ପିଏମ ସୂର୍ଯ୍ୟଘର ଯୋଜନା ନେଇ ବଡ଼ ଘୋଷଣା, ମିଳିବ ଏତେ ହଜାର ଟଙ୍କା ସହାୟତା
ଭୁବନେଶ୍ୱର,୨୪।୭: ପିଏମ ସୂର୍ଯ୍ୟଘର ଯୋଜନାନେଇ ରାଜ୍ୟ ସରକାର ବଡ଼ ସୂଚନା ଦେଇଛନ୍ତି। ଏଥିପାଇଁ ୭୮ ହଜାର ଟଙ୍କାର ସହାୟତା ମିଳିବ ବୋଲି ଘୋଷଣା ହୋଇଛି। ବିଜେଡି ନେତା ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ କେଭି ସିଂଦେଓ ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ପିଏମ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତି ଦ୍ବାରା ବିଜୁଳି ମିଳିବ। ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ସହାୟତା ମିଳିବ। ସୋଲାର ପ୍ଲାଣ୍ଟ ପାଇଁ ୭୮ ହଜାର ଟଙ୍କାର କେନ୍ଦ୍ରୀୟ […] The post ପିଏମ ସୂର୍ଯ୍ୟଘର ଯୋଜନା ନେଇ ବଡ଼ ଘୋଷଣା, ମିଳିବ ଏତେ ହଜାର ଟଙ୍କା ସହାୟତା appeared first on Dharitri Odia News.
ଭୁବନେଶ୍ୱର,୨୪।୭: ପିଏମ ସୂର୍ଯ୍ୟଘର ଯୋଜନାନେଇ ରାଜ୍ୟ ସରକାର ବଡ଼ ସୂଚନା ଦେଇଛନ୍ତି। ଏଥିପାଇଁ ୭୮ ହଜାର ଟଙ୍କାର ସହାୟତା ମିଳିବ ବୋଲି ଘୋଷଣା ହୋଇଛି। ବିଜେଡି ନେତା ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ କେଭି ସିଂଦେଓ ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି।
ମନ୍ତ୍ରୀ କହିଛନ୍ତି, ପିଏମ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତି ଦ୍ବାରା ବିଜୁଳି ମିଳିବ। ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ସହାୟତା ମିଳିବ। ସୋଲାର ପ୍ଲାଣ୍ଟ ପାଇଁ ୭୮ ହଜାର ଟଙ୍କାର କେନ୍ଦ୍ରୀୟ ସହାୟତା ବ୍ୟବସ୍ଥା ରହିଛି। ଏଥିରେ ଉପଭୋକ୍ତା ମାସିକ ୩ଶହ ୟୁନିଟ ବିଦ୍ୟୁତ ଉପଯୋଗ କରିପାରିବେ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି।
The post ପିଏମ ସୂର୍ଯ୍ୟଘର ଯୋଜନା ନେଇ ବଡ଼ ଘୋଷଣା, ମିଳିବ ଏତେ ହଜାର ଟଙ୍କା ସହାୟତା appeared first on Dharitri Odia News.