ମହାପ୍ରଭୁଙ୍କୁ ଲାଗିହେଲା ଓଷୁଅ, ସୁସ୍ଥ ଅନୁଭବ କରିବେ… 

ପୁରୀ,୨୮ା୬(ଅଜିତ୍‌ କୁମାର ମହାନ୍ତି)-ଦାରୁବିଗ୍ରହ ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ଗତ ୬ଦିନ ହେଲା ଅଣସର ପିଣ୍ଡିରେ ବିଶ୍ରାମ କରୁଥିବାବେଳେ ଦଇତାପତି ସେବକମାନେ ତାଙ୍କର ଗୁପ୍ତ ସେବା କରୁଛନ୍ତି। ଅନବସରର ଷଷ୍ଠ ଦିବସରେ ଶୁକ୍ରବାର ଶ୍ରୀବିଗ୍ରହମାନଙ୍କୁ ଓଷ ବା ଓଷୁଅ ଲାଗି କରାଯାଇଛି। ପରମ୍ପରା ଅନୁଯାୟୀ, ଅନବସରର ପଞ୍ଚମ ଦିନରେ ଗୁରୁବାର ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯାଇଥିଲା। ପୁରୀର ବଡ଼ଓଡ଼ିଆ ମଠ ପକ୍ଷରୁ ଆସିଥିବା ଫୁଲୁରି ତେଲକୁ ପତିମହାପାତ୍ର ସଂସ୍କାର […] The post ମହାପ୍ରଭୁଙ୍କୁ ଲାଗିହେଲା ଓଷୁଅ, ସୁସ୍ଥ ଅନୁଭବ କରିବେ…  appeared first on Dharitri Odia News.

ମହାପ୍ରଭୁଙ୍କୁ ଲାଗିହେଲା ଓଷୁଅ, ସୁସ୍ଥ ଅନୁଭବ କରିବେ… 
ପୁରୀ,୨୮ା୬(ଅଜିତ୍‌ କୁମାର ମହାନ୍ତି)-ଦାରୁବିଗ୍ରହ ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ଗତ ୬ଦିନ ହେଲା ଅଣସର ପିଣ୍ଡିରେ ବିଶ୍ରାମ କରୁଥିବାବେଳେ ଦଇତାପତି ସେବକମାନେ ତାଙ୍କର ଗୁପ୍ତ ସେବା କରୁଛନ୍ତି। ଅନବସରର ଷଷ୍ଠ ଦିବସରେ ଶୁକ୍ରବାର ଶ୍ରୀବିଗ୍ରହମାନଙ୍କୁ ଓଷ ବା ଓଷୁଅ ଲାଗି କରାଯାଇଛି।
ପରମ୍ପରା ଅନୁଯାୟୀ, ଅନବସରର ପଞ୍ଚମ ଦିନରେ ଗୁରୁବାର ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯାଇଥିଲା। ପୁରୀର ବଡ଼ଓଡ଼ିଆ ମଠ ପକ୍ଷରୁ ଆସିଥିବା ଫୁଲୁରି ତେଲକୁ ପତିମହାପାତ୍ର ସଂସ୍କାର କରିବା ପରେ ଦଇତାପତି ସେବକମାନେ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଲାଗି କରିଥିଲେ। ସେହିପରି ଅନବସରର ଷଷ୍ଠ ଦିବସରେ ଶୁକ୍ରବାର ଶୁଦ୍ଧସୁଆର ସେବକମାନେ ପ୍ରସ୍ତୁତ କରିଥିବା ଓଷୁଅକୁ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଏହି ଓଷୁଅ ଲାଗି ନୀତି ସମ୍ପନ୍ନ କରାଯାଇଛି। ଓଷୁଅ ଲାଗି ଦ୍ୱାରା ମହାପ୍ରଭୁ ସୁସ୍ଥତା ଅନୁଭବ କରନ୍ତି ବୋଲି ବିଶ୍ୱାସ ରହିଛି। କୃଷ୍ଣପକ୍ଷ ଷଷ୍ଠୀଠାରୁ ନବମୀ ତିଥି ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କୁ ଓଷୁଅ ଲାଗି କରାଯାଇଥାଏ।

The post ମହାପ୍ରଭୁଙ୍କୁ ଲାଗିହେଲା ଓଷୁଅ, ସୁସ୍ଥ ଅନୁଭବ କରିବେ…  appeared first on Dharitri Odia News.