ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ସୋ: ନିଜର କ୍ଷମତା ପ୍ରଦର୍ଶନ କଲା ଆମେରିକାର ଏଫ-୧୬ ଏବଂ ଏଫ-୩୫ ବିମାନ

ନନ୍ଦିଘୋଷ ବ୍ୟୁରୋ : ବେଙ୍ଗାଲୁରୁରେ ଚାଲିଛି ଏରୋ ଇଣ୍ଡିଆ ସୋ। ୟେଲହେଙ୍କା ସ୍ଥିତ ବାୟୁସେନା ଷ୍ଟେସନରେ ଚାଲିଛି ଏସିଆର ସବୁଠାରୁ... The post ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ସୋ: ନିଜର କ୍ଷମତା ପ୍ରଦର୍ଶନ କଲା ଆମେରିକାର ଏଫ-୧୬ ଏବଂ ଏଫ-୩୫ ବିମାନ appeared first on .

ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ସୋ: ନିଜର କ୍ଷମତା ପ୍ରଦର୍ଶନ କଲା ଆମେରିକାର ଏଫ-୧୬ ଏବଂ ଏଫ-୩୫ ବିମାନ

ନନ୍ଦିଘୋଷ ବ୍ୟୁରୋ : ବେଙ୍ଗାଲୁରୁରେ ଚାଲିଛି ଏରୋ ଇଣ୍ଡିଆ ସୋ। ୟେଲହେଙ୍କା ସ୍ଥିତ ବାୟୁସେନା ଷ୍ଟେସନରେ ଚାଲିଛି ଏସିଆର ସବୁଠାରୁ ବଡ଼଼ ଏୟାର ସୋ। ଏୟାର ସୋର ଆଜି ଅନ୍ତିମ ଦିନ। ଆମେରିକାର ଏଫ-୧୬ ଏବଂ ଏଫ-୩୫ ବିମାନ ନିଜର କ୍ଷମତା ପ୍ରଦର୍ଶନ କରିଛି। ସେହିପରି ରୁଷର ଏସଯୁ-୫୭ ବିମାନ ମଧ୍ୟ ତାର ଶକ୍ତି ପ୍ରଦର୍ଶନ କରିଛି। ଏହି ଦୁଇ ବିମାନ ସହ ଭାରତ ସମେତ ଅନ୍ୟ ଦେଶର ଶକ୍ତିଶାଳୀ ବିମାନ ମଧ୍ୟ ସେମାନଙ୍କ ନିଜ ନିଜ କ୍ଷମତା ପ୍ରଦର୍ଶନ କରିଛନ୍ତି। ଏହାସହ ଏଚଏଏଲ ଦ୍ଵାରା ପ୍ରସ୍ତୁତ ଲାଇଟ ଯୁଟିଲିଟି ହେଲିକପ୍ଟର ମଧ୍ୟ କ୍ଷମତା ପ୍ରଦର୍ଶନ କରିଥିଲା। ଦୀର୍ଘ ୬ ମିନିଟ ଧରି ଏହି ହେଲିକପ୍ଟର ଶକ୍ତି ପ୍ରଦର୍ଶନ କରିଥିଲା।

ସେହିପରି ଏସଯୁ-୩୦, ଏମକେଆଇ ଫାଇଟର ଏଯାରକ୍ରାଫ୍ଟ କଳାକୌଶଳ ପ୍ରଦର୍ଶନ କରିଥିଲେ। ଏହାପରେ ନ୍ୟାସନାଲ ଏଭିଏସନ ଲାବୋରେଟୋରିଜ ଦ୍ଵାରା ନିର୍ମିତ ହଂସା ଏୟାରକ୍ରାଫ୍ଟ କୌଶଳ ପ୍ରଦର୍ଶନ କରିଥିଲା। ଏହାପରେ ରୁଷର ଏସଯୁ-୫୭ ଏୟାରକ୍ରାଫ୍ଟ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲା। ଫାଇଟର ଜେଟ ଓ ହେଲିକପ୍ଟର କଳା କୌଶଳ ପ୍ରଦର୍ଶନରେ ଦର୍ଶକଙ୍କ ଛାତି ଦୁଲୁକି ଉଠିଥିଲା। ୩୬୦ ଡିଗ୍ରୀ ଚକ୍କର ଲଗାଇ ଭୂମି ପଟକୁ ଖସି ପୁଣି ଉପରକୁ ଉଠିଥିଲା ଏହି ବିମାନ। ଏୟାର ସୋର ମଜା ଉଠାଇଥିଲେ ଦର୍ଶକ।

ଏରୋ ଇଣ୍ଡିଆ ସୋର ଏହା ୧୪ତମ ସଂସ୍କରଣ। ୫ଦିନିଆ ଏହି କାର୍ଯ୍ୟକ୍ରମରେ ୯୮ ରାଷ୍ଟ୍ରର ପ୍ରାୟ ୮୦୯ କମ୍ପାନୀ ଏହି ଶୋରେ ଭାଗ ନେଇ ଏୟାରସ୍ପେସ ଓ ପ୍ରତିରକ୍ଷା କ୍ଷମତାକୁ ପ୍ରଦର୍ଶନ କରିଛନ୍ତି।

The post ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ସୋ: ନିଜର କ୍ଷମତା ପ୍ରଦର୍ଶନ କଲା ଆମେରିକାର ଏଫ-୧୬ ଏବଂ ଏଫ-୩୫ ବିମାନ appeared first on .