'ବିଜେଡିରେ 10 ହଜାର ଅଯୋଗ୍ୟ ପ୍ରାର୍ଥୀ'
ପ୍ରଥମ ଦଫାରେ ଘୋଷଣା ହୋଇଥିବା 72 ବିଧାନସଭା ସିଟ ମଧ୍ୟରୁ 6 ଜଣଙ୍କୁ ବାଦ ଦେଲେ ବାକି ସମସ୍ତେ ହେଉଛନ୍ତି ପୁରୁଣା ଚେହେରା।
10 ହଜାର ଆଶାୟୀ ବୋଲି ଦମ୍ଭ ଦେଖାଉଥିଲା ଦଳ। ହେଲେ ଟିକଟ ଘୋଷଣା ବେଳେ ସେହି ପୁରୁଣା ମୁହଁକୁ ମିଳିଲା ଗୁରୁତ୍ୱ। ପ୍ରଥମ ଦଫାରେ ଘୋଷଣା ହୋଇଥିବା 72 ବିଧାନସଭା ସିଟ ମଧ୍ୟରୁ 6 ଜଣଙ୍କୁ ବାଦ ଦେଲେ ବାକି ସମସ୍ତେ ହେଉଛନ୍ତି ପୁରୁଣା ଚେହେରା। ଏହି 6 ଜଣଙ୍କ ମଧ୍ୟରୁ ତିନି ଜଣ ହେଉଛନ୍ତି ସମାନ ପରିବାରର। ତେବେ କାହିଁକି ରିସ୍କ ନେଲା ନାହିଁ ଦଳ ? କାହାକୁ ରହିଲା ଭୟ ? ବାକି ଆଶାୟୀ ଓ ବିଦ୍ରୋହୀଙ୍କୁ କିପରି ମ୍ୟାନେଜ କରିବ ଦଳ ? ଦେଖନ୍ତୁ ଏ ପ୍ରସଙ୍ଗରେ ଆଲୋଚନା ମନ୍ଥନ କାର୍ଯ୍ୟକ୍ରମରେ।