ବେଙ୍ଗଲ ପରେ ପୂର୍ବୋତ୍ତର ରାଜ୍ୟମାନଙ୍କରେ ପ୍ରକୋପ କରୁଛି ‘ରେମଲ’, ଆଇଜୋଲରେ ଖଣି ଭୂଷୁଡିବାରୁ ୧୦ମୃତ
ଆଇଜୋଲ ୨୮।୫: ଘୂର୍ଣ୍ଣିବାତ୍ୟା ‘ରେମଲ’ ରବିବାର ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଦେଇ ଭୂ-ଭାଗକୁ ପ୍ରବେଶ କରିଥିଲା। ଲ୍ୟାଣ୍ଡଫଲ କାଳରେ ବାତ୍ୟା ରେମଲ ବ୍ୟାପକ କ୍ଷୟକ୍ଷତି କରିଛି। କେବଳ ପଶ୍ଚିମବଙ୍ଗ କି ବାଂଲାଦେଶ ନୁହେଁ ରେମଲ ଏବେ ପୂର୍ବୋତ୍ତର ରାଜ୍ୟମାନଙ୍କରେ ବିତ୍ପାତ ରଚିଛି। ମିଜୋରାମ, ମଣିପୁର ଓ ଆସାମରେ ରେମଲ ପ୍ରଭାବରେ ଭୀଷଣ ବର୍ଷା ହେଉଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି। ରେମଲ ଭୂ-ଭାଗକୁ ପ୍ରବେଶ କରିବା କାଳରେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଅନୁନ୍ୟ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଇଜୋଲରେ ମଙ୍ଗଳବାର ପଥର ଖଣି ଭୂଷୁଡି ପଡିବାରୁ ଅନୁନ୍ୟ ୧୦ ଜଣ ପୋତିହୋଇ ପ୍ରାଣ ହରାଇଛନ୍ତି । ଏହା ଛଡା ଆସାମରେ ଭୀଷଣ ବର୍ଷା ଓ ପବନରେ ଜଣେ ୧୭ ବର୍ଷ ବୟଷ୍କ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଥିବା ଜଣାପଡିଛି। ରେମଲ ଯୋଗୁ ବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର ସକାଳେ ମିଜୋରାମ ଆଇଜୋଲ ଜିଲ୍ଲାରେ ପଥର ଖଣି ଭୁଷୁଡିଛି। ଦକ୍ଷିଣ ଆଇଜୋଲ ସହରର ବାହ୍ୟ ଅଞ୍ଚଳରେ ଥିବା ମେଲଥୁମ ଓ ହିଲିମେନ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ପଥର ଖଣି ଥିଲା। ପୋଲିସ ମହାନିର୍ଦ୍ଦେଶକ ଅନିଲ ଶୁକ୍ଲାଙ୍କ ଅନୁସାରେ ଏପର୍ଯ୍ୟନ୍ତ ୧୦ଟି ଶବ ବାହାର କରାଯାଇଛି। ଏବେବି ଆଉ କିଛି ପଥର ସ୍ତୁପତଳେ ପୋତି ହୋଇ ରହିଛନ୍ତି। ଲୋକଙ୍କୁ ବାହାର କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି। ତେବେ ଉଦ୍ଧାର କାର୍ଯ୍ୟାରେ ବର
ଆଇଜୋଲ ୨୮।୫: ଘୂର୍ଣ୍ଣିବାତ୍ୟା ‘ରେମଲ’ ରବିବାର ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଦେଇ ଭୂ-ଭାଗକୁ ପ୍ରବେଶ କରିଥିଲା। ଲ୍ୟାଣ୍ଡଫଲ କାଳରେ ବାତ୍ୟା ରେମଲ ବ୍ୟାପକ କ୍ଷୟକ୍ଷତି କରିଛି। କେବଳ ପଶ୍ଚିମବଙ୍ଗ କି ବାଂଲାଦେଶ ନୁହେଁ ରେମଲ ଏବେ ପୂର୍ବୋତ୍ତର ରାଜ୍ୟମାନଙ୍କରେ ବିତ୍ପାତ ରଚିଛି। ମିଜୋରାମ, ମଣିପୁର ଓ ଆସାମରେ ରେମଲ ପ୍ରଭାବରେ ଭୀଷଣ ବର୍ଷା ହେଉଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି।
