ବୈତରଣୀରେ ବନ୍ୟା ସ୍ଥିତି, ପ୍ରଭାବିତ ହେବ ଯାଜପୁର ଓ ଭଦ୍ରକ ଜିଲ୍ଲା
ଭୁବନେଶ୍ଵର: ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରଭାବରେ ବୈତରଣୀ ଏବଂ ଜଳକା ନଦୀ ଫୁଲି ଉଠିବା ସହ ବନ୍ୟା ସ୍ଥିତି ଉପୁଜିଛି। ବିଶେଷ କରି ବୈତରଣୀରେ ବନ୍ୟା ସ୍ଥିତି ଉପୁଜିଛି। ଆଗାମୀ ଦିନରେ ସୁବର୍ଣ୍ଣରେଖାରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିବ। ସନ୍ଧ୍ୟା୬ଟା ବେଳର ତଥ୍ୟ ଅନୁସାରେ ବୈତରଣୀରେ ଆନନ୍ଦପୁରଠାରେ ଜଳସ୍ତର ବର୍ତ୍ତମାନ ୩୯.୧୬ ରହିଛି। ଯାହା କି ବିପଦସଙ୍କୁଳ ଉର୍ଦ୍ଧ୍ଵରେ ୮ ମିଟର ଉପରେ ରହିଛି। ସେହିପରି ଆଖୁଆପାଦରେ ମଧ୍ୟ ଜଳସ୍ତର ବିପଦସଂକୁଳ ଉପରେ ପ୍ରବାହିତ ହେଉଛି।ଏ ନେଇ ଶନିବାର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବୈତରଣୀରେ ବନ୍ୟା ପାଇଁ ଯାଜପୁର ଏବଂ ଭଦ୍ରକ ଜିଲ୍ଲା ପ୍ରଭାବିତ ହେବେ। ବିଶେଷ ଭାବରେ ଧାମନଗର, ଚାନ୍ଦବାଲି, ଯାଜପୁର ଦଶରଥପୁର ପ୍ରଭାବିତ ହେବ। ଜଳକାରେ ମଧ୍ୟରେ ବିପଦସଙ୍କୁଳ ଉପରେ ଜଳସ୍ତର ରହିଛି। ସେପଟେ ସୁବର୍ଣ୍ଣରେଖାରେ ଜଳସ୍ତର ମଧ୍ୟ ଆଜି ରାତିରେ ବିପଦସଙ୍କେତ ଅତିକ୍ରମ କରିବ। ତେବେ ଆଜି ବଢ଼ି କାଲି ରାତି ସୁଦ୍ଧା ବିପଦସଂକୁଳ ସ୍ତରକୁ ଖସିବ। ଆଜି ଆଉ ବିଶେଷ ବର୍ଷା ହୋଇନଥିବାରୁ ଆଗକୁ ଜଳସ୍ତର ହ୍ରାସ ପାଇବ। ଆଜି ମୟୁରଭଞ୍ଜ ଏବଂ ବାଲେଶ୍ୱରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ସେପଟେ ମହାନଦୀ ଓ ବ୍ରାହ୍ମଣୀ ବନ୍ୟା ସ୍ଥିତି ନାହିଁ। ହୀରାକୁଦ ଜଳଭଣ୍ଡାରରେ ୨୦ ଟି ଗେଟ୍ ଖୋଲା। ୫
ଭୁବନେଶ୍ଵର: ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରଭାବରେ ବୈତରଣୀ ଏବଂ ଜଳକା ନଦୀ ଫୁଲି ଉଠିବା ସହ ବନ୍ୟା ସ୍ଥିତି ଉପୁଜିଛି। ବିଶେଷ କରି ବୈତରଣୀରେ ବନ୍ୟା ସ୍ଥିତି ଉପୁଜିଛି। ଆଗାମୀ ଦିନରେ ସୁବର୍ଣ୍ଣରେଖାରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିବ। ସନ୍ଧ୍ୟା୬ଟା ବେଳର ତଥ୍ୟ ଅନୁସାରେ ବୈତରଣୀରେ ଆନନ୍ଦପୁରଠାରେ ଜଳସ୍ତର ବର୍ତ୍ତମାନ ୩୯.୧୬ ରହିଛି। ଯାହା କି ବିପଦସଙ୍କୁଳ ଉର୍ଦ୍ଧ୍ଵରେ ୮ ମିଟର ଉପରେ ରହିଛି। ସେହିପରି ଆଖୁଆପାଦରେ ମଧ୍ୟ ଜଳସ୍ତର ବିପଦସଂକୁଳ ଉପରେ ପ୍ରବାହିତ ହେଉଛି।ଏ ନେଇ ଶନିବାର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବୈତରଣୀରେ ବନ୍ୟା ପାଇଁ ଯାଜପୁର ଏବଂ ଭଦ୍ରକ ଜିଲ୍ଲା ପ୍ରଭାବିତ ହେବେ। ବିଶେଷ ଭାବରେ ଧାମନଗର, ଚାନ୍ଦବାଲି, ଯାଜପୁର ଦଶରଥପୁର ପ୍ରଭାବିତ ହେବ। ଜଳକାରେ ମଧ୍ୟରେ ବିପଦସଙ୍କୁଳ ଉପରେ ଜଳସ୍ତର ରହିଛି। ସେପଟେ ସୁବର୍ଣ୍ଣରେଖାରେ ଜଳସ୍ତର ମଧ୍ୟ ଆଜି ରାତିରେ ବିପଦସଙ୍କେତ ଅତିକ୍ରମ କରିବ। ତେବେ ଆଜି ବଢ଼ି କାଲି ରାତି ସୁଦ୍ଧା ବିପଦସଂକୁଳ ସ୍ତରକୁ ଖସିବ। ଆଜି ଆଉ ବିଶେଷ ବର୍ଷା ହୋଇନଥିବାରୁ ଆଗକୁ ଜଳସ୍ତର ହ୍ରାସ ପାଇବ। ଆଜି ମୟୁରଭଞ୍ଜ ଏବଂ ବାଲେଶ୍ୱରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ସେପଟେ ମହାନଦୀ ଓ ବ୍ରାହ୍ମଣୀ ବନ୍ୟା ସ୍ଥିତି ନାହିଁ। ହୀରାକୁଦ ଜଳଭଣ୍ଡାରରେ ୨୦ ଟି ଗେଟ୍ ଖୋଲା। ୫ ଲକ୍ଷ ୨୩ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୩୮ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି ।
ସୁବର୍ଣ୍ଣରେଖା ରାଜଘାଟରେ ୭.୮୬ ମିଟର ରହିଛି ଯାହା ବିପଦ ସଙ୍କେତର ଯଥେଷ୍ଟ କମ ଅଛି । ଜଳକାରେ ୭.୧୩ ମିଟର ରହିଛି, କିନ୍ତୁ ଜଳସ୍ତର ହ୍ରାସ ପାଉଛି। ରେଙ୍ଗାଲିରେ ୩ ଟା ଗେଟ୍ ଖୋଲା ଅଛି। ଜଳଭଣ୍ଡାରରେ ୫ ହଜାର ୩୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି।
ବିଭିନ୍ନ ଜଳଭଣ୍ଡାରର ସ୍ଥିତି
ଇନ୍ଦ୍ରାବତୀ ୪୩ ପ୍ରତିଶତ ଜଳ ଗଛିତ ରହିଛି।
ଅପରକୋଲାବ ରେ ୪୩ ପ୍ରତିଶତ ଜଳ ଗଛିତ ରହିଛି।
ବାଲିମେଳାରେ ୨୨ ପ୍ରତିଶତ ଜଳ ଗଛିତ ରହିଛି।
ମାଛକୁଣ୍ଡରେ ୬୭ ପ୍ରତିଶତ ଜଳ ଗଛିତ ରହିଛି।
ସାଳନ୍ଦୀରେ ୬୮ ପ୍ରତିଶତ ଜଳ ଗଛିତ ରହିଛି।
ଲୋରେନ୍ଦ୍ରରେ ୬୮ ପ୍ରତିଶତ ଜଳ ଗଛିତ ରହିଛି ।