ବେଦାନ୍ତ ଆଲୁମିନିୟମ ଓ ଆୟୁଷ ମନ୍ତ୍ରଣାଳୟର ‘ସ୍ୱର୍ଣ୍ଣ ପ୍ରାସନ୍ନ’ ଅଭିଯାନ ସମ୍ପ୍ରସାରିତ

ଭୁବନେଶ୍ୱର: ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୧୫ଟି ସରକାରୀ ବିଦ୍ୟାଳୟର ୬୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ “ସ୍ୱର୍ଣ୍ଣ ପ୍ରାସନ୍ନ’ ଅଭିଯାନକୁ ବିସ୍ତାର କରିଛି । ରାୟଗଡ଼ା ଜିସିଡି ଜିଲ୍ଲା ଉଚ୍ଚ ଓ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ମୁଖ୍ୟ କାର୍ୟ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ଅତିରିକ୍ତ ଡିଇଓ ଭଜନ ଲାଲ ମାଝୀ, ବ୍ଲକ ଶିକ୍ଷା ଅଧିକାରୀ […]

ବେଦାନ୍ତ ଆଲୁମିନିୟମ ଓ ଆୟୁଷ ମନ୍ତ୍ରଣାଳୟର ‘ସ୍ୱର୍ଣ୍ଣ ପ୍ରାସନ୍ନ’ ଅଭିଯାନ ସମ୍ପ୍ରସାରିତ
Vedanta Aluminum and Ayush Ministrys Swarna Prasanna campaign has been

ଭୁବନେଶ୍ୱର: ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୧୫ଟି ସରକାରୀ ବିଦ୍ୟାଳୟର ୬୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ “ସ୍ୱର୍ଣ୍ଣ ପ୍ରାସନ୍ନ’ ଅଭିଯାନକୁ ବିସ୍ତାର କରିଛି । ରାୟଗଡ଼ା ଜିସିଡି ଜିଲ୍ଲା ଉଚ୍ଚ ଓ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ମୁଖ୍ୟ କାର୍ୟ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ଅତିରିକ୍ତ ଡିଇଓ ଭଜନ ଲାଲ ମାଝୀ, ବ୍ଲକ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ, ଆୟୁର୍ବେଦିକ ଡାକ୍ତର ଭିଜେପି ରାଓ, ଅଟଳ ବିହାରୀ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

ଆୟୁଷ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଏହି ପଦକ୍ଷେପ ଆରମ୍ଭ କରିବା ପରଠାରୁ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ୧୦,୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି । ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ୟ୍ୟକ୍ରମ ବର୍ତ୍ତମାନ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଚାଲିଛି ଏବଂ ଏହା କୋରାପୁଟ ଜିଲ୍ଲାରେ ବିସ୍ତାରିତ ହେବାର ଯୋଜନା ରହିଛି ।

Vedanta Image2

ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ, ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଆମେ ସମୟ ପରୀକ୍ଷିତ ପାରମ୍ପରିକ ଅଭ୍ୟାସକୁ ଉପଯୋଗ କରି ଅନୁନ୍ନତ ଅଞ୍ଚଳର ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ । କଳାହାଣ୍ଡି ଓ ରାୟଗଡ଼ାରେ ଏହି କାର୍ୟ୍ୟକ୍ରମର ସକାରାତ୍ମକ ପ୍ରଭାବ ଦେଖି ଆମେ ଉତ୍ସାହିତ । ବେଦାନ୍ତ ଆଲୁମିନିୟମର ବକ୍ସାଇଟ୍ ମାଇନ୍ସର ସିଇଓ ନୀତିନ କୁମାର ତିଓ୍‌ାରୀ କହିଛନ୍ତି ଯେ ସ୍ୱର୍ଣ୍ଣ ପ୍ରାସନ୍ନ କାର୍ୟ୍ୟକ୍ରମକୁ ସମସ୍ତେ ଉତ୍ସାହର ସହ ଗ୍ରହଣ କରିଛି, ଯାହା ଦ୍ୱାରା ୨୫ଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

Vedanta Image

ଡିଇଓ ବସନ୍ତ କୁମାର ନାୟକ କହିଲେ, ସ୍ୱର୍ଣ୍ଣ ପ୍ରାସନ୍ନ ଏକ ସମୟାନୁକ୍ରମିକ ଆୟୁର୍ବେଦିକ ଅଭ୍ୟାସ ଯାହା ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଏବଂ ଜ୍ଞାନ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ । ଦୁର୍ଗମ ଅଞ୍ଚଳରେ ବେଦାନ୍ତ ଆଲୁମିନିୟମର ଏଭଳି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ । ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧା ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରଙ୍କ ସହ ଘନିଷ୍ଠ ସହଯୋଗ କରି କମ୍ପାନୀ ସୁନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ସାମାଜିକ-ଅର୍ଥନୈତିକ ପ୍ରଗତିଦିଗରେ ଅଗ୍ରସର ହୁଏ ।