ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏଚଆଇଏଲ ୨୦୨୪ ରେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର,୧୩।୧୧: ସାତ ବର୍ଷର ବ୍ୟବଧାନ ପରେ ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ ଶୁଭାରମ୍ଭ ଅବଶରରେ ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏକ ଶକ୍ତିଶାଳୀ ଲାଇନ୍ଅପ୍ ତଥା ସୁସଜ୍ଜିତ ଖେଳ କୌଶଳ ସହିତ ନିଜର ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଅନ୍ତର୍ଜାତୀୟ ତାରକା ତଥା ଉଦୀୟମାନ ସ୍ଥାନୀୟ ପ୍ରତିଭା ମାନଙ୍କୁ ସୁରକ୍ଷିତ କରିବା ସହିତ ପ୍ଲେୟାର ନିଲାମରେ ପ୍ରାଧାନ୍ୟ ବିସ୍ତାର କରିବା ପରେ ଦଳ ବର୍ତମାନ କାର୍ଯ୍ୟସୂଚୀ ଘୋଷଣା ଅବଶରରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛି। […] The post ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏଚଆଇଏଲ ୨୦୨୪ ରେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ପ୍ରସ୍ତୁତ appeared first on Dharitri Odia News.

ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏଚଆଇଏଲ ୨୦୨୪ ରେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର,୧୩।୧୧: ସାତ ବର୍ଷର ବ୍ୟବଧାନ ପରେ ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ ଶୁଭାରମ୍ଭ ଅବଶରରେ ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏକ ଶକ୍ତିଶାଳୀ ଲାଇନ୍ଅପ୍ ତଥା ସୁସଜ୍ଜିତ ଖେଳ କୌଶଳ ସହିତ ନିଜର ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଅନ୍ତର୍ଜାତୀୟ ତାରକା ତଥା ଉଦୀୟମାନ ସ୍ଥାନୀୟ ପ୍ରତିଭା ମାନଙ୍କୁ ସୁରକ୍ଷିତ କରିବା ସହିତ ପ୍ଲେୟାର ନିଲାମରେ ପ୍ରାଧାନ୍ୟ ବିସ୍ତାର କରିବା ପରେ ଦଳ ବର୍ତମାନ କାର୍ଯ୍ୟସୂଚୀ ଘୋଷଣା ଅବଶରରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛି।

୨୮ ଡିସେମ୍ବର ୨୦୨୪ ରୁ ୧ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଲିଗ୍, ରାଉରକେଲା ଏବଂ ରାଞ୍ଚିରେ ବିଶ୍ୱସ୍ତରିୟ ସ୍ଥାନଗୁଡିକରେ ଏଚଆଇଏଲ ଚାମ୍ପିଅନସିପ୍ ଟାଇଟଲ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆଠଟି ଭୟଙ୍କର ଦଳକୁ ଏକତ୍ରିତ କରିବ। କଳିଙ୍ଗ ଲାନ୍ସର୍ସ ଡିସେମ୍ବର ୩୦, ୨୦୨୪ ରେ ରାଉରକେଲାରେ ୟୁପି ରୁଦ୍ର ବିରୁଦ୍ଧରେ ନିଜର ଅଭିଯାନ ଆରମ୍ଭ କରିବ । ତାମିଲନାଡୁ ଡ୍ରାଗନ୍ସ, ଶ୍ରାଚି ରାହ ବେଙ୍ଗଲ ଟାଇଗର୍ସ ଏବଂ ଦିଲ୍ଲୀ ଏସ.ଜି ପାଇପର୍ସ ଭଳି ଭୟଙ୍କର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିପକ୍ଷରେ ମ୍ୟାଚ୍ ଗୁଡ଼ିକ ସହିତ ଦଳ ଆଗରେ ଏକ ଚ୍ୟାଲେଞ୍ଜିଂ ତଥା ଏକ ପ୍ରତିଜ୍ଞାକାରୀ ରାସ୍ତା ରହିଛି । ଏହି ଦଳରେ କୃଷ୍ଣ ବି ପାଠକ୍, ଆରାନ୍ ଜାଲୁଭସ୍କି ଏବଂ ଆଲେକ୍ସଜାଣ୍ଡାର୍ ହେଣ୍ଡ୍ରିକ୍ସ, ରୋଜାନ୍ କୁଜୁର ଏବଂ ମୁକେଶ ଟପ୍ପୋଙ୍କ ଭଳି ଭାରତୀୟ ପ୍ରତିଭା ବୃଦ୍ଧି ପାଇଥିବା ଏହି ଦଳ ଟୁର୍ଣ୍ଣାମେଂଟରେ ଏକ ଚମକôାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

କାର୍ଯ୍ୟସୂଚୀ ଚୂଡ଼ାନ୍ତକରଣ ସମ୍ପର୍କରେ ସୂଚନା ଦେଇ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ଏହା କେବଳ କଳିଙ୍ଗ ଲାନ୍ସର୍ସର ପାଇଁ ନୁହେଁ ବରଂ ଓଡିଶା ଏବଂ ଭାରତର ହକି ପାଇଁ ଏକ ପ୍ରମୁଖ ମୁହୂର୍ତ । ଆମେ ଉତ୍ସାହୀ ପ୍ରଶଂସକଙ୍କ ସାମ୍ନାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଉତ୍ସାହିତ, ବିଶେଷତ ରାଉରକେଲାରେ ଥିବା ଆମର ହୋମଗ୍ରାଉଣ୍ଡରେ ଆମର ମିଶନ ହେଉଛି ଏହି ଅଂଚଳରେ ହକି ପାଇଁ ଉତ୍ସାହକୁ ଫେରାଇ ଆଣିବା । ପ୍ରତ୍ୟେକ ମ୍ୟାଚରେ ବିଜୟ ପାଇଁ ଚେଷ୍ଟା କରିବୁ ।

