ବୈତରଣୀ ନଦୀ କୂଳରେ ବାରୁଣୀ ସ୍ନାନ, ପିତୃପୁରୁଷଙ୍କୁ ଶ୍ରଦ୍ଧାଳୁଙ୍କ ପିଣ୍ଡଦାନ

ଯାଜପୁର ୦୬/୦୪: ଆଜି ହେଉଛି ପବିତ୍ର ମହା ବାରୁଣୀ ସ୍ନାନ । ଏଥିପାଇଁ ଯାଜପୁରର ବୈତରଣୀ ନଦୀ କୂଳ ପବିତ୍ର ଦଶାଶ୍ବମେଧ ଘାଟଠାରେ ବାରୁଣୀ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଛି । ଚଳିତ ବର୍ଷ ମହା ବାରୁଣୀ ସ୍ନାନ ଯୋଗ ‌ରହିଥିବା ବେଳେ ସକାଳ ୭ଟା ୯ ମିନିଟରୁ ଦିନ ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ନିର୍ଘଣ୍ଟ ହୋଇଛି । ଫଳରେ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ବୁଡ ବୁଡ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାକୁ ଆସୁଛନ୍ତି । ବାରୁଣୀ ଅବସରରେ ଏହି ତୀର୍ଥ ସ୍ଥା‌ନରେ ସ୍ନାନ କଲେ ସବୁ ପାପ କ୍ଷୟ  ହୁଏ ବୋଲି ବିଶ୍ବାସ ରହିଛି । ଭିଡକୁ ଦୃଷ୍ଟିରେ ରଖି ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନଦୀ ଜଳରେ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଥିବା ବେଳେ ଗାଧୋଇବା ସ୍ଥଳରେ ବ୍ୟାରିକେଟ ଓ ଖରା ଦୃଷ୍ଟିରୁ ଜଳଛତ୍ର ବ୍ୟବସ୍ଥା କରାଯାଇଛି ।

ବୈତରଣୀ ନଦୀ କୂଳରେ ବାରୁଣୀ ସ୍ନାନ, ପିତୃପୁରୁଷଙ୍କୁ ଶ୍ରଦ୍ଧାଳୁଙ୍କ ପିଣ୍ଡଦାନ

ଯାଜପୁର ୦୬/୦୪: ଆଜି ହେଉଛି ପବିତ୍ର ମହା ବାରୁଣୀ ସ୍ନାନ । ଏଥିପାଇଁ ଯାଜପୁରର ବୈତରଣୀ ନଦୀ କୂଳ ପବିତ୍ର ଦଶାଶ୍ବମେଧ ଘାଟଠାରେ ବାରୁଣୀ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଛି । 

ଚଳିତ ବର୍ଷ ମହା ବାରୁଣୀ ସ୍ନାନ ଯୋଗ ‌ରହିଥିବା ବେଳେ ସକାଳ ୭ଟା ୯ ମିନିଟରୁ ଦିନ ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ନିର୍ଘଣ୍ଟ ହୋଇଛି । ଫଳରେ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ବୁଡ ବୁଡ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାକୁ ଆସୁଛନ୍ତି । ବାରୁଣୀ ଅବସରରେ ଏହି ତୀର୍ଥ ସ୍ଥା‌ନରେ ସ୍ନାନ କଲେ ସବୁ ପାପ କ୍ଷୟ  ହୁଏ ବୋଲି ବିଶ୍ବାସ ରହିଛି । 

ଭିଡକୁ ଦୃଷ୍ଟିରେ ରଖି ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନଦୀ ଜଳରେ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଥିବା ବେଳେ ଗାଧୋଇବା ସ୍ଥଳରେ ବ୍ୟାରିକେଟ ଓ ଖରା ଦୃଷ୍ଟିରୁ ଜଳଛତ୍ର ବ୍ୟବସ୍ଥା କରାଯାଇଛି ।