ବେଙ୍ଗଲରେ ବନ୍ଦ ବେଳେ ହଙ୍ଗାମା, ବିଜେପି ନେତାଙ୍କ ଗାଡିକୁ ଅତର୍କିତ ଗୁଳିମାଡ

ପଶ୍ଚିମବଙ୍ଗ ୨୮/୦୮: ଡାକ୍ତରୀ ଛାତ୍ରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ କୋଲକାତା ଠପ୍ । ଏହି ଘଟଣାରେ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି । ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ହିଂସାକାଣ୍ଡ ଘଟିବାରେ ଲାଗିଛି । ଏପରି ସ୍ଥିତିରେ ଜଣେ ବିଜେପି ନେତାଙ୍କ ଗାଡ଼ି ଉପରକୁ ହୋଇଛି ଅତର୍କିତ ଗୁଳିମାଡ଼ । ପଶ୍ଚିମବଙ୍ଗ ଭାଟପଡ଼ାର ବିଜେପି ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ କାର ଉପରକୁ ଗୁଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । ବିଜେପି ନେତା ପ୍ରିୟାଙ୍ଗୁଙ୍କ ଡ୍ରାଇଭର କାର୍ ଚଳାଉଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ କାର୍ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ଏଥିରେ ଡ୍ରାଇଭର ଜଣକ ଆହତ ହୋଇଥିବା ଜଣାଯାଇଛି । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ ପରେ ଘଟଣାସ୍ଥଳରେ ଭାଟପଡ଼ା ବିଧାୟକ ପୱନ ସିଂ, ପୂର୍ବତନ ସାଂସଦ ଅର୍ଜୁନ ସିଂ ଏବଂ ଅନ୍ୟ ବିଜେପି ନେତା ପହଞ୍ଚିଛନ୍ତି । ଏହି ଗୁଳିକାଣ୍ଡ ପଛରେ ଟିଏମ୍‌ସିର ହାତ ଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।#WATCH | West Bengal: BJP leader Priyangu Pandey claims people belonging to TMC attacked and fired on his car, earlier today, in Bhatpara of North 24 Parganas pic.twitter.com/hVKfsf9u7h— ANI (@ANI) August 28, 2024ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଆଜି ବିଜେପି କର୍ମୀ

ବେଙ୍ଗଲରେ ବନ୍ଦ ବେଳେ ହଙ୍ଗାମା, ବିଜେପି ନେତାଙ୍କ ଗାଡିକୁ ଅତର୍କିତ ଗୁଳିମାଡ

ପଶ୍ଚିମବଙ୍ଗ ୨୮/୦୮: ଡାକ୍ତରୀ ଛାତ୍ରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ କୋଲକାତା ଠପ୍ । ଏହି ଘଟଣାରେ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି । ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ହିଂସାକାଣ୍ଡ ଘଟିବାରେ ଲାଗିଛି । ଏପରି ସ୍ଥିତିରେ ଜଣେ ବିଜେପି ନେତାଙ୍କ ଗାଡ଼ି ଉପରକୁ ହୋଇଛି ଅତର୍କିତ ଗୁଳିମାଡ଼ । ପଶ୍ଚିମବଙ୍ଗ ଭାଟପଡ଼ାର ବିଜେପି ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ କାର ଉପରକୁ ଗୁଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । 

ବିଜେପି ନେତା ପ୍ରିୟାଙ୍ଗୁଙ୍କ ଡ୍ରାଇଭର କାର୍ ଚଳାଉଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ କାର୍ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ଏଥିରେ ଡ୍ରାଇଭର ଜଣକ ଆହତ ହୋଇଥିବା ଜଣାଯାଇଛି । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ ପରେ ଘଟଣାସ୍ଥଳରେ ଭାଟପଡ଼ା ବିଧାୟକ ପୱନ ସିଂ, ପୂର୍ବତନ ସାଂସଦ ଅର୍ଜୁନ ସିଂ ଏବଂ ଅନ୍ୟ ବିଜେପି ନେତା ପହଞ୍ଚିଛନ୍ତି । ଏହି ଗୁଳିକାଣ୍ଡ ପଛରେ ଟିଏମ୍‌ସିର ହାତ ଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।


ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଆଜି ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଫଳରେ ରାସ୍ତାରୋକ ସହ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି । କିଛି ସ୍ଥାନରେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ । ବନ୍ଦ୍ ପ୍ରଭାବ ଯୋଗୁ କୋଲକାତାର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଏବଂ ପୋଲିସ ବିରୋଧରେ ପ୍ରତିବାଦ ପାଇଁ ବିଜେପି ଏହି ବନ୍ଦ ପାଳନ କରୁଛି । 

ତେବେ ବନ୍ଦ ପାଳନକୁ ବିରୋଧ କରିବା ସହିତ, ଜୀବନଯାତ୍ରା ସ୍ୱାଭାବିକ ରହିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର । ତେଣୁ ସମସ୍ତ ସ୍କୁଲ, କଲେଜ, ଅଫିସ୍, ବ୍ୟାଙ୍କ, ବସ୍ ଚଳାଚଳ ଆଦି ଖୋଲା ରହିବ ଏବଂ ସମସ୍ତେ ଅଫିସ ଆସିବାକୁ ଅପିଲ୍ କରିଛନ୍ତି ମମତା ବାନାର୍ଜୀ । ବନ୍ଦ ପାଳନ ସମୟରେ କୋଲକାତାରେ ଆଜି ସରକାରୀ ବସ୍ ସେବା ଚାଲୁ ରହିଛି। 

ତେବେ ଏହି ସମୟରେ କିଛି ଅଘଟଣ ଆଶଙ୍କାରେ ବସ୍ ଚାଳକମାନେ ହେଲମେଟ୍ ପିନ୍ଧି ବସ୍ ଚଳାଉଥିବା ଦେଖିବାକୁ ମିଳିଛି। ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ କରିଥିବା ଦମନଲୀଳାକୁ ବିରୋଧ କରି ବିଜେପି ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳୁଥିବା ବେଳେ ପଶ୍ଚିମବଙ୍ଗ ସରକାର କିନ୍ତୁ ବନ୍ଦକୁ ବିରୋଧ କରୁଛନ୍ତି।