ଅଭିଜ୍ଞ ସହାୟକ କର୍ମଚାରୀଙ୍କ ମାର୍ଗଦର୍ଶନରେ, କଳିଙ୍ଗ ଲାନ୍ସର୍ସ ଶୃଙ୍ଖଳା ସହିତ ଦ୍ରୁତ ଗତିଶୀଳ ଖେଳ ଉପରେ ଧ୍ୟାନ ଦେବ । ଦଳ ଏକତା, ପ୍ରତିରକ୍ଷା ଏବଂ ସ୍କୋରର ସୁଯୋଗକୁ ବଢାଇବା ଉପରେ ଗୁରୁତ୍ୱ ଦେଇ ଉଭୟ ପଡ଼ିଆରେ ଏବଂ ବାହାରେ ତୀବ୍ର ପ୍ରସ୍ତୁତି କରୁଛି।

କଳିଙ୍ଗ ଲାନ୍ସର୍ସର ଷ୍ଟ୍ରାଟେଜୀ ନିଦେ୍ର୍ଦଶକ ଡେଭିଡ ଜନ୍ ଆହୁରି ମଧ୍ୟ କହିଛନ୍ତି, “ଆମ ଦଳର ଗଭୀରତା ଏବଂ ଶକ୍ତି ପ୍ରଦର୍ଶନ କରିବାକୁ କାର୍ଯ୍ୟସୂଚୀ ଆମକୁ ପର୍ଯ୍ୟାପ୍ତ ସୁଯୋଗ ଦେଇଛି । ଆମେ ପ୍ରତ୍ୟେକ ମ୍ୟାଚକୁ ଆତ୍ମବିଶ୍ୱାସର ସହ ସୁନିଶ୍ଚିତ କରିବା ପାଇଁ କଠୋର ତାଲିମ ଏବଂ ଦଳ ଗଠନ ପଦକ୍ଷେପ ଗ୍ରହଣ କରିଛୁ ।

କଳିଙ୍ଗ ଲାନ୍ସର୍ସ ସହିତ ବେଦାନ୍ତର ଯୋଗଦାନ ହେଉଛି ଓଡ଼ିଶାରେ ଯୁବ ବିକାଶ, ସମ୍ପ୍ରଦାୟର ଯୋଗଦାନ ଏବଂ କ୍ରୀଡା ଭିତିଭୂମି ପ୍ରତିପାଦନ କରିବା ପାଇଁ ଏହାର ବ୍ୟାପକ ପ୍ରତିବଦ୍ଧତାର ଏକ ଅଂଶ । ହକି ବ୍ୟତୀତ ବେଦାନ୍ତର ବିଭିନ୍ନ କ୍ରୀଡ଼ାରେ ତୃଣମୂଳ ସ୍ତରର ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ସହିତ ରାଜ୍ୟର ସମୃଦ୍ଧ କ୍ରୀଡା ସଂସ୍କୃତିରେ ଅବଦାନ ରହିଛି ।

ଏଚଆଇଏଲ ସିଜିନ ଯେତିକି ପାଖେଇ ଆସୁଛି ପ୍ରଶଂସକମାନେ ରୋମାଞ୍ଚକର ମ୍ୟାଚ୍ ଏବଂ ଓଡିଶାରେ ହକିର ନବୀକରଣକୁ ଅପେକ୍ଷା କରିଛନ୍ତି । ବେଦାନ୍ତର କଳିଙ୍ଗ ଲାନ୍ସର୍ସର ନେତୃତ୍ୱ ନେଇ ଏକ ଉତ୍ସାହଜନକ ପ୍ରତିଯୋଗିତା ପାଇଁ ମଞ୍ଚ ସ୍ଥିର ହୋଇଛି ।

କଳିଙ୍ଗ ଲାନ୍ସର୍ସର ମ୍ୟାଚ୍ କାର୍ଯ୍ୟସୂଚୀ:

୧ । ୩୦-ଡିସେମ୍ବର -୨୪: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ୟୁପି ରୁଦ୍ରସ – ରାଉରକେଲା ।
୨ । ୦୩-ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ତାମିଲନାଡୁ ଡ୍ରାଗନ୍ସ – ରାଉରକେଲା ।
୩ । ୦୫-ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ସୋର୍ମା ହକି କ୍ଲବ୍ – ରାଉରକେଲା ।
୪ । ୦୬- ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ଶ୍ରାଚି ରାହ ବଙ୍ଗଳା ଟାଇଗର – ରାଉରକେଲା ।
୫ । ୦୯-ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ଗୋନାସିକା – ରାଉରକେଲା ।
୬ । ୧୨-ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ହାଇଦ୍ରାବାଦ ତୁଫାନ୍ସ – ରାଉରକେଲା ।
୭ । ୧୬- ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ଦିଲ୍ଲୀ ଏସଜି ପାଇପର୍ – ରାଉରକେଲା ।
୮ । ୧୯-ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ଦିଲ୍ଲୀ ଏସଜି ପାଇପର୍ – ରାଉରକେଲା ।
୯ । ୨୪- ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ଶ୍ରାଚି ରାହ ବଙ୍ଗଳା ଟାଇଗର – ରାଞ୍ଚି ।
୧୦ । ୨୭- ଜାନୁଆରୀ -୨୫: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବନାମ ସୋର୍ମା ହକି କ୍ଲବ୍ – ରାଉରକେଲା ।

The post ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏଚଆଇଏଲ ୨୦୨୪ ରେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ପ୍ରସ୍ତୁତ appeared first on Dharitri Odia News.