ବେଦାନ୍ତ ଲାଞ୍ଜିଗଡ଼ ବର୍ଦ୍ଧିତ ଶକ୍ତି ଦକ୍ଷତା ପାଇଁ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା ନିୟୋଜିତ

ଲାଞ୍ଜିଗଡ଼ ୦୬।୦୫ : ବେଦାନ୍ତ ଲିମିଟେଡ ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦକ ଏହାର ୟୁନିଟରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଛି । ଏହା ୧୨୦ଟି ଜଟିଳ ବୈଦ୍ୟୁତିକ ସମ୍ପତ୍ତିର କାର୍ଯ୍ୟଦକ୍ଷତା ମାପଦଣ୍ଡ ଉପରେ ନଜର ରଖିବାରେ ସାହାଯ୍ୟ କରିବ । ଯାହା ଦ୍ୱାରା ପ୍ଲାଣ୍ଟରେ ଶକ୍ତି ଦକ୍ଷତାର ବିକାଶ ହୋଇପାରିବ । ଏହା ଏକ ଉନ୍ନତ ଡିଜିଟାଲାଇଜେସନ ପ୍ରୟାସ ଯାହାକି ବର୍ଦ୍ଧିତ କାର୍ଯ୍ୟକ୍ଷମ ଅପ୍ଟିମାଇଜେସନ୍ ଓ ରିଫାଇନାରୀ କାର୍ଯ୍ୟର ସ୍ୱୟଂଚାଳିତ ବୃଦ୍ଧି ଘଟାଇବ ।ଜଟିଳ ପରିଚାଳନା ଗୁଡ଼ିକର ବ୍ୟବସ୍ଥିତ ମନିଟରିଂ, ବିଶ୍ଳେଷଣ ଓ ଅପ୍ଟିମାଇଜେସନ ନିଶ୍ଚିତ କରିବାକୁ ଶକ୍ତି ପରିଚାଳନା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଯାହା ସାମଗ୍ରିକ ଶକ୍ତି ଦକ୍ଷତାକୁ ଆଗେଇ ନେଇଥାଏ ଓ କେନ୍ଦ୍ରୀୟ ଡାଟାବେସର କାର୍ଯ୍ୟକୁ ସୁଗମ କରିଥାଏ । ଆଲୁମିନା ବିଶୋଧନ ପ୍ରକ୍ରିୟାରେ ଶକ୍ତିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଉନ୍ନତ, ସ୍ୱୟଂଚାଳିତ ଓ ଡାଟା ଆଧାରିତ ପ୍ରକ୍ରିୟା ଗୁଡ଼ିକର କାର୍ଯ୍ୟକାରିତା ଲାଗି ଶକ୍ତି ପରିଚାଳନା ପ୍ରଣାଳୀ ଏହାର ଦକ୍ଷତାକୁ ବଢାଇଥାଏ ଓ ଇଏସଜି ଲକ୍ଷ୍ୟ ହାସଲ ପାଇଁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ କମ୍‌ କରିଥାଏ ।ଏହି ଅବସରରେ ବେଦାନ୍ତ ଲିମିଟେଡର ଆଲୁମିନା ବିଜିନେସର ସିଇଓ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଶକ୍ତି ପରିଚାଳନା

ବେଦାନ୍ତ ଲାଞ୍ଜିଗଡ଼ ବର୍ଦ୍ଧିତ ଶକ୍ତି ଦକ୍ଷତା ପାଇଁ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା ନିୟୋଜିତ

ଲାଞ୍ଜିଗଡ଼ ୦୬।୦୫ : ବେଦାନ୍ତ ଲିମିଟେଡ ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦକ ଏହାର ୟୁନିଟରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଛି । ଏହା ୧୨୦ଟି ଜଟିଳ ବୈଦ୍ୟୁତିକ ସମ୍ପତ୍ତିର କାର୍ଯ୍ୟଦକ୍ଷତା ମାପଦଣ୍ଡ ଉପରେ ନଜର ରଖିବାରେ ସାହାଯ୍ୟ କରିବ । ଯାହା ଦ୍ୱାରା ପ୍ଲାଣ୍ଟରେ ଶକ୍ତି ଦକ୍ଷତାର ବିକାଶ ହୋଇପାରିବ । ଏହା ଏକ ଉନ୍ନତ ଡିଜିଟାଲାଇଜେସନ ପ୍ରୟାସ ଯାହାକି ବର୍ଦ୍ଧିତ କାର୍ଯ୍ୟକ୍ଷମ ଅପ୍ଟିମାଇଜେସନ୍ ଓ ରିଫାଇନାରୀ କାର୍ଯ୍ୟର ସ୍ୱୟଂଚାଳିତ ବୃଦ୍ଧି ଘଟାଇବ ।

ଜଟିଳ ପରିଚାଳନା ଗୁଡ଼ିକର ବ୍ୟବସ୍ଥିତ ମନିଟରିଂ, ବିଶ୍ଳେଷଣ ଓ ଅପ୍ଟିମାଇଜେସନ ନିଶ୍ଚିତ କରିବାକୁ ଶକ୍ତି ପରିଚାଳନା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଯାହା ସାମଗ୍ରିକ ଶକ୍ତି ଦକ୍ଷତାକୁ ଆଗେଇ ନେଇଥାଏ ଓ କେନ୍ଦ୍ରୀୟ ଡାଟାବେସର କାର୍ଯ୍ୟକୁ ସୁଗମ କରିଥାଏ । ଆଲୁମିନା ବିଶୋଧନ ପ୍ରକ୍ରିୟାରେ ଶକ୍ତିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଉନ୍ନତ, ସ୍ୱୟଂଚାଳିତ ଓ ଡାଟା ଆଧାରିତ ପ୍ରକ୍ରିୟା ଗୁଡ଼ିକର କାର୍ଯ୍ୟକାରିତା ଲାଗି ଶକ୍ତି ପରିଚାଳନା ପ୍ରଣାଳୀ ଏହାର ଦକ୍ଷତାକୁ ବଢାଇଥାଏ ଓ ଇଏସଜି ଲକ୍ଷ୍ୟ ହାସଲ ପାଇଁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ କମ୍‌ କରିଥାଏ ।

ଏହି ଅବସରରେ ବେଦାନ୍ତ ଲିମିଟେଡର ଆଲୁମିନା ବିଜିନେସର ସିଇଓ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଶକ୍ତି ପରିଚାଳନା ପ୍ରଣାଳୀ ପରି ପଦକ୍ଷେପ ମାଧ୍ୟମରେ ଆମେ ଶକ୍ତି ଦକ୍ଷତା ବୃଦ୍ଧି ଦିଗରେ ଆଗେଇବା ପାଇଁ ପ୍ରତିଶୃତିବଦ୍ଧ। ଯେକୌଣସି ଶିଳ୍ପ ପାଇଁ ଶକ୍ତି ଦକ୍ଷତା ପ୍ରୟୋଜନ, ଆମେ କାର୍ବନ ପଦଚିହ୍ନକୁ ହ୍ରାସ କରିବା ଲାଗି ସ୍ୱଚ୍ଛ ଓ ଅଧିକ ସ୍ଥାୟୀ ଶକ୍ତି ପ୍ରଣାଳୀକୁ ଏକତ୍ର କରୁଛୁ ଯାହା ଦ୍ୱାରା ସମସ୍ତଙ୍କ ଲାଗି ଏକ ସମୃଦ୍ଧ ଓ ସ୍ଥାୟୀ ଭବିଷ୍ୟତ ଗଠନ ହୋଇପାରିବ ।

ବେଦାନ୍ତର ଆଲୁମିନା ବିଶୋଧନାଗାର ଏହାର ଶକ୍ତି ଦକ୍ଷତା ପଦକ୍ଷେପ ପାଇଁ ଅନେକ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ସର୍କଲ ତଥା ଭାରତ ସରକାରଙ୍କ ବ୍ୟୁରୋ ଅଫ ଏନର୍ଜି (ଏଫସିସି) ଅଧିନରେ ଶକ୍ତି ହାସଲ କରୁଛି ଓ ଶକ୍ତି ଦକ୍ଷତା ପ୍ରଦର୍ଶନ ଉପରେ ପୁରସ୍କାର ଲାଭ କରିଛି ।

ବେଦାନ୍ତ ଆଲୁମିନିୟମ ୨୦୫୦ ସୁଦ୍ଧା ନେଟ ଜିରୋ ହାସଲ କରିବାକୁ ପ୍ରତିଶୃତି ଦେଇଛି ଓ କାର୍ବନ ଫୁଟ ପ୍ରିଂଟକୁ ହ୍ରାସ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛି । ଏହାର କାର୍ଯ୍ୟକଳାପ ମାଧ୍ୟମରେ କମ୍ପାନି ଏକ ସବୁଜ ଭବିଷ୍ୟତ ନିଶ୍ଚିତ କରିବାକୁ ଦୁଇଗୁଣା ରଣନୀତି ଆପଣାଇଛି ଓ ଏହି ଯାତ୍ରା କମ୍ପାନି ଲାଗି ହାସଲ ହୋଇଥିବା ପ୍ରମୁଖ ମାଇଲ ଖୁଣ୍ଟ ଯାହା-

- ଉତ୍ପାଦନକୁ ୧୬% ବୃଦ୍ଧି କରୁଥିବା ବେଳେ ଆର୍ଥିକ ବର୍ଷ ୨୩ର ବେସଲାଇନ ଉପରେ ଏସଏଚଜି ନିର୍ଗମନ ତୀବ୍ରତାକୁ ୮% ହ୍ରାସ କରିଛି ।

 - ଆର୍ଥିକ ବର୍ଷ ୨୪ରେ ଏହାର କାର୍ଯ୍ୟରେ ୧୫ ବିଲିୟନ ଲିଟରୁ ଅଧିକ ଜଳ ପୁନଃବ୍ୟବହାର କରିଛି ।

 - ମଧୁର ଜଳ ଉତ୍ସରୁ ଜଳ ପ୍ରତ୍ୟାହାରରେ ଏକ ଉଲ୍ଲେଖନୀୟ ଭୂମିକା ୧୧% ହ୍ରାସ କରିଛି

- ୧.୫ ମିଲିୟମ କ୍ୟୁବିକ ମିଟର ମଧୁର ଜଳ ସଂଚୟ

- ଆର୍ଥିକ ବର୍ଷ ୨୩ରେ ବର୍ଜ୍ୟବସ୍ତୁ ବ୍ୟବହାରକୁ ୨୦୦%କୁ ଦ୍ୱିଗୁଣିତ କରିଛି

-୬୦ରୁ ଅଧିକ ଗ୍ରାମାଞ୍ଚଳରେ ଜଳ ସଂସ୍ଥାର ପୁନରୁଦ୍ଧାର ପ୍ରକଳ୍ପରେ ସହଯୋଗ କରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟରଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧାଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।