ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର

ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଓ୍ୱାଇନାଡ ସାଂସଦଙ୍କ ଉପରେ ବର୍ଷିଛନ୍ତି ସୋନା ମହାପାତ୍ର।

ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର

ବଚ୍ଚନ ପରିବାର ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିବା ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମହଙ୍ଗା ପଡିଛି। ରାହୁଲଙ୍କ ଉପରେ ବର୍ଷିଲେ ବଲିଉଡର ଜଣାଶୁଣା ସିଙ୍ଗର ସୋନା ମହାପାତ୍ର। କଡା ଭାଷାରେ ତାଙ୍କୁ କରିଛନ୍ତି ଟାର୍ଗେଟ୍‌।

ପ୍ରକୃତରେ ଜାନୁଆରୀ ୨୨ ତାରିଖ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଥିଲେ। ମୋଦିଙ୍କ ସମେତ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ସେ ଇଙ୍ଗିତ କରି କହିଥିଲେ। ତେବେ ସେ ନିଜ ଭାଷଣରେ ଥରେ ନୁହେଁ ଅନେକ ଥର ଐଶ୍ୱର୍ଯ୍ୟା ନାଁ ଉଲ୍ଲେଖ କରିଥିଲେ। ଏହାକୁ ନେଇ ଐଶ୍ୱର୍ଯ୍ୟାଙ୍କ ସମର୍ଥନରେ ବାହାରି ରାହୁଲ ଗାନ୍ଧିଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ସିଙ୍ଗର ସୋନା ମହାପାତ୍ରା।

ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଓ୍ୱାଇନାଡ ସାଂସଦଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, 'କିଛି ରାଜନେତା ରାଜନୀତିରେ ଲାଭ ପାଇବା ପାଇଁ ନିଜ ଭାଷଣ ମାଧ୍ୟମରେ ମହିଳାମାନଙ୍କୁ ଅପମାନିତ କରନ୍ତି? ପ୍ରିୟ ରାହୁଲ ଗାନ୍ଧି ନିଶ୍ଚିତ ରୂପେ କେହି ଆପଣଙ୍କ ମା'(ସୋନିଆ ଗାନ୍ଧି), ଭଉଣି (ପ୍ରିୟଙ୍କା ଗାନ୍ଧି)ଙ୍କୁ ଏଭଳି ଅପମାନିତ କରିଥିବ। ଆପଣ ନିଶ୍ଚିତ ରୂପେ ଏହାକୁ ଭଲଭାବେ ହୃଦୟଙ୍ଗମ କରିଛନ୍ତି। ଐଶ୍ୱର୍ଯ୍ୟା ରାୟ ଭଲ ଡ୍ୟାନ୍ସ କରନ୍ତି।'