ବେପରୁଆଙ୍କୁ IEMS ଛାଟ; ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବ AI

ସ୍ପିଡ଼ ଡ୍ରାଇଭ, ରଙ୍ଗ ରୁଟ ଡ୍ରାଇଭ, ହେଲମେଟ, ସିଟ ବେଲ୍ଟ, ଟ୍ରିପଲ ରାଇଡିଂ, ହିଟ ଆଣ୍ଡ ରନ ଘଟାଉଥିବା ଗାଡି ଗୁଡିକୁ AI ଜରିଆରେ କ୍ୟାପଚର କରିବ କ୍ୟାମେରା।

ବେପରୁଆଙ୍କୁ IEMS ଛାଟ; ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବ AI

ବେପରୁଆ ଗାଡି ଚାଳକଙ୍କୁ ଆଉ ନିସ୍ତାର ନାହିଁ। ସେମାନଙ୍କୁ ଜଗିଛି ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା IEMS । ପରିବହନ ବିଭାଗ ପକ୍ଷରୁ ଏନଏଚ-୧୬ର ୭ଟି ସ୍ଥାନରେ କାର୍ଯ୍ୟକ୍ଷମ ହୋଇଛି ଏହି ଅତ୍ୟାଧୁନିକ ମେସିନ। ମୋଟର ଯାନ ଆଇନରେ ୨୦୨୧ ମସିହାରେ ପରିବର୍ତ୍ତନ ଆଣି ଆଇନ ଉଲ୍ଲଙ୍ଘନ କରୁଥିବା ଗାଡି ଗୁଡିକ ବିରୋଧରେ ଅତ୍ୟାଧୁନିକ ଟେକନୋଲୋଜିରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ବ୍ୟବସ୍ଥା କରିଛି ପରିବହନ ବିଭାଗ।

ସ୍ପିଡ଼ ଡ୍ରାଇଭ, ରଙ୍ଗ ରୁଟ ଡ୍ରାଇଭ, ହେଲମେଟ, ସିଟ ବେଲ୍ଟ, ଟ୍ରିପଲ ରାଇଡିଂ, ହିଟ ଆଣ୍ଡ ରନ ଘଟାଉଥିବା ଗାଡି ଗୁଡିକୁ AI ଜରିଆରେ କ୍ୟାପଚର କରିବ କ୍ୟାମେରା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥର ୫୪୮ କିଲୋମିଟର ଦୂରତାକୁ ଏହି IEMS ରେ ଅନ୍ତର୍ଭୁକ୍ତ କରାଯାଇଛି।

ପାଣିକୋଇଲିରୁ ରାମେଶ୍ୱର, ଭୁବନେଶ୍ୱରରୁ ପୁରୀ, ପୁରୀରୁ କୋଣାର୍କ, କୋଣାର୍କଠାରୁ ପିପିଲି, କଟକରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତାକୁ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଛି। ଏନେଇ IEMS କଣ୍ଟ୍ରୋଲରୁମରୁ ପ୍ରୋଜେକ୍ଟ ଲିଡର ପି.କେ.ସାମଲଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନ।