ବେସାମରିକ ବିମାନ ଚଳାଚଳ ସଚିବଙ୍କୁ ସମନ କଲେ ସଂସଦୀୟ କମିଟି

ନୂଆଦିଲ୍ଲୀ: ଅହମଦାବାଦ ବିମାନ ଦୁର୍ଘଟଣାର କିଛି ଦିନ ପ‌ରେ ଶୁକ୍ରବାର ପରିବହନ ସଂକ୍ରାନ୍ତ ସଂସଦୀୟ କମିଟି ବେସାମରିକ ବିମାନ ଚଳାଚଳ ସଚିବ ଏବଂ ବୋଇଂ ଅଧିକାରୀଙ୍କୁ ସମନ କରିଛନ୍ତି। କମିଟି ନିକଟ‌ରେ ହାଜର ହେବାପାଇଁ ଅଧିକାରୀମାନଙ୍କୁ କୁହାଯାଇଛି। ଜୁଲାଇ ପ୍ରଥମ ସପ୍ତାହରେ ବୈଠକ ହେବାର ଅଛି। ଏଭିଏସନ୍‌ ସେକ୍ଟରରେ ଥିବା ଅସୁବିଧା ଏବଂ ଏଥିସହ ବିମାନର ରକ୍ଷଣାବେକ୍ଷଣ ଏବେ ବଡ଼ ଚିନ୍ତାର ବିଷୟ ପାଲଟିଛି। ନିକଟ‌ରେ ଚାରିଧାମ ଯାତ୍ରାପଥରେ ଲଗାତାର ହେଲିକପ୍ଟର ଦୁର୍ଘଟଣା ଉପରେ ମଧ୍ୟ କମିଟି […]

ବେସାମରିକ ବିମାନ ଚଳାଚଳ ସଚିବଙ୍କୁ ସମନ କଲେ ସଂସଦୀୟ କମିଟି

ନୂଆଦିଲ୍ଲୀ: ଅହମଦାବାଦ ବିମାନ ଦୁର୍ଘଟଣାର କିଛି ଦିନ ପ‌ରେ ଶୁକ୍ରବାର ପରିବହନ ସଂକ୍ରାନ୍ତ ସଂସଦୀୟ କମିଟି ବେସାମରିକ ବିମାନ ଚଳାଚଳ ସଚିବ ଏବଂ ବୋଇଂ ଅଧିକାରୀଙ୍କୁ ସମନ କରିଛନ୍ତି। କମିଟି ନିକଟ‌ରେ ହାଜର ହେବାପାଇଁ ଅଧିକାରୀମାନଙ୍କୁ କୁହାଯାଇଛି। ଜୁଲାଇ ପ୍ରଥମ ସପ୍ତାହରେ ବୈଠକ ହେବାର ଅଛି। ଏଭିଏସନ୍‌ ସେକ୍ଟରରେ ଥିବା ଅସୁବିଧା ଏବଂ ଏଥିସହ ବିମାନର ରକ୍ଷଣାବେକ୍ଷଣ ଏବେ ବଡ଼ ଚିନ୍ତାର ବିଷୟ ପାଲଟିଛି। ନିକଟ‌ରେ ଚାରିଧାମ ଯାତ୍ରାପଥରେ ଲଗାତାର ହେଲିକପ୍ଟର ଦୁର୍ଘଟଣା ଉପରେ ମଧ୍ୟ କମିଟି ଗୁରୁତ୍ବା‌ରୋପ କରିଛନ୍ତି। ଆଲୋଚନାରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କ ଭୂମିକା, ବିମାନର ରକ୍ଷଣାବେକ୍ଷଣ କାର୍ଯ୍ୟସୂଚୀ ଏବଂ ପାଇଲଟ୍‌ମାନଙ୍କର ମା‌ନସିକ ସ୍ଥିତି ମଧ୍ୟ ସାମିଲ ଅଛି । କମିଟିର ରିପୋର୍ଟ ସଂସଦର ପରବର୍ତ୍ତୀ ଅଧିବେଶନରେ ଆଗତ ହୋଇପାରେ। କମିଟି ଦସ୍ୟ ମଧ୍ୟ ବିକାଶଶୀଳ ପର୍ଯ୍ୟଟନ ଉପରେ ଫୋକସ୍‌ କରି ଉତ୍ତରପୂର୍ବ ରାଜ୍ୟକୁ ବିମାନ ଏବଂ ସଡ଼କ ପଥରେ ଯୋଗାଯୋଗ ସଂକ୍ରାନ୍ତ‌ରେ ଗ୍ୟାଙ୍ଗଟକ୍‌ରେ ଏକ ବିଚାରବିମର୍ଶ କରିବେ।