ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ ଆରମ୍ଭ ହୋଇଥିଲା। ଯେଉଁଠାରେ ଭାରତୀୟ ଦଳ ମାତ୍ର ୪୬ ରନରେ ଆଉଟ୍ ହୋଇଯାଇଛି। ଏହା ହେଉଛି ଭାରତର ତୃତୀୟ ସର୍ବନିମ୍ନ ସ୍କୋର। ଭାରତୀୟ ମାଟିରେ ମଧ୍ୟ କୌଣସି ଦଳର ଏହା ସର୍ବନିମ୍ନ ସ୍କୋର। ଏଥିରେ ଭାରତୀୟ ଦଳର ପାଞ୍ଚ ଜଣ ବ୍ୟାଟର ଶୁନରେ ଆଉଟ୍ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ପାଇଁ ମ୍ୟାଟ […] The post ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର appeared first on Dharitri Odia News.

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ ଆରମ୍ଭ ହୋଇଥିଲା। ଯେଉଁଠାରେ ଭାରତୀୟ ଦଳ ମାତ୍ର ୪୬ ରନରେ ଆଉଟ୍ ହୋଇଯାଇଛି। ଏହା ହେଉଛି ଭାରତର ତୃତୀୟ ସର୍ବନିମ୍ନ ସ୍କୋର। ଭାରତୀୟ ମାଟିରେ ମଧ୍ୟ କୌଣସି ଦଳର ଏହା ସର୍ବନିମ୍ନ ସ୍କୋର। ଏଥିରେ ଭାରତୀୟ ଦଳର ପାଞ୍ଚ ଜଣ ବ୍ୟାଟର ଶୁନରେ ଆଉଟ୍ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ପାଇଁ ମ୍ୟାଟ ହେନେରୀ ସବୁଠାରୁ ସଫଳ ବୋଲର ଭାବେ ୫ ୱିକେଟ୍ ନେଇଥିଲେ, ତାଙ୍କ ପଛକୁ ଉଇଲିୟମ ଓରୁର୍କି ୪ ଟି ଏବଂ ଟିମ୍ ସାଉଥି ଗୋଟିଏ ଉଇକେଟ ନେଇଥିଲେ।

ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତନ ଦେଖିବାକୁ ମିଳିଥିଲା। ସର୍ଫରାଜ ଖାନଙ୍କୁ ଆହତ ଶୁଭମନଙ୍କ ସ୍ଥାନରେ ସୁଯୋଗ ମିଳିଥିଲା। ସେହିପରି ଆକାଶ ଦୀପଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ତୃତୀୟ ସ୍ପିନର ଭାବେ ଦଳରେ ସାମିଲ କରାଯାଇଥିଲା।

ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିଥିଲେ। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ୬ ଓଭରରେ ଭୟଙ୍କର ବୋଲିଂ କରିଥିଲେ, ଭାରତୀୟ ଦଳ ମାତ୍ର ୯ ରନ୍ ସ୍କୋର କରିପାରିଥିଲା। ଫଳରେ ପ୍ରାରମ୍ଭିକ ଚାପର ପ୍ରଭାବ ରୋହିତଙ୍କ ଉପରେ ଦେଖିବାକୁ ମିଳିଥିଲା ଏବଂ ସେ ଟିମ୍ ସାଉଥୀଙ୍କ ବଲରେ ମାତ୍ର ୨ ରନ୍ କରି ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ବିରାଟ କୋହଲି (୦) ଏବଂ ସର୍ଫରାଜ ଖାନ(୦) ମଧ୍ୟ ଆଉଟ୍ ହୋଇଥିଲେ। ଏକ ସମୟରେ ଭାରତର ସ୍କୋର ୯-୦ ଥିଲା, କିନ୍ତୁ ୧୦ ରନ୍ ସ୍କୋର ହେବା ବେଳକୁ ତିନୋଟି ୱିକେଟ୍ ଖସି ଯାଇଥିଲା।

ଏହା ପରେ ଋଷଭ ପନ୍ତ ଏବଂ ଯଶସ୍ୱୀ ଜୈସ୍ବାଲ (୧୩) କିଛି ସମୟ ପାଇଁ ପାଳି ସମ୍ଭାଳିଥିଲେ। କିନ୍ତୁ ଜୈସ୍ବାଲ ଅଜାଜ ପଟେଲଙ୍କ ଦ୍ୱାରା ୱିଲିୟମ୍ ଓ’ରକେଙ୍କ ବଲରେ ଆଉଟ ହୋଇଥିଲେ। ଏହିପରି ଭାରତୀୟ ଦଳ ୩୧ ରନରେ ଚତୁର୍ଥ ଝଟକା ପାଇଥିଲା। ଏହାର କିଛି ସମୟ ପରେ କେଏଲ ରାହୁଲ (୦) ମଧ୍ୟ ପଞ୍ଚମ ୱିକେଟ୍ ଭାବରେ ୩୩ ରନରେ ନିଜର ଉଇକେଟ ହରାଇ ବସିଥିଲେ। ଏହାପରେ ରବିନ୍ଦ୍ର ଜାଡେଜା ମଧ୍ୟ ଏକ ଦାୟିତ୍ୱହୀନ ଶଟ୍‌ ଖେଳି ଶୁଣରେ ଆଉଟ ହୋଇଥିଲେ। ମଧ୍ୟାହ୍ନ ଭୋଜନ ପରେ ଆସିଥିବା ରବିଚନ୍ଦ୍ରନ ଅଶ୍ୱିନ(୦) ପ୍ରଥମ ବଲରେ ମ୍ୟାଟ ହେନେରୀଙ୍କ ବୋଲିଂରେ ଆଉଟ ହୋଇଥିଲେ।

ଭାରତୀୟ ଇନିଂସରେ କେବଳ ଋଷଭ ପନ୍ତ କିଛି ସମୟ ଲୟରେ ଥିବା ଲାଗୁଥିଲେ ମଧ୍ୟ ୨୦ ରନ୍ ସ୍କୋର କରିବା ପରେ ମ୍ୟାଟ ହେନେରୀଙ୍କ ବୋଲରେ ଅଷ୍ଟମ ଖେଳାଳି ଭାବେ ଆଉଟ ହୋଇଥିଲେ। ଏହାପରେ ଜସପ୍ରୀତ ବୁମ୍ରା (୧) ନବମ ଖେଳାଳି ଭାବେ ଆଉଟ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ପାଇଁ ମ୍ୟାଟ ହେନେରୀ ୫ ୱିକେଟ୍, ଟିମ୍ ସାଉଥୀ ୧ ୱିକେଟ୍ ଏବଂ ୱିଲିୟମ୍ ଓ’ରକେ ୪ ୱିକେଟ୍ ପାଇଛନ୍ତି।

The post ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର appeared first on Dharitri Odia News.