କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଗଲେ ସୁପ୍ରିୟା

ନୂଆଦିଲ୍ଲୀ,୨୬।୩: ୨୦୨୪ ଲୋକ ସଭା ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏବେ ଫସି ଯାଇଛନ୍ତି। ସର୍ବଦଳୀୟ ସମାଲୋଚନା ପରେ ସେ ଆପତ୍ତିଜନକ ପୋଷ୍ଟକୁ ଡିଲିଟ କରିଥାଇ ପାରନ୍ତି, କିନ୍ତୁ ବର୍ତ୍ତମାନ ମହିଳା ଆୟୋଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନ୍ୟାସନାଲ କମିଶନ ଫର ଓମେନ (ଏନସିଡବ୍ଲ୍ୟୁ) ସୁପ୍ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ ଆୟୋଗଙ୍କୁ ଚିଠି […] The post କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଗଲେ ସୁପ୍ରିୟା appeared first on Dharitri Odia News.

କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଗଲେ ସୁପ୍ରିୟା

ନୂଆଦିଲ୍ଲୀ,୨୬।୩: ୨୦୨୪ ଲୋକ ସଭା ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏବେ ଫସି ଯାଇଛନ୍ତି। ସର୍ବଦଳୀୟ ସମାଲୋଚନା ପରେ ସେ ଆପତ୍ତିଜନକ ପୋଷ୍ଟକୁ ଡିଲିଟ କରିଥାଇ ପାରନ୍ତି, କିନ୍ତୁ ବର୍ତ୍ତମାନ ମହିଳା ଆୟୋଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ନ୍ୟାସନାଲ କମିଶନ ଫର ଓମେନ (ଏନସିଡବ୍ଲ୍ୟୁ) ସୁପ୍ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି। ଏନସିଡବ୍ଲ୍ୟୁ ଏହାର ଦାବି ଉପରେ ଲେଖିଛି, ଆସନ୍ତୁ ସମସ୍ତ ମହିଳାଙ୍କ ପ୍ରତି ସମ୍ମାନ ଏବଂ ମର୍ଯ୍ୟାଦା ବଜାୟ ରଖିବା।

ସୂଚନାଯୋଗ୍ୟ, କଂଗ୍ରେସର ସୋସିଆଲ ମିଡିଆ ତଥା ଡିଜିଟାଲ ପ୍ଲାଟଫର୍ମର ଅଧ୍ୟକ୍ଷ ସୁପ୍ରିୟା ଶ୍ରୀନେତ ସୋମବାର (୨୫ ମାର୍ଚ୍ଚ) ଭାରତୀୟ ଜନତା ପାର୍ଟି (ଭାଜପା) ର ଟାର୍ଗେଟରେ ଆସିଥିଲେ ଯେତେବେଳେ ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ହୋଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପ୍ରାର୍ଥୀ କରାଯାଇଥିଲା। ଅଭିନେତ୍ରୀଙ୍କର ଏକ ଅଶ୍ଳୀଳ ଫଟୋ ପୋଷ୍ଟ କରାଯାଇ ଏକ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିଲା। ଦେଖଉ ଦେଖୁ ଏହି ପୋଷ୍ଟ ଭାଇରାଲ ହୋଇଯାଇଥିଲା ଏବଂ ସୋସିଆଲ ମିଡିଆରେ ଲୋକମାନେ ସୁପ୍ରିୟା ଶ୍ରୀନେତ ଏବଂ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ଟ୍ରୋଲିଂର କିିଛି ସମୟ ପରେ କଂଗ୍ରେସ ନେତାଙ୍କ ଆକାଉଣ୍ଟରୁ ଏହାକୁ ହଟାଯାଇଥିଲା।
ଏହି ପ୍ରସଙ୍ଗରେ ତାଙ୍କ ସ୍ପଷ୍ଟୀକରଣ ଦେଇ ସୁପ୍ରିୟା ଶ୍ରୀନେତ କହିଛନ୍ତି – ମୋର ମେଟା ଆକାଉଣ୍ଟ (ଫେସବୁକ ଏବଂ ଇନଷ୍ଟାଗ୍ରାମ) କୁ ଅନ୍ୟ କେହି ଆକ୍ସେସ କରିଛନ୍ତି, ଯାହା ପରେ ଏକ ଅତି ଲଜ୍ଜାଜନକ ଏବଂ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା। ତେବେ ସେହି ପୋଷ୍ଟକୁ ହଟାଇ ଦିଆଯାଇଛି। ଯେଉଁମାନେ ମୋତେ ବ୍ୟକ୍ତିଗତ ଭାବରେ ଜାଣନ୍ତି ସେମାନେ ବୁଝନ୍ତି ଯେ ମୁଁ କୌଣସି ମହିଳାଙ୍କ ବିଷୟରେ ଏପରି କଥା କହି ପାରିବି ନାହିଁ।

The post କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଗଲେ ସୁପ୍ରିୟା appeared first on Dharitri Odia News.