୩୪୦ ମିଲିଅନ ବର୍ଷର ସାର୍କ ଦାନ୍ତ
ଅନେକ ସମୟରେ ପ୍ରନିତତ୍ତ୍ୱବିଦ୍ଙ୍କୁ ବିଭିନ୍ନ ପ୍ରକାରର ଏଭଳି ସାମଗ୍ରୀ ମିଳିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ନିକଟରେ ଆମେରିକାରେ ଥିବା କେଣ୍ଟୁକି ମାମୋଥ୍ କେଭ୍ ନ୍ୟାସନାଲ ପାର୍କରେ ପାଖାପାଖି ୩୪୦ ମିଲିଅନ ବର୍ଷ ପୁରୁଣା ସାର୍କ ଦାନ୍ତ ମିଳିଛି । ଏହାକୁ ନେଇ ବୈଜ୍ଞାନିକମାନେ ନିଜ ଗବେଷଣା ଜାରି ରଖିଛନ୍ତି । ଏହା ସେହିସମୟର ସାମୁଦ୍ରିକ ପ୍ରାଣୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଖୁବ ସହାୟକ ହେବ ବୋଲି ଜଣା ପଡିଛି । ଏହି […]

ଅନେକ ସମୟରେ ପ୍ରନିତତ୍ତ୍ୱବିଦ୍ଙ୍କୁ ବିଭିନ୍ନ ପ୍ରକାରର ଏଭଳି ସାମଗ୍ରୀ ମିଳିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ନିକଟରେ ଆମେରିକାରେ ଥିବା କେଣ୍ଟୁକି ମାମୋଥ୍ କେଭ୍ ନ୍ୟାସନାଲ ପାର୍କରେ ପାଖାପାଖି ୩୪୦ ମିଲିଅନ ବର୍ଷ ପୁରୁଣା ସାର୍କ ଦାନ୍ତ ମିଳିଛି । ଏହାକୁ ନେଇ ବୈଜ୍ଞାନିକମାନେ ନିଜ ଗବେଷଣା ଜାରି ରଖିଛନ୍ତି । ଏହା ସେହିସମୟର ସାମୁଦ୍ରିକ ପ୍ରାଣୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଖୁବ ସହାୟକ ହେବ ବୋଲି ଜଣା ପଡିଛି । ଏହି ଆବିଷ୍କାର ସେମାନଙ୍କର ଗବେଷଣାକୁ ଆହୁରି ସହଜ କରିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଏହି ପ୍ରଜାତିର ନାମ ମାକାଡେନ୍ସ ଓଲାସୋନି । ଏହି ଜୀବାଶ୍ମ ପ୍ରାଚୀନ ସାମୁଦ୍ରିକ ପ୍ରାଣୀଙ୍କ ଉପରେ ଅଧିକ ତଥ୍ୟ ହାସଲରେ ଖୁବ ସହାୟକ ହେବ ବୋଲି ଜଣା ପଡିଛି । ଏହି ପ୍ରଜାତି ନିଜର ୟୁନିକ୍ ଦାନ୍ତ ପାଇଁ ଖୁବ ପରିଚିତ ।