ବୈଜୟନ୍ତଙ୍କ ଶୋକ, କହିଲେ- ରତନ ଟାଟା ଥିଲେ ଭାରତୀୟ ଶିଳ୍ପ ଜଗତର ଟାଇଟନ

ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜ ସୋଶାଲ ମିଡିଆ ଆକାଉଣ୍ଟ Xରେ ଗଭୀର ଶୋକ ପ୍ରକାଶ କରି ଏହି ଖବର ତାଙ୍କୁ ଶକ୍ତ ଧକ୍କା ଦେଇଥିବା ଉଲ୍ଲେଖ କରିଛନ୍ତି।

ବୈଜୟନ୍ତଙ୍କ ଶୋକ, କହିଲେ- ରତନ ଟାଟା ଥିଲେ ଭାରତୀୟ ଶିଳ୍ପ ଜଗତର ଟାଇଟନ

ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତଥା ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜ ସୋଶାଲ ମିଡିଆ ଆକାଉଣ୍ଟ Xରେ ଗଭୀର ଶୋକ ପ୍ରକାଶ କରି ଏହି ଖବର ତାଙ୍କୁ ଶକ୍ତ ଧକ୍କା ଦେଇଥିବା ଉଲ୍ଲେଖ କରିଛନ୍ତି।

ବୈଜୟନ୍ତ ପଣ୍ଡା ପୋଷ୍ଟ କରିଛନ୍ତି, ରତନ ଟାଟାଙ୍କ ପରି ଜଣେ ଦୁରଦୃଷ୍ଟିସମ୍ପନ୍ନ ବ୍ୟକ୍ତିଙ୍କ ପରଲୋକ ଖବର ଖୁବ ମର୍ମାହତ କରିଛି। ସେ ହେଉଛନ୍ତି ଭାରତୀୟ ଶିଳ୍ପ ଜଗତର ଟାଇଟନ। ଦୋଦୁଲ୍ୟମାନ ସ୍ଥିତିରେ ଥିବା ବେଳେ ସେ ଟାଟା ଗ୍ରୁପର ଭାର ସମ୍ଭାଳି ଏହାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇ ପାରିଥିଲେ।

ଏଥିସହ ସେ ଲେଖିଛନ୍ତି, ନିଜ ଯୁବାବସ୍ଥାରେ ରତନ ଟାଟା ଜଣେ ପ୍ରଶିକ୍ଷଣପ୍ରାପ୍ତ ପାଇଲଟ ଥିବା ବେଳେ ବହୁ ଯୁବକଙ୍କ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ। ସମାଜ ପାଇଁ ତାଙ୍କ ଅବଦାନ ସବୁବେଳେ ମନେ ରହିବ।

କିଛି ବର୍ଷ ପୂର୍ବେ ରତନ ଟାଟାଙ୍କୁ ଭେଟିବାକୁ ସୁଯୋଗ ପାଇଥିଲି। ସେତେବେଳେ ଆମ ମଧ୍ୟରେ ସମାଜରୁ ଅପପୁଷ୍ଟି ସମସ୍ୟା ଦୂର କରିବା ନିମନ୍ତେ ଆଲୋଚନା ହୋଇଥିଲା। ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଉଛି।

ଗତକାଲି ବିଳମ୍ବିତ ରାତିରେ ଭାରତର ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ଭାରତୀୟ ଶିଳ୍ପ ଜଗତ ପାଇଁ ଅପୂରଣୀୟ କ୍ଷତି। ରତନ ଟାଟାଙ୍କ ଦେହାନ୍ତକୁ ନେଇ ଚାରିଆଡେ ଶୋକର ଛାୟା ଖେଳି ଯାଇଛି।