ମଦ ଦୋକାନ ଲୁହା କବାଟ ଭାଙ୍ଗି ଲୁଟ୍, ଦୋକାନରୁ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ ନେଇ ଅଭିଯୋଗ

ଗଞ୍ଜାମ : ମଦ ଦୋକାନରୁ ଚୋରି । ସିସି ଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ । ଲୁହା କବାଟ ତାଡି ଦୋକାନ ଭିତରେ ପଶି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ସ୍ଥିତ ଏକ ବିଦେଶୀ ମଦ ଦୋକାନରୁ ଲୁଟ୍  ହୋଇଛି ।  ଦୋକାନରୁ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ ହୋଇଥିବା ନେଇ ଭଂଜନଗର ଥାନାରେ ଅଭିଯୋଗ କରିଛନ୍ତି ଦୋକାନ ମାଲିକ  । ଘଟଣାର ସମସ୍ତ ଦୃଶ୍ୟକୁ ହଟେଇବା […] The post ମଦ ଦୋକାନ ଲୁହା କବାଟ ଭାଙ୍ଗି ଲୁଟ୍, ଦୋକାନରୁ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ ନେଇ ଅଭିଯୋଗ appeared first on KNews Odisha.

ମଦ ଦୋକାନ ଲୁହା କବାଟ ଭାଙ୍ଗି ଲୁଟ୍, ଦୋକାନରୁ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ ନେଇ ଅଭିଯୋଗ
lootera ganjam

ଗଞ୍ଜାମ : ମଦ ଦୋକାନରୁ ଚୋରି । ସିସି ଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ । ଲୁହା କବାଟ ତାଡି ଦୋକାନ ଭିତରେ ପଶି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ସ୍ଥିତ ଏକ ବିଦେଶୀ ମଦ ଦୋକାନରୁ ଲୁଟ୍  ହୋଇଛି ।  ଦୋକାନରୁ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ ହୋଇଥିବା ନେଇ ଭଂଜନଗର ଥାନାରେ ଅଭିଯୋଗ କରିଛନ୍ତି ଦୋକାନ ମାଲିକ  ।

ଘଟଣାର ସମସ୍ତ ଦୃଶ୍ୟକୁ ହଟେଇବା ପାଇଁ, ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିଲେ ଚୋର ।  ଅଭିଯୋଗ ପରେ ଭଞ୍ଜନଗର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେହିପରି କିଛି ମାସ ପୂର୍ବରୁ ବାଲେଶ୍ବର ଜିଲ୍ଲା ଖପରାପଦା ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିଲେ ଦୁର୍ବୃତ୍ତ । ଗ୍ୟାସ କଟରରେ ଲୁହା ଗ୍ରିଲକୁ କାଟି ବ୍ୟାଙ୍କ ଭିତରକୁ ପଶିଥିଲେ ଲୁଟେରା ।

Also read: ଲୁଗା ଦୋକାନରୁ ଚୋରି ସନ୍ଦେହରେ ଯୁବକଙ୍କୁ ମାରିଦେବା ଘଟଣା: ବାପା ଓ ପୁଅ ଗିରଫ; SI ସସ୍‌ପେଣ୍ଡ

The post ମଦ ଦୋକାନ ଲୁହା କବାଟ ଭାଙ୍ଗି ଲୁଟ୍, ଦୋକାନରୁ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ ନେଇ ଅଭିଯୋଗ appeared first on KNews Odisha.