ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ

ଭୁବନେଶ୍ୱର, ୧୨ା୧୦(ଅନୁରାଧା ମହାରଣା): ଗତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ୭୦୪.୮୮୫ ବିଲିୟନ ଡଲାର ଥିବାବେଳେ ଅକ୍ଟୋବର ୪ରେ ପ୍ରାୟ ୩.୭୦୯ ବିଲିୟନ ଡଲାର ହ୍ରାସ ସହ ବୈଦେଶିକ ମୁଦ୍ରାଭଣ୍ଡାର ୭୦୧.୧୭୬ ବିଲିୟନ ଡଲାରକୁ ଖସି ଆସିଛି। ଗତ ସପ୍ତାହେ ଧରି ବୈଦେଶିକ ମୁଦ୍ରାଭଣ୍ଡାରରେ ବୃଦ୍ଧି ଘଟଥିବାବେଳେ ହଠାତ୍‌ ଏହି ହ୍ରାସ ଘଟିଛି। ଏହି ହ୍ରାସ ସତ୍ତ୍ୱେ ଫୋରେକ୍ସ ରିଜର୍ଭ ୭୦୦ ବିଲିୟନ ଡଲାରରୁ ଅଧିକ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଫୋରେକ୍ସ ରିଜର୍ଭ ତଥ୍ୟ ପ୍ରକାଶ କରିଛି। […] The post ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ appeared first on Dharitri Odia News.

ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ

ଭୁବନେଶ୍ୱର, ୧୨ା୧୦(ଅନୁରାଧା ମହାରଣା): ଗତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ୭୦୪.୮୮୫ ବିଲିୟନ ଡଲାର ଥିବାବେଳେ ଅକ୍ଟୋବର ୪ରେ ପ୍ରାୟ ୩.୭୦୯ ବିଲିୟନ ଡଲାର ହ୍ରାସ ସହ ବୈଦେଶିକ ମୁଦ୍ରାଭଣ୍ଡାର ୭୦୧.୧୭୬ ବିଲିୟନ ଡଲାରକୁ ଖସି ଆସିଛି। ଗତ ସପ୍ତାହେ ଧରି ବୈଦେଶିକ ମୁଦ୍ରାଭଣ୍ଡାରରେ ବୃଦ୍ଧି ଘଟଥିବାବେଳେ ହଠାତ୍‌ ଏହି ହ୍ରାସ ଘଟିଛି। ଏହି ହ୍ରାସ ସତ୍ତ୍ୱେ ଫୋରେକ୍ସ ରିଜର୍ଭ ୭୦୦ ବିଲିୟନ ଡଲାରରୁ ଅଧିକ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଫୋରେକ୍ସ ରିଜର୍ଭ ତଥ୍ୟ ପ୍ରକାଶ କରିଛି। ତଥ୍ୟ ଅନୁଯାୟୀ, ବୈଦେଶିକ ମୁଦ୍ରାଭଣ୍ଡାର ୩.୫୧୧ ବିଲିୟନ ଡଲାରରେ ହ୍ରାସ ହୋଇ ୬୧୨.୬୪୩ ବିଲିୟନ ଡଲାରରେ ପହଞ୍ଚିଛି। ଆର୍‌ବିଆଇର ଗୋଲ୍ଡ ରିଜର୍ଭ ମଧ୍ୟ ହ୍ରାସ ପାଇଛି ଏବଂ ଏହା ୪୦ ନିୟୁତ ଡଲାରକୁ ୬୫୭.୫୬ ବିଲିୟନ ଡଲାର ସ୍ତରକୁ ଖସି ଆସିଛି। ଏସ୍‌ଡିଆର୍‌ ୧୨୩ ମିଲିୟନ ଡଲାରରୁ ୧୮.୪୨ ବିଲିୟନ ଡଲାରକୁ ହ୍ରାସ ପାଇଛି ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ଜମା ହୋଇଥିବା ଭଣ୍ଡାର ୩୫ ମିଲିୟନ ଡଲାରରୁ ୪.୩୫ ବିଲିୟନ ଡଲାରକୁ ହ୍ରାସ ପାଇଛି। ୨୦୨୪ ଅକ୍ଟୋବର ୯ରେ ଆର୍‌ବିଆଇର ମୁଦ୍ରାନୀତି କମିଟିର ବୈଠକ ପରେ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି, ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୭୦୦ ବିଲିୟନ ଡଲାରର ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷରେ ୧୯.୨ ବିଲିୟନ ଡଲାର ମୂଲ୍ୟର ବିଦେଶୀ ପୋର୍ଟଫୋଲିଓ ବିନିଯୋଗ ଜୁନ୍‌ରୁ ଅକ୍ଟୋବର ୭ ମଧ୍ୟରେ ଆସିଛି। ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ ମଧ୍ୟ ଶକ୍ତିଶାଳୀ ରହିଛି।

The post ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ appeared first on Dharitri Odia News.