ବେଦାନ୍ତ ପକ୍ଷରୁ ଜାତୀୟ ପୋଷଣ ମାସ
ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ପୋଷଣ ମାସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଏହା ସମ୍ପୂର୍ଣ୍ଣ ଗୋଷ୍ଠୀ କଲ୍ୟାଣ ଭିତ୍ତିକ କାର୍ଯ୍ୟକ୍ରମ ହୋଇଥିଲାବେଳେ ଶିଶୁ, କିଶୋର ଓ ମା’ ମାନଙ୍କ ପାଇଁ ସନ୍ତୁଳିତ ଖାଦ୍ୟର ମହତ୍ତ୍ୱ ଓ ପୁଷ୍ଟିକର ଖାଦ୍ୟ ନିଶ୍ଚିତ କରିବା ଲାଗି କମ୍ପାନୀ ପକ୍ଷରୁ ବ୍ୟାପକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଝାରସୁଗୁଡା ୟୁନିଟ ପକ୍ଷରୁ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମର […] The post ବେଦାନ୍ତ ପକ୍ଷରୁ ଜାତୀୟ ପୋଷଣ ମାସ appeared first on Dharitri Odia News.
ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ପୋଷଣ ମାସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଏହା ସମ୍ପୂର୍ଣ୍ଣ ଗୋଷ୍ଠୀ କଲ୍ୟାଣ ଭିତ୍ତିକ କାର୍ଯ୍ୟକ୍ରମ ହୋଇଥିଲାବେଳେ ଶିଶୁ, କିଶୋର ଓ ମା’ ମାନଙ୍କ ପାଇଁ ସନ୍ତୁଳିତ ଖାଦ୍ୟର ମହତ୍ତ୍ୱ ଓ ପୁଷ୍ଟିକର ଖାଦ୍ୟ ନିଶ୍ଚିତ କରିବା ଲାଗି କମ୍ପାନୀ ପକ୍ଷରୁ ବ୍ୟାପକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଝାରସୁଗୁଡା ୟୁନିଟ ପକ୍ଷରୁ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଅପରପକ୍ଷରେ ପ୍ରତି ବର୍ଷ ଅକ୍ଟୋବର ମାସକୁ ଭାରତ ସରକାର ପୋଷଣ ମାସ ଭାବେ ପାଳନ କରିଥାନ୍ତି। ଚଳିତ ବର୍ଷର ପୋଷଣ ଶୀର୍ଷକ ହେଉଛି ‘ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ’।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଛନ୍ତି, ଆମ ଗୋଷ୍ଠୀର କଲ୍ୟାଣ ପାଇଁ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲାବେଳେ ଆମେ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ଉତ୍ସର୍ଗୀକୃତ ରହିଛୁ।ଏପରିକି ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନ ସୃଷ୍ଟି କରିବା ଓ ସ୍ବାସ୍ଥ୍ୟକର ଅଭ୍ୟାସ ଗ୍ରହଣ ପ୍ରତି ଆବଶ୍ୟକ ପଦକ୍ଷେପ ଆମର ପ୍ରତିବଦ୍ଧତା ଓ ସଭିଙ୍କୁ ସୁସ୍ଥ ରଖିବା ପ୍ରତି ଆମର ଭବିଷ୍ୟତ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।
The post ବେଦାନ୍ତ ପକ୍ଷରୁ ଜାତୀୟ ପୋଷଣ ମାସ appeared first on Dharitri Odia News.