବନବିଭାଗ । ଖବର ଅନୁଯାୟୀ, ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରେ ବେଆଇନି ଭାବେ ମାଛ ମାରୁଥିଲେ ଟ୍ରଲର । ଏହି ସମୟରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ଟି ଟ୍ରଲର ଜବତ କରାଯିବା ସହ ୨୦କର୍ମଚାରୀଙ୍କୁ ଅଟକ ରଖିଛି । ବନ ବିଭାଗ, ତଟରଖି ବାହିନୀ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ମିଳିତ ଭାବରେ ଚଢ଼ାଉ କରି ନୂଆଗଡ ଜେଟି ନିକଟକୁ ୨ଟ୍ରଲରକୁ ଅଣାଯାଇଛି । ଏହି ୨ଟି ଟ୍ରଲର ରୁ ୨୦ଜଣ କର୍ମଚାରୀଙ୍କୁ ଅଟକ ରଖି ଓଡିଶା ସାମୁଦ୍ରିକ ମତ୍ସ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ ଲରାଯାଇଛି । ଜବତ ଟ୍ରଲର ମଧ୍ୟରେ ବାଲେଶ୍ୱର ଅଞ୍ଚଳର ଚିନ୍ମୟୀ ନାମକ ଟ୍ରଲର ହୋଇଥିବା ବେଳେ ପାରାଦ୍ୱୀପ ର ମା ବୃନ୍ଦାବତୀ ନାମକ ଟ୍ରଲର ଜବତ ହୋଇଛି। ସମୁଦ୍ର ଉପକୂଳରେ ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷିତ ଆଗମନ ଓ ଅଣ୍ଡା ଦାନ ଏବଂ ପ୍ରଜନନ ପାଇଁ ସମୁଦ୍ର ଉପକୂଳରୁ ୫କିଲୋମିଟର ଏବଂ ଦେବୀ ନଦୀମୁହାଣର ୧୦କିଲୋମିଟର ମଧ୍ୟରେ ଯନ୍ତ୍ର ଚାଳିତ ଡଙ୍ଗାରେ ମାଛ ଧରିବା ଉପରେ କଟକଣା ଜାରି ହୋଇଛି।
କୋଣାର୍କ ୨୭।୦୩ : ନିଷିଦ୍ଧାଞ୍ଚଳରେ ଦୁଇ ଟ୍ରଲର ଜବତ । ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରେ ବେଆଇନ୍ ଭାବେ ମାଛ ମାରୁଥିବା ବେଳେ ଧରିଛି ବନବିଭାଗ । ଏହାସହ ୨୦ ଜଣଙ୍କୁ ଅଟକ ବି ରଖିଛି ବନବିଭାଗ ।

ଖବର ଅନୁଯାୟୀ, ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରେ ବେଆଇନି ଭାବେ ମାଛ ମାରୁଥିଲେ ଟ୍ରଲର । ଏହି ସମୟରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ଟି ଟ୍ରଲର ଜବତ କରାଯିବା ସହ ୨୦କର୍ମଚାରୀଙ୍କୁ ଅଟକ ରଖିଛି । ବନ ବିଭାଗ, ତଟରଖି ବାହିନୀ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ମିଳିତ ଭାବରେ ଚଢ଼ାଉ କରି ନୂଆଗଡ ଜେଟି ନିକଟକୁ ୨ଟ୍ରଲରକୁ ଅଣାଯାଇଛି । ଏହି ୨ଟି ଟ୍ରଲର ରୁ ୨୦ଜଣ କର୍ମଚାରୀଙ୍କୁ ଅଟକ ରଖି ଓଡିଶା ସାମୁଦ୍ରିକ ମତ୍ସ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ ଲରାଯାଇଛି ।

ଜବତ ଟ୍ରଲର ମଧ୍ୟରେ ବାଲେଶ୍ୱର ଅଞ୍ଚଳର ଚିନ୍ମୟୀ ନାମକ ଟ୍ରଲର ହୋଇଥିବା ବେଳେ ପାରାଦ୍ୱୀପ ର ମା ବୃନ୍ଦାବତୀ ନାମକ ଟ୍ରଲର ଜବତ ହୋଇଛି। ସମୁଦ୍ର ଉପକୂଳରେ ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷିତ ଆଗମନ ଓ ଅଣ୍ଡା ଦାନ ଏବଂ ପ୍ରଜନନ ପାଇଁ ସମୁଦ୍ର ଉପକୂଳରୁ ୫କିଲୋମିଟର ଏବଂ ଦେବୀ ନଦୀମୁହାଣର ୧୦କିଲୋମିଟର ମଧ୍ୟରେ ଯନ୍ତ୍ର ଚାଳିତ ଡଙ୍ଗାରେ ମାଛ ଧରିବା ଉପରେ କଟକଣା ଜାରି ହୋଇଛି।