ବୈଜୟନ୍ତଙ୍କ ପୋଷ୍ଟକୁ ରିପୋଷ୍ଟ କଲେ PM; କହିଲେ-ମହିଳାଙ୍କ ଆଶୀର୍ବାଦ ବିକଶିତ ଭାରତ ଗଠନରେ ସହାୟକ ହେବ
ଓଡ଼ିଶାରେ ବିଜେପିର ସଭ୍ୟ ସଂଗ୍ରହ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୂଚନା । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ‘ଏକ୍ସ’ରେ ସୂଚନାକୁ ନେଇ ରିଟ୍ବିଟ୍ ।
ବିଜେପିର ସଭ୍ୟ ସଂଗ୍ରହ ବେଳେ ସୁନ୍ଦରଗଡ଼ର ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ୧୦୦ ଟଙ୍କା ଦେଇଥିଲେ। ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ବୈଜୟନ୍ତ ପଣ୍ଡା ପୋଷ୍ଟକୁ ରିଟ୍ବିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ।
ସେ ଲେଖିଛନ୍ତି, ଏଭଳି ସ୍ନେହ ତାଙ୍କୁ ଅଭିଭୂତ କରିଛି। ନାରୀଶକ୍ତିର ଭଲ ପାଇବା ମୋ ହୃଦୟକୁ ଛୁଇଁ ପାରିଛି। ସେମାନଙ୍କ ଆଶୀର୍ବାଦ ବିକଶିତ ଭାରତ ଗଠନରେ ସହାୟକ ହେବ। ବିଜେପିର ସଭ୍ୟ ସଂଗ୍ରହ ବେଳେ ସୁନ୍ଦରଗଡ଼ର ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ୧୦୦ ଟଙ୍କା ଦେଇଥିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।
ଏନେଇ ସୋସିଆଲ୍ ମିଡିଆରେ ଏକ୍ସରେ ପୋଷ୍ଟ ସେୟାର କରିଥିଲେ ବୈଜୟନ୍ତ। ଏହା ହିଁ ପରିବର୍ତ୍ତିତ ଓଡ଼ିଶା ଓ ଭାରତ ବୋଲି ଲେଖିଥିଲେ। ଯାହାକୁ ଆଜି ରିଟ୍ବିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
#ବୈଜୟନ୍ତଙ୍କ_ପୋଷ୍ଟକୁ_ରିପୋଷ୍ଟ_କଲେ_PM
ସୁନ୍ଦରଗଡ଼ ଗସ୍ତ ସମ୍ପର୍କିତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏକ ପୋଷ୍ଟକୁ ରିପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । #PrimeMinister #NarendraModi #BaijayantPanda #OTV pic.twitter.com/YjgjWtuApR — ଓଟିଭି (@otvkhabar) October 19, 2024