ବେଙ୍ଗାଲୁରୁରେ ପ୍ରକୋପ କରୁଛି ହଇଜା, ମାମଲାରେ ୫୦% ବୃଦ୍ଧି
ବେଙ୍ଗାଲୁରୁ ୪।୪: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଉପରେ ଏବେବି ସଂକଟ ଛାଇ ରହିଛି। ଗତ ମାସେ ହେଲା ଲୋକେ ପାନୀୟ ଜଳକୁ ନେଇ ଗୁରୁତର ସମସ୍ୟା ଭୋଗୁଛନ୍ତି। ଏଥିରେ ବେଙ୍ଗାଲୁରୁ ଉପରକୁ ଆଉ ଏକ ସଂକଟ ଘନେଇଛି। ତାହା ହେଉଛି ହଇଜା, ଲୋକେ ପ୍ରଦୂଷିତ ପାଣି ବ୍ୟବହାରକରି ଏବେ ହଇଜାରେ ପଡୁଛନ୍ତି। ସହରର ଏକ ବିଶାଳ ଅଞ୍ଚଳରେ ଏବେ ହଇଜା ପ୍ରକୋପ କରୁଛି । ମାଲେଶ୍ୱର ଅଞ୍ଚଳରେ ଏକ ପୁଷ୍ଟ ମାମାଲା ସାମ୍ନାକୁ ଆସିଛି, ଏହା ଛଡା ଏହି ଅଞ୍ଚଳର ଦୁଇଟି ସନ୍ଦିଗ୍ଧ ମାମଲାର ନମୁନା ପରୀକ୍ଷଣ ନିମନ୍ତେ ପଠାଯାଇଛି। ସ୍ପର୍ଷ ହସ୍ପିଟାଲ ବେଙ୍ଗାଲୁରୁର ଗ୍ୟାଷ୍ଟ୍ରୋଏଣ୍ଟରୋଲଜିଷ୍ଟ ଶ୍ରୀହରି ଡି. କହିଛନ୍ତି ଯେ ସହରରେ ଏବେ ହଇଜା ମାମଲାରେ ପାଖାପାଖି ୫୦ ପ୍ରତିଶତ ବୃଦ୍ଧି ହୋଇଛି। କାରଣ ଦୈନିକ ଏବେ ପାଖପାଖି ୨୦ଟି ମାମଲା ହସ୍ପିଟାଲକୁ ଆସୁଛି। ଏଥି ପାଇଁ ସେ ପ୍ରଥମେ ସ୍ୱଚ୍ଛତା ଓ ଦ୍ୱିତୀୟରେ ଦୂଷିତ ପେୟଜଳକୁ ଦାୟି କରିଛନ୍ତି। ଦୂଷିତ ପେୟଜଳ ସହରରେ ହଇଜା ମାମଲା ବୃଦ୍ଧିର କାରଣ ବୋଲି ସେ କହିଛନ୍ତି। ପୂର୍ବରୁ ସହରରେ ମାସକୁ କାଁଭା ଗୋଟିଏ ବା ଦୁଇଟି ହଇଜା ମାମଲା ହସ୍ପିଟାଲକୁ ପହଞ୍ଚୁଥିଲା। ତେବେ ଗତ ମାର୍ଚ୍ଚ ମାସରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସରକାରୀ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ସହରରେ ହଇଜା ବୃଦ୍ଧିର କାରଣ ଛୋଟସ୍ତରର ଭୋଜନାଳୟ। ଏପରି ଭୋଜନାଳୟମାନଙ୍କରେ ଲୋକେ ଖାଦ୍ୟ ଖାଇବା ପରେ ହଇଜାରେ ପୀ
ବେଙ୍ଗାଲୁରୁ ୪।୪: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଉପରେ ଏବେବି ସଂକଟ ଛାଇ ରହିଛି। ଗତ ମାସେ ହେଲା ଲୋକେ ପାନୀୟ ଜଳକୁ ନେଇ ଗୁରୁତର ସମସ୍ୟା ଭୋଗୁଛନ୍ତି। ଏଥିରେ ବେଙ୍ଗାଲୁରୁ ଉପରକୁ ଆଉ ଏକ ସଂକଟ ଘନେଇଛି। ତାହା ହେଉଛି ହଇଜା, ଲୋକେ ପ୍ରଦୂଷିତ ପାଣି ବ୍ୟବହାରକରି ଏବେ ହଇଜାରେ ପଡୁଛନ୍ତି। ସହରର ଏକ ବିଶାଳ ଅଞ୍ଚଳରେ ଏବେ ହଇଜା ପ୍ରକୋପ କରୁଛି । ମାଲେଶ୍ୱର ଅଞ୍ଚଳରେ ଏକ ପୁଷ୍ଟ ମାମାଲା ସାମ୍ନାକୁ ଆସିଛି, ଏହା ଛଡା ଏହି ଅଞ୍ଚଳର ଦୁଇଟି ସନ୍ଦିଗ୍ଧ ମାମଲାର ନମୁନା ପରୀକ୍ଷଣ ନିମନ୍ତେ ପଠାଯାଇଛି।
ସ୍ପର୍ଷ ହସ୍ପିଟାଲ ବେଙ୍ଗାଲୁରୁର ଗ୍ୟାଷ୍ଟ୍ରୋଏଣ୍ଟରୋଲଜିଷ୍ଟ ଶ୍ରୀହରି ଡି. କହିଛନ୍ତି ଯେ ସହରରେ ଏବେ ହଇଜା ମାମଲାରେ ପାଖାପାଖି ୫୦ ପ୍ରତିଶତ ବୃଦ୍ଧି ହୋଇଛି। କାରଣ ଦୈନିକ ଏବେ ପାଖପାଖି ୨୦ଟି ମାମଲା ହସ୍ପିଟାଲକୁ ଆସୁଛି। ଏଥି ପାଇଁ ସେ ପ୍ରଥମେ ସ୍ୱଚ୍ଛତା ଓ ଦ୍ୱିତୀୟରେ ଦୂଷିତ ପେୟଜଳକୁ ଦାୟି କରିଛନ୍ତି। ଦୂଷିତ ପେୟଜଳ ସହରରେ ହଇଜା ମାମଲା ବୃଦ୍ଧିର କାରଣ ବୋଲି ସେ କହିଛନ୍ତି। ପୂର୍ବରୁ ସହରରେ ମାସକୁ କାଁଭା ଗୋଟିଏ ବା ଦୁଇଟି ହଇଜା ମାମଲା ହସ୍ପିଟାଲକୁ ପହଞ୍ଚୁଥିଲା। ତେବେ ଗତ ମାର୍ଚ୍ଚ ମାସରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ତେବେ ସରକାରୀ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ସହରରେ ହଇଜା ବୃଦ୍ଧିର କାରଣ ଛୋଟସ୍ତରର ଭୋଜନାଳୟ। ଏପରି ଭୋଜନାଳୟମାନଙ୍କରେ ଲୋକେ ଖାଦ୍ୟ ଖାଇବା ପରେ ହଇଜାରେ ପୀଡ଼ିତ ହେଉଛନ୍ତି। ବେଙ୍ଗାଲୁରୁ ଏବେ ଗୁରୁତର ପାନୀୟ ଜଳ ସଂକଟର ସମ୍ମୁଖୀନ ହୋଇଛି। ଏଣୁ ଉପୁଜିଥିବା ପରିସ୍ଥିତିରେ ପ୍ରତିଷ୍ଠାନମାନେ ପାଣିର କ୍ୱାଲିଟି ସହିତ ବୁଝାମଣା କରି ନେଇଛନ୍ତି। ଏଣୁ ଜଳଜନିତ ରୋଗ ବ୍ୟାପିବାରେ ଲାଗିଛି। ତେବେ ବୃହତ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମପି) ଏପର୍ଯ୍ୟନ୍ତ ରାଜଧାନୀରେ ହଇଜା ବ୍ୟାପିବା ପୁଷ୍ଟି କରି ନାହାନ୍ତି।
ବିବିଏମପି ମୁଖ୍ୟ ଆୟୁକ୍ତ ତୁଷାର ଗିରିନାଥ କହିଛନ୍ତି ଯେ ମଲେଶ୍ୱରମ କ୍ଷେତ୍ରରେ ହଇଜାର ଗୋଟିଏ ମାମଲା ପୁଷ୍ଟି ହୋଇଛି। ସେ କହିଛନ୍ତି ଯେ ମଲେଶ୍ୱରମର ଏକ ପିଜିରେ ଗୋଟିଏ ମାମଲା ହଇଜା ପଜେଟିଭ ଆସିଛି। ଅନ୍ୟ ନମୁନା ସବୁ ପରୀକ୍ଷଣ ନିମନ୍ତେ ପଠାଯାଇଛି। ତେବେ ଏହା କୌଣସି ପ୍ରକୋପ ନୁହେଁ ବୋଲି ସେ କହିଛନ୍ତି। ଆମେ ପ୍ରଦୂଷଣର ସ୍ରୋତ ସନ୍ଧାନ କରୁଥିବା ଓ ଏ ସବୁର ଚିହ୍ନଟ କରୁଥିବା ସେ କହିଛନ୍ତି। ତେବେ ରାଜଧାନୀରେ ହଇଜା ଯେପରି ନ ବ୍ୟାପେ ସେଥି ପାଇଁ ସତର୍କତା ଅବଲମ୍ବନ କରାଯାଇଥିବା ଆୟୁକ୍ତ କହିଛନ୍ତି।