ଶେଷରେ ହାର୍ ମାନିଲେ ଟ୍ରୁଡୋ: ମୋଦିଙ୍କ ବିରୋଧରେ….
ଓଟଓ୍ବା,୨୧।୧୧:କାନାଡା ସରକାର ପୁଣି ଥରେ ଭାରତ ଆଗରେ ହାର୍ ମାନିଛି। ପ୍ରକାଶ ପାଇଛନ୍ତି। ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ମାମଲାରେ କାନାଡା ଲଜ୍ଜାର ସମ୍ମୁଖୀନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ସହ କୌଣସି ପ୍ରମାଣ ନାହିଁ ବୋଲି ଟ୍ରୁଡୋ ଶେରେ ସ୍ବୀକାର କରିଛନ୍ତି॥ ଏଥିସହ ଟ୍ରୁଡୋ ସରକାର କହିଛନ୍ତି, ଏପର୍ଯ୍ୟନ୍ତ ଏହାର କୌଣସି ସୂଚନା ନାହିଁ। ହରଦୀପ ସିଂ […] The post ଶେଷରେ ହାର୍ ମାନିଲେ ଟ୍ରୁଡୋ: ମୋଦିଙ୍କ ବିରୋଧରେ…. appeared first on Dharitri Odia News.
ଓଟଓ୍ବା,୨୧।୧୧:କାନାଡା ସରକାର ପୁଣି ଥରେ ଭାରତ ଆଗରେ ହାର୍ ମାନିଛି। ପ୍ରକାଶ ପାଇଛନ୍ତି। ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ମାମଲାରେ କାନାଡା ଲଜ୍ଜାର ସମ୍ମୁଖୀନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ସହ କୌଣସି ପ୍ରମାଣ ନାହିଁ ବୋଲି ଟ୍ରୁଡୋ ଶେରେ ସ୍ବୀକାର କରିଛନ୍ତି॥ ଏଥିସହ ଟ୍ରୁଡୋ ସରକାର କହିଛନ୍ତି, ଏପର୍ଯ୍ୟନ୍ତ ଏହାର କୌଣସି ସୂଚନା ନାହିଁ।
ହରଦୀପ ସିଂ ନିଜ୍ଜର ଜଣେ ଖଲିସ୍ତାନୀ ସମର୍ଥକ ଥିଲେ ଏବଂ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଜୁନ ୨୦୨୩ରେ କାନାଡାର ବ୍ରିଟିଶ କଲମ୍ବିଆରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ପ୍ରସଙ୍ଗରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ୍ଜାର ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି। ଏହି ବିବୃତ୍ତି ଭାରତ-କାନାଡା ସମ୍ପର୍କର ତିକ୍ତତାକୁ ବଢାଇ ଦେଇଛି।
କାନାଡା ଦ୍ୱାରା ନିଜ୍ଜାର ହତ୍ୟା ଅଭିଯୋଗକୁ ଭାରତ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲା। ଭାରତ କହିଛି ଯେ, କାନାଡା ନିଜ ଦେଶରେ ଖଲିସ୍ତାନୀ କାର୍ଯ୍ୟକଳାପକୁ ରୋକିବାରେ ବିଫଳ ହୋଇଛି।
The post ଶେଷରେ ହାର୍ ମାନିଲେ ଟ୍ରୁଡୋ: ମୋଦିଙ୍କ ବିରୋଧରେ…. appeared first on Dharitri Odia News.