ରେମଲ ଭୂ-ଭାଗକୁ ପ୍ରବେଶ କରିବା କାଳରେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଅନୁନ୍ୟ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଇଜୋଲରେ ମଙ୍ଗଳବାର ପଥର ଖଣି ଭୂଷୁଡି ପଡିବାରୁ ଅନୁନ୍ୟ ୧୦ ଜଣ ପୋତିହୋଇ ପ୍ରାଣ ହରାଇଛନ୍ତି । ଏହା ଛଡା ଆସାମରେ ଭୀଷଣ ବର୍ଷା ଓ ପବନରେ ଜଣେ ୧୭ ବର୍ଷ ବୟଷ୍କ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଥିବା ଜଣାପଡିଛି। ରେମଲ ଯୋଗୁ ବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର ସକାଳେ ମିଜୋରାମ ଆଇଜୋଲ ଜିଲ୍ଲାରେ ପଥର ଖଣି ଭୁଷୁଡିଛି।

ଦକ୍ଷିଣ ଆଇଜୋଲ ସହରର ବାହ୍ୟ ଅଞ୍ଚଳରେ ଥିବା ମେଲଥୁମ ଓ ହିଲିମେନ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ପଥର ଖଣି ଥିଲା। ପୋଲିସ ମହାନିର୍ଦ୍ଦେଶକ ଅନିଲ ଶୁକ୍ଲାଙ୍କ ଅନୁସାରେ ଏପର୍ଯ୍ୟନ୍ତ ୧୦ଟି ଶବ ବାହାର କରାଯାଇଛି। ଏବେବି ଆଉ କିଛି ପଥର ସ୍ତୁପତଳେ ପୋତି ହୋଇ ରହିଛନ୍ତି। ଲୋକଙ୍କୁ ବାହାର କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି। ତେବେ ଉଦ୍ଧାର କାର୍ଯ୍ୟାରେ ବର୍ଷା ବାଧାକ ସାଜିଛି। ଜନୈକ ପୋଲିସ ଅଧିକାରୀଙ୍କ ଅନୁସାରେ ମୃତକଙ୍କ ମଧ୍ୟରୁ ୭ ଜଣ ସ୍ଥାନୀୟ ହୋଇଥିବା ବେଳେ ୪ ଜଣ ବାହାର ରାଜ୍ୟର।
ଆସାମ ମୋରିଗାଁବ ଜିଲ୍ଲା ଦିଗଲବୋରୀରେ ଏକ ଚଳନ୍ତା ଅଟୋ ରିକ୍ସା ଉପରେ ମଙ୍ଗଳବାର ଗଛ ପଡିଯାଇଛି। ଫଳରେ ଅଟୋରେ ଯାତ୍ରା କରୁଥିବା ୧୭ ବର୍ଷ ବୟଷ୍କ କଲେଜ ଛାତ୍ର କୌଶିକ ବୋରଦୋଲୋଇ ଏମ୍ଫିଙ୍କ ମୃତ୍ୟୁ ହୋଇଛି। ସେହିପରି ଅଟୋରେ ବସିଥିବା ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଅନ୍ୟଏକ ଘଟଣାରେ ଆସାମ ସୋନିତପୁର ଢୋକିୟାଜୁଲିରେ ସ୍କୁଲ ବସ୍ ଉପରେ ଗଛ ପଡିଯାଇଛି। ଫଳରେ ବସ୍ରେ ବସିଥିବା ୧୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲଗାଣ ବର୍ଷା ଯୋଗୁ ମଙ୍ଗଳବାର ମଣିପୁରର ଅନେକ ଅଞ୍ଚଳରେ ପାଣି ଭରିଯାଇଛି। ଫଳରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି।