ରାଜଧାନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଥିବା ସନ୍ଦେହ

ଭୁବନେଶ୍ବର ୫।୧୨: ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଲେ ଯୁବକ । ମୃତ ଯୁବକ ଜଣଙ୍କ ପୁରୁଣା ଭୁବନେଶ୍ୱର ବଡ଼ୁସାହିର ଶଶାଙ୍କ ଶତପଥୀ ବୋଲି ଜଣାପଡ଼ିଛି । ଶଶାଙ୍କ ଅନଲାଇନ୍ ଗେମ୍ ଖେଳି ହାରିବା ପରେ ଜୀବନ ହାରିଥିବା ଜଣାପଡ଼ିଛି ।ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ବଡ଼ୁସାହିର ଯୁବକ ଶଶାଙ୍କ ଶତପଥୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅନଲାଇନ୍ ଗେମ୍ ପାଇଁ ଯୁବକ ଜଣଙ୍କ ଜୀବନ ହାରିଥିବା ଡିସିପି କହିଛନ୍ତି । ଅନଲାଇନ୍ ଗେମ୍‌ରେ କିଛି କ୍ଷୟକ୍ଷତି ହୋଇଥିବା କାରଣରୁ ଏଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଥିବା ଡିସିପି କହିଛନ୍ତି ।You Can Read:ଶୋଇଥିବା ବେଳେ ୪ ବର୍ଷର ଶିଶୁକୁ ଦଳି ମାରିଦେଲା ହାତୀ

ରାଜଧାନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଥିବା ସନ୍ଦେହ

ଭୁବନେଶ୍ବର ୫।୧୨: ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଲେ ଯୁବକ । ମୃତ ଯୁବକ ଜଣଙ୍କ ପୁରୁଣା ଭୁବନେଶ୍ୱର ବଡ଼ୁସାହିର ଶଶାଙ୍କ ଶତପଥୀ ବୋଲି ଜଣାପଡ଼ିଛି । ଶଶାଙ୍କ ଅନଲାଇନ୍ ଗେମ୍ ଖେଳି ହାରିବା ପରେ ଜୀବନ ହାରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ବଡ଼ୁସାହିର ଯୁବକ ଶଶାଙ୍କ ଶତପଥୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । 

ତେବେ ଅନଲାଇନ୍ ଗେମ୍ ପାଇଁ ଯୁବକ ଜଣଙ୍କ ଜୀବନ ହାରିଥିବା ଡିସିପି କହିଛନ୍ତି । ଅନଲାଇନ୍ ଗେମ୍‌ରେ କିଛି କ୍ଷୟକ୍ଷତି ହୋଇଥିବା କାରଣରୁ ଏଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଥିବା ଡିସିପି କହିଛନ୍ତି ।

You Can Read:

ଶୋଇଥିବା ବେଳେ ୪ ବର୍ଷର ଶିଶୁକୁ ଦଳି ମାରିଦେଲା ହାତୀ