ଭୁବନେଶ୍ୱର ୨ ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି; ଗୋଟିଏରେ ଛିଡ଼ୁନି ଅଙ୍କ

ଭୁବନେଶ୍ୱର,୪।୩: ଆଗାମୀ ସାଧାରଣ ନିର୍ବାଚନ ଲାଗି ବିଜେଡି ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ବୁଧବାର ୨୭ଜଣ ପ୍ରାର୍ଥୀଙ୍କ ନାମକୁ ଘୋଷଣା କରିଛନ୍ତି। ଏଥିରେ ଭୁବନେଶ୍ୱରର ୩ ଆସନରୁ ୨ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ଆସନରେ ପୁରୁଣା ଚେହେରା ରିପିଟ୍‌ ହୋଇଛନ୍ତି। ଭୁବନେଶ୍ୱର ଆସନ ବିଷୟରେ କହିଲେ ଉତ୍ତରରୁ ସୁଶାନ୍ତ ରାଉତ ନିର୍ବାଚନକୁ ଓହ୍ଲାଇବେ। ସେହିଭଳି ଏକାମ୍ରରୁ ଅଶୋକ ପଣ୍ଡାଙ୍କୁ […] The post ଭୁବନେଶ୍ୱର ୨ ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି; ଗୋଟିଏରେ ଛିଡ଼ୁନି ଅଙ୍କ appeared first on Dharitri Odia News.

ଭୁବନେଶ୍ୱର ୨ ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି; ଗୋଟିଏରେ ଛିଡ଼ୁନି ଅଙ୍କ
ଭୁବନେଶ୍ୱର,୪।୩: ଆଗାମୀ ସାଧାରଣ ନିର୍ବାଚନ ଲାଗି ବିଜେଡି ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ବୁଧବାର ୨୭ଜଣ ପ୍ରାର୍ଥୀଙ୍କ ନାମକୁ ଘୋଷଣା କରିଛନ୍ତି। ଏଥିରେ ଭୁବନେଶ୍ୱରର ୩ ଆସନରୁ ୨ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ଆସନରେ ପୁରୁଣା ଚେହେରା ରିପିଟ୍‌ ହୋଇଛନ୍ତି।
ଭୁବନେଶ୍ୱର ଆସନ ବିଷୟରେ କହିଲେ ଉତ୍ତରରୁ ସୁଶାନ୍ତ ରାଉତ ନିର୍ବାଚନକୁ ଓହ୍ଲାଇବେ। ସେହିଭଳି ଏକାମ୍ରରୁ ଅଶୋକ ପଣ୍ଡାଙ୍କୁ ଟିକେଟ ମିଳିଛି। ହେଲେ ଭୁବନେଶ୍ୱର ମଧ୍ୟ ଆସନରେ ଅନନ୍ତ ନାରାୟଣ ଜେନା ଓ ଅମରେଶ ଜେନାଙ୍କ ମଧ୍ୟରେ ଅଙ୍କ ଛିଡ଼ୁ ନ ଥିବାରୁ ଏଠାରେ କାହାକୁ ଟିକେଟ ମିଳିନାହିଁ। ତେବେ ଆଗାମୀ ଦିନରେ ସେନେଇ ଚିତ୍ର ସ୍ପଷ୍ଟ ହେବ।
ବାକି ଆସନରେ କାହାକୁ ମିଳିଲା ଟିକେଟ, ଦେଖନ୍ତୁ:-

ବଣାଇ- ଭୀମସେନ ଚୌଧୁରୀ

ବାରିପଦା- ସାନନ୍ଦ ମାରାଣ୍ଡି

ତଳସରା- ବିଜୟ ଟପ୍ପୋ

ସୁନ୍ଦରଗଡ଼- ଯୋଗେଶ ସିଂହ

ରାଜଗାଙ୍ଗପୁର-ଅନୀଲ ବାର୍ଲା

ବଣାଇ- ଭୀମସେନ ଚୌଧୁରୀ

ଯଶୀପୁର- ଚକ୍ରଧର ହେମ୍ବ୍ରମ୍‌

ଉଦଳା- ଶ୍ରନାଥ ସୋରେନ୍‌

ବାରିପଦା- ସାନନ୍ଦ ମାରାଣ୍ଡି

ବଡ଼ସାହି- ଅନସୂୟା ପାତ୍ର

ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ

ସୋର- ମାଧବ ଧଡା

ଆଠ ମଲିକ- ନଳିନୀ ପ୍ରଧାନ

ବୀରମହାରାଜପୁର- ପଦ୍ମନାଭ ବେହେରା

ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ

ଫୁଲବାଣୀ- ଜୟଶ୍ରୀ କହଁର

ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା

ତିର୍ତ୍ତୋଲ- ରମାକାନ୍ତ ଭୋଇ

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ

ଏକାମ୍ର- ଅଶୋକ ପଣ୍ଡା

ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ

ଆସିକା- ମଞ୍ଜୁଳା ସ୍ୱାଇଁ

ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ

ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ

ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ

ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ

The post ଭୁବନେଶ୍ୱର ୨ ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି; ଗୋଟିଏରେ ଛିଡ଼ୁନି ଅଙ୍କ appeared first on Dharitri Odia News.