ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା , ଦେଶ ଛାଡ଼ିଦେଲେ
ଢାକା: ବାଂଲାଦେଶରେ କୋଟା ହିଂସା ଜୋରଦାର ହୋଇଛି। ସାରା ଦେଶରେ ଏବେ ହିଂସାର ନିଆଁ। ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଗଲାଣି। ଇତି ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଆଜି ଇସ୍ତଫା ଦେଇଥିବା ଜଣାପଡ଼ିଛି। ହାସିନା ଖାଲି ଇସ୍ତଫା ଦେଇନାହାନ୍ତି ବରଂ ସେ ଦେଶ ଛାଡ଼ି ଏକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଅନ୍ୟପକ୍ଷେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଆଜି ଢାକା ସ୍ଥିତ ତାଙ୍କ ସରକାରୀ ବାସଭବନ ଗଣଭବନରେ ପଶି ଭଙ୍ଗାରୁଜା କରିଛନ୍ତି। ରିପୋର୍ଟ ଅନୁଯାୟୀ ହାସିନା […]

ଢାକା: ବାଂଲାଦେଶରେ କୋଟା ହିଂସା ଜୋରଦାର ହୋଇଛି। ସାରା ଦେଶରେ ଏବେ ହିଂସାର ନିଆଁ। ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଗଲାଣି। ଇତି ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଆଜି ଇସ୍ତଫା ଦେଇଥିବା ଜଣାପଡ଼ିଛି। ହାସିନା ଖାଲି ଇସ୍ତଫା ଦେଇନାହାନ୍ତି ବରଂ ସେ ଦେଶ ଛାଡ଼ି ଏକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଅନ୍ୟପକ୍ଷେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଆଜି ଢାକା ସ୍ଥିତ ତାଙ୍କ ସରକାରୀ ବାସଭବନ ଗଣଭବନରେ ପଶି ଭଙ୍ଗାରୁଜା କରିଛନ୍ତି। ରିପୋର୍ଟ ଅନୁଯାୟୀ ହାସିନା ଏବଂ ତାଙ୍କ ଭଉଣୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ତେବେ ହାସିନା କେଉଁଠିକୁ ଯାଇଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନି।